ମେଣ୍ଢାଶାଳ,୩୧।୭(ଏସଏସନିଉଜ)ଭୁବନେଶ୍ୱର ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ବଜ୍ରପାତରୁ ସୁରକ୍ଷା ପାଇବାପାଇଁ ଚକୁଳିଆ ପଣ୍ଡାଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଗୁରୁବାରଦିନ ମେଣ୍ଢାଶାଳ ପଞ୍ଚାୟତରେ ଆରମ୍ଭ କରାଯାଇଛି।ଚକୁଳିଆ ପଣ୍ଡା ସେମାନଙ୍କ ଗୀତ ମାଧ୍ୟମରେ ମେଣ୍ଢାଶାଳ ଗ୍ରାମ ଓ ବଜାରରେ ଗ୍ରାମବାସୀ ଓ ଦୋକାନୀମାନଙ୍କ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରଂପଚ କୌଶଲ୍ୟା ବଳିଆର ସିଂହ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦିପ୍ତିମୟୀ ନାୟକ ପରିଚାଳନା କରିଥିଲେ।ଚଳିତବର୍ଷ ବର୍ଷାଋତୁରେ ମେଣ୍ଢାଶାଳ ଗାଆଁରେ ଘଟି ଦୁଇଟି ନଡିଆଗଛ ଓ ଏକ ଚାଳଘର ଉପରକୁ ବଜ୍ରଘାତ ହୋଇଥିଲା।ତେଣୁ ବଜ୍ରାଘାତରୁ ରକ୍ଷା ପାଇବାପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଗ୍ରାମବସୀଙ୍କ ପାଇ ବେଶ୍ ଲାଭଦାୟକ ସାଜିବ ବୋଲି ସରମ୍ପଚ କହିଛନ୍ତି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)