ହୋଟେଲରେ ବଚସା ,ଘରେଆକ୍ରମଣ

ଦୁଇ ଗିରଫ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ହୋଟେଲରେ ଖାଇବାକୁ ନେଇ ହୋଟେଲ କର୍ମଚାରୀ ସହ ପ୍ରଥମେ ବଚସା ।ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା । ହେଲେ ରାଗ ସୁଜିନଥିଲା । ଯାହାଫଳରେ ଜଣେ ଯୁବକ ଖାଇବାକୁ ଆସିଥିବା ଗ୍ରାହକ ଘରେ ପଶି ଆକ୍ରମଣ କରିଥିଲେ । ଏଭଳି ଘଟଣା ଚନ୍ଦକାଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ଯେ ,ପୁରୀ ନିମାପଡ଼ା ଅଞ୍ଚଳର ତାପସ ପ୍ରଧାନ ୩୨ ଓ ରାକେଶ କୁମାର ପ୍ରଧାନ ୨୮ ଦୁଇଭାଇ ଚନ୍ଦକାଥାନା ଦାସପୁରରେ ଭଡା ଘରେ ରହି ୱଲଡିଙ୍ଗ କାମକରନ୍ତି । ରାକେଶ ଓ ତାପସ ଅନ୍ଧାରୁଆରେ ଏକ ହୋଟେଲକୁ ଖାଇବାକୁ ଯାଇଥିବା ସମୟରେ କୌଣସି କଥାକୁ ନେଇ ଲିଟୁନ ପ୍ରଧାନ ଓ ତାଙ୍କ ସାଥି ସହ କଥା କଟାକଟି ସହ ପାଟିତୁଣ୍ଡ ହୋଇଥିଲା । ସେହିଠାରେ ଦୁଇଭାଇ ଭୁଲମାଗି ସମାଧାନ ହୋଇଥିଲା । ପରବର୍ତୀ ସମୟରେ ଲିଟୁନ ଓ ତାରସାଙ୍ଗ ସାଥିମାନେ ରାକେଶ ଘରଭିତରକୁ ଗେଟଦେଇ ପ୍ରବେଶ କରି ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା ପରେ ରାକେଶପ୍ରଧାନ ଏକ ଲୁହାରଡ଼ ଦ୍ୱାରା ଲିଟୁନଙ୍କ ମୁଣ୍ଡକୁ ବାଡେଇଦେଇଥିଲେ । ତାଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିଲା । ଏନେଇ ରାକେଶ ପ୍ରଧାନ ଚନ୍ଦକା ଥାନାରେ ଏକ ଅଭିଯୋଗ ଦେଇଥିବା ବେଳେ ଲିଟୁନପ୍ରଧାନ ମଧ୍ୟ ଥାନାରେ ଅଭିଯୋଗ ଦେଇଛନ୍ତି।ଚନ୍ଦକାପୋଲିସ ଏନେଇ ୫୮୮/୨୫ ଓ ୫୮୯/୨୫ ଦୁଇଟି ରୁଜୁକରି ଦୁଇଭାଇଙ୍କୁ ଗିରଫ କରାଯାଇ କୋଟଚାଲାଣ କରିଛି ଚନ୍ଦକା ପୋଲିସ ।

Comments (0)
Add Comment