Browsing category

ଜିଲ୍ଲା

ବଜ୍ରପାତରୁ ରକ୍ଷା ପାଇବା ଗଡିଲା ସଚେତନତା ରଥ

ଢ଼େଙ୍କାନାଳ,୮।୯(ଏସଏସନିଉଜ) ଜିଲ୍ଲାରେ ବଜ୍ରପାତରେ ଅଧିକ ଜୀବନ ହାନୀ ଘଟୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ସୋମବାର ଦିନ ଜିଲାପାଳଙ୍କ କାର୍ୟ୍ୟାଳୟଠାରେ ଏକ ସଚ଼େତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି ।ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ […]

୧୦କୋଟିର ସାଇବର ଠକେଇ,୫ଗିରଫ

ମେଣ୍ଢାଶାଳ,୭।୯(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ଶନିବାର ଦିନ ସାଇବର ଠକେଇ ମାମଲାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେମୈତ୍ରୀ ବିହାର ଥାନା ଅଧୀନସ୍ଥ ବିଡ଼ିଏ କଲୋନିରେ ରହୁଥିବା ଭଗବାନ ସାହୁ (୨୧)ଗଙ୍ଗାପାଟଣାସଂଘର୍ଷ ବିହାରରେ ରହୁଥିବା ଚିରଞ୍ଜିବ ରାଉତ (୨୧), ଅମିତାରାଣୀ ରାଉତ (୫୦), ଆକାଂଖ୍ୟା ରାଉତ (୨୧)ଓ ବିହାରର ସମୀର କୁମାର ଭୁବେ (୩୫)। ପ୍ରକାଶ ଯେ,ଚନ୍ଦକାଥାନା ଅଧିନସ୍ଥଗଙ୍ଗାପାଟଣା ସଂଘର୍ଷ ବିହାରରେ ରହୁଥିବା ଅମିତାରାଣୀ ରାଉତ (୫୦) ନାମକ ମହିଳା ତାଙ୍କ ସମ୍ପର୍କୀୟ ସୁସାନ୍ତଙ୍କ ମାଧ୍ୟମରେ […]

ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ଜନ୍ମୋତ୍ସବ

ଢେଙ୍କାନାଳ, ୭ା୯(ଏସଏସନିଉଜ)ସ୍ଥାନୀୟ ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ପରିସଦର ସଦସ୍ୟମାନଙ୍କ ଦ୍ବାରା ଶ୍ରୀମଦ୍ ଭାଗବତଜନ୍ମ ବିଧିପୂର୍ବକ ପାଳିତ ହୋଇଯାଇଛି । ଚୈତନ୍ୟ ମହାପ୍ରଭୁଙ୍କ ପାଦପଦ୍ମ ଭାଗବତ ମହାପୁରାଣ, ଅନ୍ୟାନ୍ୟ ପୂଜା ବୈଷ୍ଣବମାନଙ୍କୁ ଯଥାବିଧ ଆରାଧନା, ପୂଜା ଓ ହୋମାଦି କାର୍ୟ୍ୟକ୍ରମ, ନାମସଂକୀର୍ତନ କରାଯାଇ ଏକ ଭକ୍ତିମୟ ପରିବେଶରେ ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭାଗବତ ଗାଦିପୂଜକ ଅକ୍ଷୟ ତ୍ରିପାଠୀ ଓ କୁନା ଶତପ‌ଥୀ ପୂଜାକାର୍ୟ୍ୟ ସଂପାଦନ କରିଥିଲେ ।ସର୍ବଶ୍ରୀ ଦାମୋଦର ସାହୁ, ବିରଞ୍ଚି ପଟ୍ଟନାୟକ, ନୃସିଂହ […]

ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୯(ଏସଏସନିଉଜ) ରବିବାର ଦିନ ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ଭୁବନେଶ୍ୱର ସତ୍ୟନଗରସ୍ଥିତ ପୂର୍ତବିଭାଗ ଡ଼ାକ ବଙ୍ଗଳାଠାରେ ଅନୁଷ୍ଟିତ ହୋଇଯାଇଛି ।ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଚେୟାରମ୍ୟାନ ସତ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧ବର୍ଷ ପାଇଁ ସଂଘର ଏକ ଯୋଜନା ଚୂଡ଼ାନ୍ତ ହୋଇଥିଲା।ଏଥିରେ ସୁବୁ ଜିଲାରେ ସାଂଗଠାନିକ ସ୍ଥିତି ସୁଦୃଢ଼ କରିବା ,ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଜିଲ୍ଲା କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଓ ସାମ୍ବାଦିକମାନେ ଖବର […]

ନନ୍ଦନକାନନ ପାଲିଲା ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଭୁବନେଶ୍ୱର,୬।୯(ଏସଏସନିଉଜ) ବିଶ୍ୱବ୍ୟାପୀ ଶାଗୁଣାଙ୍କ ସଂଖ୍ୟାର ଉଦବେଗଜନକ ହ୍ରାସ, ସେମାନଙ୍କର ସଂରକ୍ଷଣର ଜରୁରୀ ଆବଶ୍ୟକତା ଏବଂ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଭୂମିକାକୁ ଉଜାଗର କରିବା ପାଇଁ ଶନିବାରଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳିତ ହୋଇଯାଇଛି ।ଏଥିନିମନ୍ତେ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗୀତା ବିଦ୍ୟାଳୟରେ କରାଯାଇଥିଲା ।ଏହାସହ ଶାଗୁଣା ସଂରକ୍ଷଣ ଉପରେ ଏକ ପାୱାର […]

ଗାଡ଼ି ଧକ୍କାରେ ଯୁବକ ଗୁରୁତର

କଟକ,୬।୯(ଏସଏସନିଉଜ) ଶନିବାର ରାତିରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଓମଫେଡ କମ୍ପାନୀ କ୍ୱାର୍ଟର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣଙ୍କ ଠିକ୍ଭାବେ କିଛି କହିପାରୁନଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ ।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଆହତ ଯୁବକକୁ ଉଦ୍ଧାର କରି ଚିକିସ୍ାପାଇଁ କଟକବଡ ଡାକ୍ତରଖାନାକୁ ପଠାଇଛି ।

ମଦ ବିକିବାବେଳେ ମାଡ଼ିବସିଲା ପୋଲିସ

କଟକ, ୬।୯(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରି ଶନିବାରକୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାଲୁଙ୍କା ଗ୍ରାମର ଗ୍ରାମର ରାମ ସିଂ (୪୬) ଓ ସୁକଦେବ ସିଂ (୪୩)। ପ୍ରକାଶଯେ, ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଭାଲୁଙ୍କା ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବାର ସୂଚନା ପାଇ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗ୍ରାମର ରାମ ସିଂ […]

ସରକାରୀ ଜାଗାରେ କରିଥିଲେ ଦୋକାନ, ଭାଙ୍ଗିଲା ତହସିଲ

କଟକ,୬।୯(ଏସଏସନିଉଜ) ଶନିବାରଦିନ ବାରଙ୍ଗ ତହସିଲ ପକ୍ଷରୁ ନରାଜ ପାଖ ଆରଟିଓ ଅଫିସ ସମ୍ମୁଖ କାଠଯୋଡ଼ି ନଦୀପଠାରେ ହୋଇଥିବା ଜବରଦଖଲକୁ ବାରଙ୍ଗ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି।ବାରଙ୍ଗ ତହସିଲଦାର ଡଃ ତୃଷାର ଜ୍ୟୋତି ରଞ୍ଜନ, ରାମଦାସପୁର ରାଜସ୍ଵ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ କଟକ ମହାନଗର ନିଗମର ଏନଫୋସ ମେଣ୍ଟ ଫୋର୍ସ, ଗୋଡିସାହି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେଉରା ଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହି ଏହି ଜବର ଦଖଲ ଉଚ୍ଛେଦ […]

ନଦୀପଠାରେ ଫସିଲେ ଗୋରୁପଲ

କଟକ,୬।୯(ଏସଏସନିଉଜ)କାଠଯୋଡ଼ିର କାଜିପାଟଣା ପାଖ ନଦୀ ପଠାରେ ଏକ ଗୋରୁପଲ ଫସିରହିଥିବାର ଶନିବାର ସକାଳେ ଦେଖିବାକୁ ମିଳିଛି।କାଠଯୋଡ଼ିର ଜଳସ୍ତର ହଠାତ ବୃଦ୍ଧି ପାଇଥିବାରୁ ଚରିବାକୁ ଯାଇଥିବା ଗୋରୁପଲ ଆଉ ଫେରିପରିନଥିଲେ।ଖବରପାଇ ବାରଙ୍ଗରୁ ଏକ ଦମକଳ ବାହିନୀ ଯାଇ ଗୋରୁପଲଙ୍କୁ ବାଡେଇବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଗାଈ ପହଁରିକି କାଜିପାଟଣା ଆଡ଼କୁ ଆସିଥିଲେ।

ମହାନଦୀରେ ପଡିଛି ଅଜଣା ମୃତଦେହ

କଟକ, ୬।୯(ଏସଏସନିଉଜ)ମହାନଦୀ ମୁଣ୍ଡଳି ବ୍ୟାରେଜରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବାରଙ୍ଗ ଥାନା ପୁଲିସ। ଶନିବାର ସକାଳେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଗୋଡିସାହି ଫାଣ୍ଡି ପୁଲିସ ବାରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତଦେହର ପରିଚୟ ମିଳିପାରିନାହିଁ।