୩ଲକ୍ଷ ଝାମ୍ପିନେଲେ
ଆସିକା,୨୪।୭(ଏସଏସନିଉଜ) ୩ ଲକ୍ଷ ଟଙ୍କା ଝାମ୍ପିନେଲେ ମୁଖା ପିନ୍ଧା ୪ ଦୁର୍ବୃତ୍ତ।କେ. ନୂଆପଲ୍ଲୀ ଛକ ନିକଟରୁ ବାଇକ୍ରେ ଆସି ଝାମ୍ପି ଚମ୍ପଟ୍ ମାରିଲେ।ଗ୍ରୁପ୍ ଲୋନ୍ ଟଙ୍କା ଉଠାଇ ଫେରିଲା ବେଳେ ଲୁଟ୍ର ଶିକାର।
Browsing category
ଆସିକା,୨୪।୭(ଏସଏସନିଉଜ) ୩ ଲକ୍ଷ ଟଙ୍କା ଝାମ୍ପିନେଲେ ମୁଖା ପିନ୍ଧା ୪ ଦୁର୍ବୃତ୍ତ।କେ. ନୂଆପଲ୍ଲୀ ଛକ ନିକଟରୁ ବାଇକ୍ରେ ଆସି ଝାମ୍ପି ଚମ୍ପଟ୍ ମାରିଲେ।ଗ୍ରୁପ୍ ଲୋନ୍ ଟଙ୍କା ଉଠାଇ ଫେରିଲା ବେଳେ ଲୁଟ୍ର ଶିକାର।
ଜଗତସିଂହପୁର,୨୪।୭(ଏଏସନିଉଜ)ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର।୫୦୦ ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି।ବେଳାଭୂମି ନିକଟରେ ଥିବା ଦୋକାନଗୁଡିକରେ ସମୁଦ୍ର ପାଣି ପଶିଲା।ହଠାତ୍ ସମୁଦ୍ରର ଉଗ୍ରରୂପ ଦେଖି ଆତଙ୍କିତ ହୋଇଯାଇଛନ୍ତି ସମୁଦ୍ର କୂଳିଆ ଗାଁ ଲୋକେ।ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ସମୁଦ୍ର ଅଶାନ୍ତ ଥିବା ଆଶଙ୍କା କରାଯାଉଛି।
ପଦ୍ମପୁର,୨୪।୭(ଏସଏସନିଉଜ)ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି।ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ।ନୃସିଂହ ନାଥଠାରୁ ୫କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ।
ଭୁବନେଶ୍ୱର,୨୪।୭(ଏସଏସନିଉଜ)ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘର ଭିତରୁ ସନ୍ଦେହଜନକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବତୀଙ୍କ ଘର ରାୟଗଡ଼ାରେ ହୋଇଥିବା ବେଳେ ସେ +୩ ଛାତ୍ରୀ ଥିଲେ।ଚନ୍ଦ୍ରଶେଖରପୁରରେ ରହି ହୋଟେଲରେ କାମ କରୁଥିଲେ ।
ସୋନପୁର,୨୪।୭(ଏସଏସନିଉଜ)ମନମୁଣ୍ଡା-କଣ୍ଟାମାଳ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ ହୋଇଛି।ଅଜଣାଗାଡି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟଣାପରେ ଉତ୍ତେଜନା ଦେଖା ଦେଇଛି।ଗାଡ଼ିକୁ ଧରିବା ଓ କ୍ଷତିପୂରଣ ଦାବିରେ ବଡ଼ କୁସଙ୍ଗ ନିକଟରେ ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରୁଛନ୍ତି।
ଭଦ୍ରକ,୨୪।୭(ଏସଏସନିଉଜ) ବିଡ଼ି ମାଗିବାକୁ ନେଇ ଇଚ୍ଛାପୁର ଛକରେ ହତ୍ୟାକାଣ୍ଡ ଘଟିଛି।ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସାବରଙ୍ଗ ଥାନା ପୋଲିସ୍ ବୋଲିସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଦ୍ରକ ସଦର SDPO।ଗତ ୯ ତାରିଖରେ ବିଡ଼ି ମଗାକୁ ନେଇ ମାରପିଟ ହୋଇଥିଲା।୨୦ ତାରିଖରେ ଗୁରୁତର ଗୋଲକ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା।ସାବରଙ୍ଗ ଥାନାରେ ଅଭିଯୋଗ ପରେ କାରଣ ଖୋଜୁଥିଲା ପୋଲିସ୍।
ଦିଗପହଣ୍ଡି,୨୪।୭(ଏସଏସନିଉଜ )ଦାମପୁର ଗାଁରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ ଟିମ୍।ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଲେ।୩ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରିବା ସହ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ସହ ୫ରୁ ଅଧିକ ଆକ୍ରାନ୍ତ ଥିବାର ଅଦ୍ୟାବଧି ଜଣାପଡିଛି।
ବଣାଇ,୨୪।୭(ଏସଏସନିଉଜ) ଧରଣୀ ଧରପାଲି ସେକ୍ସନ ଅଂଚଳରେ ଦନ୍ତାହାତୀର ଉତ୍ପାତ ଦେଖାଦେଇଛି।ତାଳଖାଇବା ସହ ଚାଷୀଙ୍କ ଧାନତଳି ଦଳି ନଷ୍ଟ କରୁଛି।ଘଉଡ଼ାଇବାରେ ଲାଗିଛନ୍ତି ACFଙ୍କ ସମେତ ବନବିଭାଗ ଟିମ୍ ।ସେହିଭଳି ଭାବେ ବାଙ୍କୀର ଭଗିପୁର ଓ କୂଅମଡା ଅଞ୍ଚଳରେ ହାତୀ ଉତ୍ପାତ ଦେଖାଦେଇଛି।ପାଚେରି ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି ହାତୀ।ଆଠଗଡ଼ ସୁକାଶନ ଜଙ୍ଗଲରୁ ମାଈହାତୀଟି ଆସିଥିଲା।ହାତୀଟିକୁ ଚନ୍ଦକା ଅଭୟାରଣ୍ୟ ଭିତରକୁ ଘଉଡାଇ ଦେଲା ବନ ବିଭାଗ।
ଭୁବନେଶ୍ୱର,୨୪।୭(ଏସଏସନିଉଜ)ଓଡ଼ିଶା ଡ୍ରାଇଭର ମହାସଙ୍ଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଜେଲରୁ ବାହାରିଛନ୍ତି।ଜାମିନ ମଞ୍ଜୁର ହେବା ପରେ ଦେବଗଡ଼ ଜେଲରୁ ମୁକୁଳିଛନ୍ତି ।ଆଦିତ୍ୟବେହେରା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ମାଡ଼ମାରିବା ଅଭିଯୋଗ ହୋଇଥିଲା।ଦେବଗଡରୁ ଆଦିତ୍ୟ ବେହେରାଙ୍କୁ ଗିରଫ କରିଥିଲା ପୁଇଁତଳାଥାନା ପୋଲିସ୍ ।
ଭୁବନେଶ୍ୱର,୨୪।୭(ଏସଏସନିଉଜ)ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି।ଘନୀଭୂତ ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେବା ଆଶଙ୍କା ଦେଖାଦେଇଛି।ଲଘୁଚାପଟି ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ ବୋଲି ଅନୁମାନ କରାଯାଇଛି।ଉତ୍ତରଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ରହିଛି।ବାତ୍ୟା ୱିଫାର ଅବଶିଷ୍ଟାଂଶ ପ୍ରବେଶ ସମୟାନୁସାରେ ଜଣାପଡିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।