Browsing category

ଜିଲ୍ଲା

କୁଆଖାଇରେ ଭାସୁଛି ମୃତଦେହ!

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡ କୁଆଖାଇ ନଦୀରେ ଶନିବାର ଅପରାହ୍ନରେ ଏକ ମୃତଦେହ ଭାସି ଭାସି ଯାଉଥିବାର ଜଣାପଡିଥିଲା।ସ୍ଥାନୀୟ ଗ୍ରାମର କିଛି ଯୁବକ ଶୌଚପାଇ ନଦୀକୁ ଯାଇଥିବାବେଳେ ଏହା ଦେଖିବାକୁ ପାଇଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।କିଏ କିଏ ଏହି ଘଟଣାକୁ ମୋବାଇଲ୍ ରେ କଏଦ କରି ରଖିଥିଲେ।ମୃତ ଦେହ ଟି ମହିଳା ନା ପୁରୁଷ ତାହା ଜଣାପଡିଥିବା ବେଳେ ସେ ଭାସିଭାସି ଯାଇଥିବାର ଦେଖିବାକୁ ମିଳିଥିଲା। https://www.facebook.com/share/v/16RnVsbGnc/

ମେଣ୍ଢାଶାଳରେ ଶାରଦୀୟ ଦୂର୍ଗାଉତ୍ସବ ଉଦଯାପିତ

ମେଣ୍ଢାଶାଳ,୩।୧୦(ଏସଏସନିଉଜ) ମେଣ୍ଢାଶାଳରେ ଥିବା ବିଭିନ୍ନ ମନ୍ଦିର ଓ ମେଣ୍ଢାଶାଳ ବଜାରରେ ଥିବା ଦୁର୍ଗାପୂଜା କମିଟି ମାଧ୍ୟମରେ ୨୬ତାରିଖ ଠାରୁ ଶାରଦୀୟ ଦୁର୍ଗାପୂଜା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଜି ସନ୍ଧ୍ୟାରେ ବଜାରକମିଟି ସଭ୍ୟମାନଙ୍କ ଦ୍ଵାରା ଦୁର୍ଗାମୂର୍ତ୍ତି ବିସର୍ଜନ କରାଯାଇଛି।ଗ୍ରାମର ବାସନ୍ତୀସାମନ୍ତରାଙ୍କ ବାଡି ରେ ମାଟିତଳୁ ବାହାରି ଥିବା ବାନଦୂର୍ଗାପୀଠକୁ ମଙ୍ଗଳବାରଠାରୁ ଶନିବାର ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।ସେହିପରି ଶାନ୍ତିକୌଶଲ୍ୟା କଲ୍ୟାଣମଣ୍ଡପ ଠାରେ ଥିବା ମାଦୁର୍ଗାଣୀଙ୍କ ଠାରେ ମହାଷ୍ଟମୀଦିନ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ବିତରଣ କରାଯାଇଥିଲା। ଶ୍ମଶାନ […]

ଚୌଦ୍ବାର ଜେଲ୍‌ରୁ ୨କଏଦୀ ଚମ୍ପଟ୍‌

କଟକ,୩।୧୦(ଏସଏସନିଉଜ)ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ ମାରିଛନ୍ତି।ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇ ଥିବା ସୂଚନା ମିଳିଛି।ପାଣିକୋଇଲି ରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଏମାନେ ଧରାପଡ଼ି ଥିଲେ।ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ ମଧ୍ୟ କରିଥିଲେ।ଲୁଟେରାଙ୍କ ଗୁଳିମାଡ଼ରେ ଜଣଙ୍କର ଜୀବନ ଯାଇଥିଲା।ସ୍ଥାନୀୟଲୋକ ଉଭୟଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ।

ପ୍ରବଳ ବର୍ଷାରେ ଉପୁଡିଲା ଗଛ

ଭୁବନେଶ୍ବର,୨ା୧୦(ଏସଏସନିଉଜ)ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିର୍ଣ ସ୍ଥାନରେ ପରିସ୍ଥିତି ବେହାଲ ହୋଇଛି। ଦକ୍ଷିଣ ଓଡ଼ିଶାର ଗଂଜାମ. ଗଜପତି, କୋରାପୁଟ, ମାଲକାନଗିରି ଓ ନବରଂଗପୁର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପର୍ୟ୍ୟୟ ସୃଷ୍ଟିହୋଇ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷାରେ କୋରାପୁଟର ସେମିଳିଗୁଡ଼ା ଅଞ୍ଚଳରେ ରାସ୍ତାରେ ୫ଫୁଟ ପାଣି ପ୍ରବାହିତ ହେଉଛି । ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ବିଶାଳ ଗଛ ଉପୁଡ଼ି ଏକ ଅଟୋ ଉପରେ ପଡିଛି। ମାଲକାନଗିରି ଜିଲ୍ଲାର ସିଲେରୁ ନଦୀର ଜଳସ୍ରୋତରେ ଜଣେ […]

ପତ୍ନୀଙ୍କୁ ହତ୍ୟା କଲେ ଏବିଡ଼ିଓ!

କେନ୍ଦୁଝର ,୨ା୧୦(ଏସଏସନିଉଜ) ଦଶହରା ଓ ସୁଦରସା ବ୍ରତରେ ନନ୍ଦିପଦା ଥାନା ଡ଼ଅଁର ଗ୍ରାମରେ ଝିଅ ଆଗରେ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ଜଣେ ଏବିଡ଼ିଓ। ପାରିବାରିକ କଳହରୁ ଝିଅ ଆଗରେ ସ୍ତ୍ରୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣିଛନ୍ତି ସ୍ୱାମୀ ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ।ଘଟଣାପରେ ସେଫେରାର ହୋଇଯାଇଥିଲେ ।ଝିଅର ପାଟିଶୁଣି ପଡୋଶୀ ମାନେ ପହଁଚି ଗୁରୁତର ଅବସ୍ଥାରେ ସୁଦେଷ୍ନାଙ୍କୁ ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। […]

ସାରା ଓଡ଼ିଶାକୁ ବର୍ଷାର ଭୟ

ଭୁବନେଶ୍ୱର,୨।୧୦(ଏସଏସନିଉଜ)ଫିକା ପଡ଼ିଯିବ ଦଶହରା।ଆଜି ବି ପ୍ରବଳ ବର୍ଷା ବର୍ଷିବ।ଅଧିକ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେଉଛି ଅବପାତ।ଏବେ ସାରା ଓଡ଼ିଶାକୁ ବର୍ଷାର ଭୟ ଘଟିଛି।ଯାହାଫଳରେ ପୁରୀ ଓ ଜଗତସିଂହପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ନନ୍ଦନକାନନ ଖୋଲିବାର ନୁଆ ନିୟମ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଖୋଲିବାର ସମୟ ସୀମା ଆଜିଠାରୁ ବଦଳିଛି। ପ୍ରତିବର୍ଷ ପରି ଏଥର ଅକ୍ଟୋବର ୧ ତାରିଖରୁ ୩୧ମାର୍ଚ୍ଚ୨୦୨୬ ପର୍ଯ୍ୟନ୍ତ (୬ମାସ) ସମୟ ସୀମାରେ ପରିବର୍ତ୍ତନ କରାଯାଇଛି।ଏହି ୬ମାସ ସକାଳ ୮ଟାରୁ ଉଭୟପାର୍କ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ।ଶୀତଦିନେ ସାଧାରଣତଃ ଦିନ ଛୋଟ ରହୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଅଧିକ ରାତି ଭଳି ଅନୁମାନ କରାଯାଇଥାଏ।ତେଣୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ନନ୍ଦନକାନନ ଏହି ନିୟମାନୁସାରେ ଖୋଲିବା ଓ ବନ୍ଦ୍ ହେବା […]

କଟକରେ ବର୍ଷାରେ ଭାଙ୍ଗିଲା ଲାଇଟଗେଟ୍

କଟକ,୧।୧୦(ଏସଏସନିଉଜ)ବୁଧବାର ଦିହିପହରରେ ବର୍ଷା ଓ ପବନ ଯୋଗୁ କଟକରେ କେତେକମଣ୍ଡପ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଜି ଥିଲା କଟକ ଗ୍ରସ୍ତ।ସେ ବିଭିନ୍ନ ପୂଜାମଣ୍ଡପକୁ ଯିବାର କାର୍ଯ୍ୟକ୍ରମ ରହିଥିଲା।ମୁଖ୍ୟମନ୍ତ୍ରୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପୂର୍ବରୁ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଆଗକୁ ଯଦି ଏହିଭଳି ବର୍ଷା ହେବ ତେବେ କଟକରେ ଦଶହରା ଫିକା […]

ତ୍ରିଶୁଳିଆ ଛକରେ ହଙ୍ଗାମା କଲେ ବାଇକ ଚାଳକ

କଟକ, ୩୦।୯(ଏସଏସନିଉଜ) ତ୍ରିଶୂଳିଆ ବଜାର ଉପରେ ଜଣେ ବାଇକ ଚାଳକ ଉନ୍ମୁକ୍ତକାଣ୍ଡ ଘଟାଇଛି।ଏହି ଘଟଣାରେ ସ୍ଥାନୀୟଲୋକ ଜଣଙ୍କୁ ଧରି ପୋଲିସକୁ ଦେଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ସଂନ୍ଧ୍ୟା ୬ଟା ସମୟରେ ଓଡି ୦୫ବିଜେ ୮୪୮୮ ନମ୍ୱର କାରଟି ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲା। କାରଟି ତ୍ରିଶୂଳିଆ ବଜାର ଟ୍ରାଫିକ ଛକରେ ପହଞ୍ଚିଥିବାବେଳେ ପଛରୁ ଏକ ବାଇକ୍ ରେ ବସିଥିବା ଦୁଇଜଣ ଯୁବକ ଆସି କାରକୁ ଅଟକାଇ ଥିଲେ।ଏହାପରେ କାର ଚାଲକଙ୍କୁ […]

ବୃକ୍ଷରୋପଣ କଲେ କର୍ପୋରେଟର

ଚନ୍ଦ୍ରଶେଖରପୁର,୩୦।୯(ଏସଏସ ନିଉଜ)ମଙ୍ଗଳବାରଦିନ ବିଏମ୍ସିର ୩ନମ୍ୱର ୱାର୍ଡ କର୍ପୋରେଟରଲକ୍ଷ୍ମୀପ୍ରିୟା ପରିଡ଼ା ବୃକ୍ଷରୋପଣ କରିଛନ୍ତି।ଏହି ଉପଲକ୍ଷେ ବରଦେବି କଲୋନୀ ବାସିନ୍ଦାମାନଙ୍କ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଶସ୍ମାନରେ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଯୋଗାଉଥିବା ବୃକ୍ଷସବୁ ଉପସ୍ଥିତ ଥିବା ଅନ୍ୟତମ ଅତିଥି ବିଜେପି ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ସମ୍ପାଦକ ତଥା ପଟିଆ ଗ୍ରାମମଙ୍ଗଳ ସମିତି ସମ୍ପାଦକ ସନ୍ତୋଷ କୁମାର ପରିଡ଼ା ଓ ବରିଷ୍ଟ ନାଗରିକ, […]