Browsing category

ଜିଲ୍ଲା

ଗଞ୍ଜେଇମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୨୬।୬(ଏସଏସନିଉଜ) ଗଞ୍ଜେଇ ମୁକ୍ତ ହେବଓଡ଼ିଶାରାଜ୍ୟ ହେବ ଗଞ୍ଜେଇ ମୁକ୍ତ।ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି।

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।

SCOସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍‌ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।

ଅଗଷ୍ଟ୯ରେ ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ବର,୨୬।୬(ଏସଏସନିଉଜ)ଆସନ୍ତା ରାକ୍ଷୀପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ୯ରେ ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ସୁଭଦ୍ରାର ତୃତୀୟକିସ୍ତି ମିଳିବ।ଏନେଇ ବୁଧବାର ଲୋକସେବାଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଏଥିସହ ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁସଙ୍ଗିକ ଖର୍ଚ୍ଚକୁ ମଧ୍ୟ ବୈଠକ ରେ ଅନୁମୋଦନ କରାଯାଇଛି।

ଶଙ୍କରାଚାର୍ଯ୍ୟଙ୍କ ପ୍ରେସମିଟ୍

ଭୁବନେଶ୍ବର,୨୬।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ।ଧର୍ମୀୟ ଭାବନା ପାଇଁ ନୁହେଁ, ଆୟପାଇଁ ଏହା କରାଯାଇ ଛି।ବହୁତସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତି।ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି ବୋଲି କହିଛନ୍ତି।

ଶ୍ରୀଶ୍ରୀଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ଚିକିତ୍ସା ଶିବିର

କଟକ,୨୫|୬ (ଏଏସନିଉଜ) ବୁଧବାରଦିନ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଥିବା ଶ୍ରୀଶ୍ରୀ ଆୟୁବେଦ ମହାବିଦ୍ୟାଳୟ ତରଫରୁ ବେଲଗଛିଆ ପଞ୍ଚାୟତରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ ଏବଂ ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ଜନ ସାଧାରଣଙ୍କୁ ଏହାର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ୩୦୦ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ ଏବଂ ସମସ୍ତଙ୍କର ମଧୁମେହ […]

ବଜ୍ରାଘାତରେ ଦୁଇ ବ୍ୟବସାୟୀ ଗୁରୁତର

ବାରଙ୍ଗ,୨୫|୬ (ଏଏସନିଉଜ) ବଜ୍ରାଘାତ ଘଟି ଦୁଇଜଣ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି।ଦୁଇ ଗୁରୁତର ହେଲେ କଟକ ବାଦାମବାଡ଼ି ଅଞ୍ଚଳର ଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର।ଉଭୟଙ୍କୁ ସ୍ଥାନୀୟ ଲୋକ ଉଧାର କରି ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଇଛନ୍ତି।ଏଭଳି ଘଟଣା ପାଟପୁର ଗାଁ ମୁଣ୍ଡରେ ଘଟିଛି। ପ୍ରକାଶଯେ,ସବୁଦିନ ଭଳି ବୁଧବାର ଅପରାହ୍ନରେ ତ୍ରିଶୂଳିଆ-ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ଗାଁ ନିକଟରେ ବାଦାମବାଡ଼ି ଅଞ୍ଚଳରଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର ରାସ୍ତାକଡ଼ରେ ଲୁଗା ବ୍ୟବସାୟ କରୁଥିଲେ।ଏହି ସମୟରେ ପ୍ରବଳ ବର୍ଷା […]

ଆସି ପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି,୨୪।୬(ଏସଏସନିଉଜ) ଗାଁକୁ ପକାସଡ଼କ ନଥିବାରୁ ଆମ୍ବୁଲାନ୍ସଟି ଆସିପାରିନଥିଲା।ଯାହାଫଳରେ ୫କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଖଟରେ ଗ୍ରାମବାସୀଙ୍କୁ ବୁହାଇବାକୁ ପଡ଼ିଥିଲା।ଏହିଭଳି ଚିତ୍ର ଥୁଆମୂଳ ରାମପୁର ବ୍ଲକ ପଡେପଦର ପଞ୍ଚାୟତ ବାଟିପାସ ଗାଁର ଘଟିଛି। ମୃତକମହିଳା ହେଉଛନ୍ତି ବାଟିପାସ ଗାଁର ସୁଭଦ୍ରା ଯାନୀ(୨୨)।ସୋମବାରଦିନ ଚିକିତ୍ସା ପାଇଁ ସୁଭଦ୍ରାଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ଏବେ ମୃତକଙ୍କ ୨୬ଦିନର ଶିଶୁକନ୍ୟା ଥିବାର ଜଣାପଡିଛି।ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରୁ ଖମାରପଦର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଶବ ନେଇଯାଇ ଥିବାବେଳେ ଖମାରପଦରଠାରୁ ବାଟିପାସଗାଁକୁ […]

ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକରୁ ଚୋରି !

ପୁରୀ,୨୪।୬(ଏସଏସନିଉଜ)ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ ହୋଇଛି।୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ।୩୧୩ଟି ମୋଦକରୁ ୭୦ଟି କମ୍ ଅଛି।ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ।ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀପ୍ରଶାସକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପଟେ ଶ୍ରୀମନ୍ଦିରରୁ ଚୋରି ହୋଇନି ଦଶମୂଳ ମୋଦକ ବୋଲିଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାରେ କହିଛନ୍ତି।ସେ କହିଛନ୍ତିକିଛିଲୋକ ନିଜ ପତିଆରା ପାଇଁ ମିଛ କହିଛନ୍ତି।ଏଭଳି ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ।ଯେଉଁମନେ ଏଭଳି କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

ଆସ୍କାରେ ରାଜ୍ୟସ୍ତରୀୟ ଯୁବଶକ୍ତି ସମାବେଶ

ଭୁବନେଶ୍ୱର,୨୩।୬(ଏସଏସନିଉଜ)ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜପାଇଁ ଏକ ସୁବର୍ଣ୍ଣଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କାଠାରେ ଆୟୋଜିତ ରାଜ୍ୟସ୍ତରୀୟ […]