Browsing category

ଜିଲ୍ଲା

କଟକରେ ଇଣ୍ଟରନେଟ୍ ସେବା ସ୍ଵାଭାବିକ

କଟକ,୭।୧୦(ଏସଏସନିଉଜ)କଟକରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍ ସେବା। ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ସେବା ପାଇଲେ କଟକବାସୀ।ମେଢ଼ଭସାଣ ବେଳେ ଉପୁଜିଥିବା ବିଶୃଙ୍ଖଳାରୁ ଲାଗିଥିଲା କଟକଣା।ସ୍ଥିତିଉପରେ ନଜର ରଖିଛି କମିଶନରେଟ୍ ପୋଲିସ।ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି।ବିଶୃଙ୍ଖଳା ସୃଷ୍ଟି ନ କରିବାକୁ ଅପିଲ କରାଯାଇଥିବା ସହ ଭଙ୍ଗ କଲେ ଆକ୍ସନ୍ ଚେତାବନୀ ମଧ୍ୟ ଦିଆଯାଇଛି।

ବସ୍‌ ଭିତରେ ପଶିଲେ

ପୁରୀ,୭।୧୦(ଏସଏସନିଉଜ) କଣାସରେ ଜଘନ୍ୟ କାଣ୍ଡ ଘଟିଛି। ଜଣେ ଯୁବକଲକ୍ଷ୍ମୀ ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଛନ୍ତି।ଏହି ଘଟଣାରେ ୭ଜଣଙ୍କୁ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ଘଟାଇ ଥିବା ଅଭିଯୁକ୍ତ ଏବେ ଗଡ଼ିଶାଗଦା ଥାନାରେ ରହିଛି। ଖବର ପାଇ କଣାସ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି।ଲକ୍ଷ୍ମୀବସଟି କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା। ବିନ୍ଧଣ ଛକ ନିକଟରେ ବସ୍‌ରେ ପଛ ସିଟ୍‌ରେ ବସିଥିବା ଯୁବକ ଜଣଙ୍କ ଉଠିଆସି ହଠାତ ସାମ୍ନାରେ […]

ବିଜେପିନେତାଙ୍କୁ ଗୁଳିମାଡ଼

ବ୍ରହ୍ମପୁର,୭।୧୦(ଏସଏସନିଉଜ) ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡା ମୃତ୍ୟୁବରଣ କରିଛନ୍ତି।ବ୍ରହ୍ମାନଗର ଘର ବାହାରେ ୨ ଦୁର୍ବୃତ୍ତଙ୍କ ଗୁଳିମାଡ଼ କରିଥିଲେ।ଚିକିତ୍ସା ପାଇଁ ଏମ୍‌କେସିଜିରେ ଭର୍ତିହୋଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କଲେ ।ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା।

ବାଲେଶ୍ୱରରେ ରାତି ୧୦ରୁ ସକାଳ ୬ କଟକଣା

ବାଲେଶ୍ୱର,୭।୧୦(ଏସଏସନିଉଜ)ବାଲେଶ୍ୱର ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ ଦୋକାନବଜାର ବନ୍ଦ ରହିବ।ଆସନ୍ତା ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ନିଷ୍ପତ୍ତି ନେଇଥିବାର ଜଣାପଡିଛି।

ଶାନ୍ତି ରହିଲେ କର୍ଫ୍ୟୁ ବଢ଼ିବନି -ସିପି

କଟକ,୬।୧୦(ଏସଏସନିଉଜ) ଦରଘାବଜାରରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ପୋଲିସ କମିଶନରଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ସ୍ଥିତି ଅନୁଧ୍ୟାନ ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକ ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଅଛି।କୌଣସି ଅପ୍ରୀତିକର ଘଟଣା ଘଟିନି।ଉପଦ୍ରବର କୌଣସି ଚିହ୍ନ ନାହିଁ।ଆମେ ସ୍ଥିତି ଅନୁଧ୍ୟାନ କରୁଛୁ।ଉପଦ୍ରବ କରିବାକୁ ଚେଷ୍ଟା କଲେ ଦୃଢ଼ ହସ୍ତରେ ଦମନ କରାଯିବ।ଯଦି ଏଭଳି ଶାନ୍ତି ରହିଲା କର୍ଫ୍ୟୁ ବଢ଼ାଇବା ଦରକାର ହେବନି ବୋଲି କହିଛନ୍ତି।ସେହିଭଳି ଭାବେ କଟକରେ ଇଣ୍ଟରନେଟ୍ କଟକଣା […]

ଜଙ୍ଗଲି ହାତୀଙ୍କ ଉତ୍ପାତ

ମେଣ୍ଢାଶାଳ,୬।୧୦(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ଜଙ୍ଗଲି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ।ଚନ୍ଦକାଜଙ୍ଗଲରୁ ହାତୀପହ୍ଲ ଆସି ଦାରୁଠେଙ୍ଗ ନୂଆଗଡ ପୋଖରୀ ପାଖ ଧାନ ବିଲରେ ପଶି ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ବ ଧାନଫସଲ ନଷ୍ଟ କରିଛନ୍ତି।ହାତୀପହ୍ଲଙ୍କ ଦୌରାତ୍ମ୍ୟରେ ଚାଷୀ ଙ୍କ ମନରେ ଭାଳେଣି ପଡିଯାଇଛି । ନୂଆଗଡ ପୋଖରୀ ପାଖରେ ଚାଷ କରିଥିବା ମକରା ପାତ୍ର ଓ ଟୁଳିଆ ପରିଡ଼ା ମିଶି ଏକ ଏକରରୁଉର୍ଦ୍ଧ୍ବ ଚାଷଜମିରେ ବିଭିନ୍ନ କିସମର ଧାନ ଫସଲ କରିଛନ୍ତି।କିଛି ଚାଷୀ ଧାର ଉଧାର କରି […]

କଟକର କିଛି ସ୍ଥାନରେ କର୍ଫ୍ୟୁ

କଟକ,୫।୧୦(ଏସଏସନିଉଜ) କଟକ ସହରରେ ଗୋଷ୍ଠୀ ବିବାଦକୁ ନେଇ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଛି ପୋଲିସ। ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନସ୍ଥ ଆଦି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ […]

କଟକରେ ପୋଡ଼ାଜଳା

କଟକ,୫।୧୦(ଏସଏସନିଉଜ)କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଆଜିଠାରୁ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିବ । ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ

ଭୁବନେଶ୍ୱର,୫।୧୦(ଏସଏସନିଉଜ)ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ।ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଗୋଟିଏର ପ୍ରଭାବ ନକମୁଣୁ ପୁଣି ଆଉଏକ ଲଘୁଚାପ ଦାନା ବାନ୍ଧିଲାଣି । ଅକ୍ଟୋବର ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ କ୍ଷତାକ୍ତ ଯୁବକ

କଟକ,୪।୧୦(ଏସଏସନିଉଜ)ବାରଙ୍ଗର ନରାଜ ବ୍ୟାରେଜ ଛକରେ ବିଳମ୍ୱିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାରଦେଖିବାକୁ ମିଳିଛି ।ରକ୍ତାକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବୁଲୁଥିବାର ସି ସି କ୍ୟାମେରାରେ କଏଦ ହୋଇଛି।ଯାହାକି ଶନିବାର ସକାଳୁ ଭାଇରାଲ ହେବାରେ ଲାଗିଛି। https://www.facebook.com/share/v/16UHPFM2r6/ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉକ୍ତ ଯୁବକକୁ ସିଡିଏ ଫେଜ୨ ଥାନା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା […]