Browsing category

ଜିଲ୍ଲା

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଯାଜପୁର,୧।୮(ଏସଏସନିଉଜ) ବ୍ୟାସନଗର ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (SRA) ହେମନ୍ତ କୁମାର ତରାଇଙ୍କୁ ୪,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ିବସିଛି ଭିଜିଲାନ୍ସ।କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ ଆଗରୁ ୫ସହ ଟଙ୍କା ନେଇଥିଲେ।ପରେ ବଳକା ୪.୫୦୦ଟଙ୍କା ନଦେଲେ କାମ ହେବନି ବୋଲି କହିବାରୁ ବାଧ୍ୟ ହୋଇ ଲକ୍ଷ୍ମୀଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଶୁକ୍ରବାର ଯୋଜନା ମୁତାବକ ତହସିଲ କାର୍ଯ୍ୟାଳୟରେ ୪,୫୦୦ […]

ଏକତରଫା ପ୍ରେମ ନେଲା ଜୀବନ

ଜଟଣୀ,୧।୭(ଏସଏସନିଉଜ)ନାବାଳିକା ସହ ପ୍ରଥମେ ବନ୍ଧୁତା ଓ ସମୟଦେଖି କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲଫୋନରେ ସଂଗ୍ରହ କରିନେଇଥିଲେ।ବାହାହେବା ପ୍ରସ୍ତାବକୁ ନାବାଳିକା ପ୍ରତ୍ୟାଖ୍ୟାନ କରିବା ପରେ ଭାଇରାଲ ପାଇଁ ଧମକ ଦେଇଥିଲେ।ମାନସିକ ଦୁଶ୍ଚିନ୍ତାରେ ନାବାଳିକା ବିଷପାନ କରି ଜୀବନ ଯୁଦ୍ଧରେ ହରିଯାଇଥିଲେ।ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟଯେ, ମୃତା ନାବାଳିକା ଜଣକ ପରିବାର ସହ ଜଟଣୀଥାନା ଅଞ୍ଚଳରେ ରହୁଥିବା ବେଳେ, ନିମ୍ନୋକ୍ତ ଏସକେ ଆସିଫଙ୍କ ସହ […]

ଚକୁଳିଆ ପଣ୍ଡା ବେଶରେ ଗୀତ ବୋଲିଲେ

ମେଣ୍ଢାଶାଳ,୩୧।୭(ଏସଏସନିଉଜ)ଭୁବନେଶ୍ୱର ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ବଜ୍ରପାତରୁ ସୁରକ୍ଷା ପାଇବାପାଇଁ ଚକୁଳିଆ ପଣ୍ଡାଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଗୁରୁବାରଦିନ ମେଣ୍ଢାଶାଳ ପଞ୍ଚାୟତରେ ଆରମ୍ଭ କରାଯାଇଛି।ଚକୁଳିଆ ପଣ୍ଡା ସେମାନଙ୍କ ଗୀତ ମାଧ୍ୟମରେ ମେଣ୍ଢାଶାଳ ଗ୍ରାମ ଓ ବଜାରରେ ଗ୍ରାମବାସୀ ଓ ଦୋକାନୀମାନଙ୍କ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରଂପଚ କୌଶଲ୍ୟା ବଳିଆର ସିଂହ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦିପ୍ତିମୟୀ ନାୟକ ପରିଚାଳନା କରିଥିଲେ।ଚଳିତବର୍ଷ ବର୍ଷାଋତୁରେ ମେଣ୍ଢାଶାଳ ଗାଆଁରେ ଘଟି ଦୁଇଟି ନଡିଆଗଛ ଓ ଏକ ଚାଳଘର ଉପରକୁ […]

ବାରଙ୍ଗ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

କଟକ,୩୧। ୭(ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ଦିନ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଫାଣ୍ଡି ପୁଲିସ। ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ। ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି […]

ହାତୀ ନେଲା ୩ଜୀବନ,ରାସ୍ତାରେ ବସିଲେ ଗ୍ରାମବାସୀ

ଢେଙ୍କାନାଳ,୩୧।୭(ଏସଏସନିଉଜ) ହିନ୍ଦୋଳଥାନା ବାଘଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଝୁଲଣା ଦେହୁରୀ (୫୫) ଏବଂ ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ। ଗୁରୁବାର ସକାଳ‌େ ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ବନ୍ଚାଇବାକୁ ଯାଇ ଦେଢ଼ଶୂର କରୁଣାକରଙ୍କୁ ହାତୀ ଆକ୍ରମଣ କରିଥିଲା।ଫଳରେ ଉଭୟ ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ଗାଁର ଶଶିସାହୁ ହାତୀ ସହ ମୁହାଁମୁହିଁ […]

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

କେନ୍ଦ୍ରା‌ପଡ଼ା,୩୧।୭(ଏସଏସନିଉଜ) କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ଥିବା ଭିତରକନିକା ଜାତୀୟଉଦ୍ୟାନ ଆସନ୍ତାକାଲି ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ଆଗ୍ରାଭେଟ ପ୍ରାଇଭେଟ୍ ଇଥାନ୍ ଅଏଲ କମ୍ପାନୀରେ ଅବକାରୀ ବିଭାଗର ଚଢାଉ

କଟକ,୩୦।୭(ଏସଏସନିଉଜ)ମଣ୍ଡଳୀ ନିକଟସ୍ତ ନୂଆସାହିଠାରେ ଥିବା ଘରୋଇ ଈଥାନଅଏଲ ଆଗ୍ରାଭେଟ କମ୍ପାନିରେ କଟକ ଅବକାରୀବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ ବୁଧବାର ଦିନ କରାଯାଇଛି।କଟକ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶରେ ଏହି କଂପାନୀରେ କେତେ ଇଥାନଅଏଲ୍ ବିକ୍ରୀ ହେଉଛି, କେତେ ପରିମାଣର ପ୍ରସ୍ତୁତି ସହିତ କେଉଁକେଉଁ ଆଡେ ଯୋଗାଣ ହେଉଛି,ଇଥାନଅଏଲ୍ ପରେ ଆଉ କଣ ହେଉଛି ଏହାକୁ ନେଇ କମ୍ପାନୀ ଭିତରେ ଛାନଭିନ କରିଥିଲା ଅବକାରୀ ବିଭାଗର ୧୫ଜଣିଆ ଟିମ୍। ଅବକାରୀବିଭାଗ ଦୀର୍ଘ ସମୟଧରି ଚଢାଉ ଜାରୀ କରିରଖିଥିବାର ଜଣାପଡିଥିଲା। […]

ମାର ଚାଷଜମିରେ ପୁଅ ପକାଇଲା ବିଷାକ୍ତ ଔଷଧ

କୁକୁଡାଖଣ୍ଡି,୩୦।୭(ଏସଏସନିଉଜ)ଗଞ୍ଜାମଜିଲ୍ଲା ସଦରଥାନା ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମରେଦେଖିବାକୁ ମିଳିଛି ମାର ଚାଷଜମି (ତୈଳି କିଆରୀ)ରେ ସାନପୁଅ ବିଷାକ୍ତଔଷଧ ପକେଇ ତୈଳି କିଆରୀକୁ ସଂପୂର୍ଣ୍ଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସୁଦଷ୍ଣା ବିଷୋୟୀଙ୍କ ସାନପୁଅ ବାବୁଲା ବିଷୋୟୀ ନିଜ ମାଉପରେ ରାଗ ରଖି ତୈଳିକିଆରୀ ଜମିରେ ବିଷାକ୍ତ ଔଷଧ ପକେଇ ସଂପୂର୍ଣ୍ଣ କରିଦେଇଛି । ବାବୁଲା ବିଷାକ୍ତ ଔଷଧ ପକେଇବା ସମୟରେ ଗ୍ରାମର କିଛି ମହିଳା ଓ ପୁରୁଷ ଦେଖିଥିଲେ । ଖବରପାଇ ସୁଦଷ୍ଣା ଘଟଣାସ୍ଥଳରେ ପହଞ୍ଚି […]

ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ

ଭୁବନେଶ୍ବର,୩୦ା୭(ଏସଏସନିଉଜ) OAS ଅଧିକାରୀଙ୍କ ନାଁରେ ମହିଳାଥାନାର ଦ୍ବାରସ୍ଥ ହେଲେ ପତ୍ନୀାOSDMA ଡିଜିଏମ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଆଣିଲେ ଅଭିଯୋଗାପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଅଭିଯୋଗାନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା ପତ୍ନୀଙ୍କ ଅଭିଯୋଗାହସ୍ପିଟାଲ ବେଡ୍‌ରେ ନବଜାତ ପୁଅ ଓ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗାସ୍ବାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କଲେ ପତ୍ନୀାସବୁ ଅଭିଯୋଗର ଜବାବ ଥାନାରେ ଦେବି କହିଲେ OAS […]

ଦିନକ ପାଇଁ ସବୁ ସ୍କୁଲ୍ ଛୁଟି

ଭଦ୍ରକ,୩୦।୭(ଏସଏସନିଉଜ)ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଫଳରେ ବହୁ ଲୋକ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବାର ଜଣାଯାଇଛି।ଏହାକୁ ନଜରରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି।