ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ କ୍ଷତାକ୍ତ ଯୁବକ

ଯୁବକକୁ ଆକ୍ରମଣ କଲା କିଏ ଓ ଯୁବତୀ ଗଲେ କୁଆଡେ ?

କଟକ,୪।୧୦(ଏସଏସନିଉଜ)ବାରଙ୍ଗର ନରାଜ ବ୍ୟାରେଜ ଛକରେ ବିଳମ୍ୱିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାରଦେଖିବାକୁ ମିଳିଛି ।ରକ୍ତାକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବୁଲୁଥିବାର ସି ସି କ୍ୟାମେରାରେ କଏଦ ହୋଇଛି।ଯାହାକି ଶନିବାର ସକାଳୁ ଭାଇରାଲ ହେବାରେ ଲାଗିଛି।

https://www.facebook.com/share/v/16UHPFM2r6/

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉକ୍ତ ଯୁବକକୁ ସିଡିଏ ଫେଜ୨ ଥାନା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜଣେ ଯୁବକ ଓ ଯୁବତୀ ଏକ ସ୍କୁଟି ଯୋଗେ ରାତି ୮ ଟା ସୁଦ୍ଧା ନରାଜ ବ୍ୟାରେଜ ଉପରକୁ ଆସିଥିଲେ।ବ୍ୟାରେଜ କଡ଼ରେ ଗାଡି ରଖି କଠାଯୋଡ଼ି ନଦୀ କୂଳରେ ବସିଥିଲେ।ଏହିସମୟରେ ଅସାମାଜିକ ଯୁବକ ମାନେ ଆସି ବସିଥିବାଯୁବକ ଓ ଯୁବତୀଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବାର ଯୁବକ ଜଣଙ୍କ ସ୍ଥାନୀୟ ଲୋକଙ୍କୁ କହିଥିଲେ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଫେଜ୨ଥାନା ପୋଲିସ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲେ।ଅନ୍ୟପଟେ କ୍ଷତାକ୍ତ ଯୁବକ ଜଣଙ୍କ ଲାହୁଲୁହାଣ ହୋଇ ଓ ଉଲଗ୍ନ ଅବସ୍ଥାରେ ବ୍ୟାରେଜ୍ ରାସ୍ତାରେ ସାହାଯ୍ୟ ପାଇ ବୁଲୁଥିବାର ସିସିକ୍ୟାମେରା ରେ ଦୃଶ୍ୟ କଏଦ ହୋଇଥିଲା।ଯୁବତୀ ଜଣଙ୍କ କୁଆଡେ ଗଲେ ତାହା ଜଣାପଡ଼ିଥିବା ବେଳେ ଖବର ପାଇ ଗୋଡିସାହିଫାଣ୍ଡି ପୋଲିସ ଆସି ଥୁଆ ହୋଇ ଥିବା ଓଡ଼ି୩୪କ୍ୟୁ୮୪୮୯ ନମ୍ୱର ସ୍କୁଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment