Browsing category

ମନୋରଞ୍ଜନ

ଆଜିଠୁ ମାହିଙ୍ଗୁଳାଙ୍କ ଯାତ୍ରା

ତାଳଚେର,୪ା୪(ଏସଏସନିଉଜ) ଅନୁଗୁଳଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀଦେବୀ ମାହିଙ୍ଗୁଳାଙ୍କ ପ୍ରସିଦ୍ଧଯାତ୍ରା ଓ ୧୯ତମ ଲୋକମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ।ଏହାକୁ ନେଇ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ କିଛିଦୂରରେ ଉଭାସ୍ଥଳ ହୋଇ ଥିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣଲାଗି ବ୍ୟବସ୍ଥା କରାଯାଇଥିବାବେଳେ ସମଗ୍ର ପୀଠକୁ […]

ସରିଲା ଅତାବିରା, ହିନ୍ଦୋଳ ଏନ୍ଏସି ନିର୍ବାଚନ

ବରଗଡ଼, ୪ା୪(ଏସଏସନିଉଜ) ସୋମବାରଦିନ ଅତାବିରା ଓ ଢେଙ୍କାନାଳଜିଲ୍ଲାର ହିନ୍ଦୋଳ ଏନ୍‌ଏସିର ୨୮ଟି ୱାର୍ଡରେ ଶାନ୍ତିଶୃଙ୍ଖଳାରସହ ମତଦାନ ଶେଷହୋଇଛି। ହିନ୍ଦୋଳଏନ୍‌ଏସିରେ ୮୮%ମତଦାନ ଓ ଅତାବିରାରେ ୭୪% ମତଦାନ ହୋଇଛି । ଅତାବିରା ଏନ୍‌ଏସିରେ ୧୨ଟିୱାର୍ଡର କାଉନସିଲର୍ ପଦବିପାଇଁ ୩୯ଜଣ ଓ ଅଧ୍ୟକ୍ଷପଦ ପାଇଁ ୪ଜଣ , ହିନ୍ଦୋଳଏନ୍‌ଏସିର ୧୬ଟିୱାର୍ଡର କାଉନସିଲର୍ ପଦବି ପାଇଁ ୫୦ଜଣ ଓ ଅଧ୍ୟକ୍ଷ ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ଆସନ୍ତା ୫ରେଭୋଟ୍ ଗଣତି ହେବ ।

ଚନ୍ଦ୍ରକୁ ଯିବେ ମହିଳା

ଭୁବନେଶ୍ୱର , ୪ା୪(ଏସଏସନିଉଜ)ନାସାର ପରବର୍ତ୍ତୀ ଚନ୍ଦ୍ରମିଶନ୍ ଆଟ୍ରେମିସ୍ ୨ ଆରମ୍ଭ ହେବାକୁ ଯାଉଛି । ପ୍ରଥମମହିଳା ଭାବେ ଚନ୍ଦ୍ରକୁଯିବେ ଖ୍ରୀଷ୍ଟିନା କୋଚ୍ । ଖ୍ରୀଷ୍ଟିନାଙ୍କ ସମେତ ଅନ୍ୟ ତିନିପୁରୁଷ ମହାକାଶଚାରୀ ମଧ୍ୟ ଯିବୋ ୫୦ବର୍ଷରେ ପ୍ରଥମମହିଳା ଚନ୍ଦ୍ରକୁଯିବେ । ଯେଉଁଥିରେ ସମ୍ପୂର୍ଣ୍ଣଲାଇଫ୍ ସପୋର୍ଟରେ ରହିବୋ

ବଞ୍ଚାଇ ପାରିଲେନି ଡାକ୍ତର

ବାରଙ୍ଗ,୩ା୪(ଏସଏସନିଉଜ) ସୋମବାରଦିନ ନନ୍ଦନ କାନନରେ ଏକ ଅଣ୍ଡିରାଉଡ଼ନ୍ତା ମୂଷା ମୃତ୍ୟୁବରଣ କରିଛି । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲ କର୍ମଚାରୀଙ୍କଦ୍ୱାରା ଉଦ୍ଧାର ହୋଇ ଚିକିତ୍ସାପାଇଁ ପ୍ରାଣୀଉଦ୍ୟାନରେ ଛଡ଼ାଯାଇ ଥିଲା। ମୂଷାଟି ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ସୋମବାର ଦିନ ଆଖିବୁଜିଛି ।ସୂଚନାଯୋଗ୍ୟଯେ ,ଗତ ୧୯ତାରିଖ ନଭେମ୍ବରମାସରେ ନନ୍ଦନକାନନକୁ ମୂଷାଟି ଆସିବାପରେ ତାକୁ ଚିକିତ୍ସାସହ ଡାକ୍ତର ମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଅନ୍ଧାରୀଘର ଭିତରେ ପର୍ଯ୍ୟଟକମାନଙ୍କ ଦେଖିବାପାଇଁ ରଖାଯାଇଥିଲା ।ମୃତ୍ୟୁର କାରଣ ଜଣାପଡି ନଥିବାବେଳେ […]

ଗାଁବୁଲିଲେ ରାମଭକ୍ତ ଯୁବବାହିନୀ

ମେଣ୍ଢାଶାଳ,୩୦ା୪(ଏସଏସନିଉଜ)ମେଣ୍ଢାଶାଳ ଇଷ୍ଟଦେବଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିର ପରିସରରେ ଥିବା ରାମ ଓ ହନୁମାନଙ୍କ ମନ୍ଦିର ସମ୍ମୁଖରେ ରାମନବମୀ ଉସ୍‌ସବ ସମାରୋହର ସହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ରାମଭକ୍ତମାନଙ୍କଦ୍ୱାରା ରାମଚରିତମାନସ ପାଠକରାଯାଇଥିଲା ।ପରେ ସୁରେନ୍ଦ୍ରକୁମାର ସାମନ୍ତରାୟ,ପ୍ରସନ୍ନକୁମାର ସାମନ୍ତରାୟ ,ଗୈାର ପଟ୍ଟନାୟକ,ପ୍ରଫୁଲକୁମାରପାତ୍ର,ମନ୍ଦିର ପରିଚାଳକ ପ୍ରଫୁଲକୁମାର ଶ୍ରିଚନ୍ଦନ ଓ ଭରତଭୁଷଣ ମହାରଣାଙ୍କଦ୍ୱାରା ହନୁମାନ ଚାଳିଷା ପାଠ କରାଯାଇଥିଲା ।ଅପରାହ୍ନରେ ରାମଭକ୍ତ ଯୁବବାହିନୀ ଦ୍ୱାରା ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରାଯାଇ ମନ୍ଦିର ନିକଟରେ ପହଁଚିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)  

CUOରେ ଧର୍ମେନ୍ଦ୍ର

କୋରାପୁଟ ,୨ା୪(ଏସଏସନିଉଜ)କୋରାପୁଟ କେନ୍ଦ୍ରୀୟବିଶ୍ବବିଦ୍ୟାଳୟରେ କେନ୍ଦ୍ରଶିକ୍ଷାମନ୍ତ୍ରୀ.ସେଠାରେ ପହଁଚି କର୍ତ୍ତୃପକ୍ଷ ଓ ପ୍ରାଧ୍ୟାପକଙ୍କ ସହ ଧର୍ମେନ୍ଦ୍ରଙ୍କ ସମୀକ୍ଷା ବୈଠକ କରିଛନ୍ତି ।ଅନୁଷ୍ଠାନର ଶ୍ରୀବୃଦ୍ଧି ପାଇଁ ସବୁ ପଦକ୍ଷେପ ନିଆଯିବାକୁ ପ୍ରତିଶୃତିଦେବା ସହ ନୂତନଷ୍ଟାଡିଅମପାଇଁ ଭୂମିପୂଜନ କରିଛନ୍ତି ଧର୍ମେନ୍ଦ୍ରପ୍ରଧାନା

ମରିଗଲା ନା ମାରିଦେଲେ !

  ବାରଙ୍ଗ,୧।୪(ଏସଏସନିଉଜ) ନନ୍ଦନକାନନର ୧ନମ୍ବର ଫାଟକ ନିକଟ ଏକ କୋଠରୀରେ ରଖାଯାଇଥିବା ୨୦ବର୍ଷର ଅଣ୍ଡିରା ବାରହାର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି।ଶନିବାର ସକାଳେ ଜନ୍ତୁକର୍ମଚାରୀ କୋଠରୀ ଝାଡୁ କଲାବେଳେ ବାରହା ମରିପଡି ଥିବାର ଦେଖିବାକୁ ପାଇଥିଲେ।ମୃତ ବାରହାଟି ତିନିଦିନ ହେବ ଅତ୍ୟାଧିକ ଜ୍ବରରେ ପିଡୀତ ଥିଲା।ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସକମାନେ ଗତ ଗୁରୁବାରଦିନ ବାରହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ଦୂର ତାପମାନ ଯନ୍ତ୍ର(ଡିଷ୍ଟାନ୍ସ ଟେମ୍ପରେଚର ମେସିନ) ଦ୍ବାରା ଜ୍ବର ମାପିଥିଲେ।ହେଲେ କୈାଣସି ଔଷଧ ଖାଇବାକୁ […]

କାଳିଆ କିସ୍ତି ବଣ୍ଟନ

ଭୁବନେଶ୍ୱର,୧।୪(ଏସଏସ ନିଉଜ)ଉତ୍କଳଦିବସରେ ଚାଷୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା। ୪୩ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ସହାୟତା । ମୋଟ ୮୭୭ କୋଟି ଟଙ୍କା କାଳିଆ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ଯିବ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟରଚାଷୀଙ୍କୁ କାଳିଆ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଝାରସୁଗୁଡ଼ାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାକାର ଚାଷୀଙ୍କୁ ଏବେ ସହାୟତା ମିଳିବନି ବୋଲି ଜଣାପଡିଛି।

ଶ୍ରୀରାମମଣ୍ଡପରେ ୧ରୁ୧୪ରାମଲିଳା

ବାରଙ୍ଗ,୩୧ା୩(ଏସଏସନିଉଜ)ସବୁବର୍ଷପରି ଚଳିତବର୍ଷ ଆଂଚଳିକ ରାମଲୀଳା ସମିତି ତ୍ରିଶୁଳିଆ ପକ୍ଷରୁ ସୁବର୍ଣଜୟନ୍ତୀ ସମାରୋହରସହ ପାଳନ କରାଯାଉଛି । ତ୍ରିଶୁଳିଆ ବଜାରରେ ଥିବା ଶ୍ରୀରାମମଣ୍ଡପରେ ରାଜ୍ୟର ପ୍ରତିଷ୍ଠିତ ରାମଲିଳା ଅନୁଷ୍ଠାନମାନଙ୍କଦ୍ୱାରା ରାମଲିଳା ନାଟକ ପରିବେଷଣ କରାଯିବ ।୧ତାରିଖରୁ ଆରମ୍ଭ ହୋଇ ୧୪ତାରିଖରେ ଏହା ଶେଷ ହେବାଗୁରୁବାରଦିନ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରାଯାଇଛି ।ଏହିଅବସରରେ ରାମଲୀଳାମଣ୍ଡପରେ ଆୟୋଜିତ ସଭାରେ ବିଧାୟକ ଦେବୀରଞ୍ଜନତ୍ରିପାଠୀ , ଜଗନ୍ନାଥ ସାରକା , ସମିତିରକାର୍ଯ୍ୟକାରୀସଭାପତି ସୁରେଶମହାନ୍ତି , ସମ୍ପାଦକ ଦିବାକରମୁଦୁଲି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ଏହିଅବସରରେ ଅଂଚଳର […]

ଆକ୍ରମଣ କଲା ମହୁମାଛି

ବାରଙ୍ଗ,୨୯।୩(ଏସଏସନିଉଜ)ବୁଧବାରଦିନ ନନ୍ଦନକାନନରେ ୧୧ପର୍ଯ୍ୟଟକ ସମେତ ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।ସେମାନଙ୍କୁ ନନ୍ଦନକାନନ ପକ୍ଷରୁ କୈାଣସି ସୁରକ୍ଷା ବା ପ୍ରାଥମିକଚିକିତ୍ସା ବ୍ୟବସ୍ଥା କରାନଯିବାରୁ ନନ୍ଦନକାନନ ବୁଲିବା ଅଧାରୁବନ୍ଦକରି ନିରାଶରେ ଫେରିଛନ୍ତି।ବୁଧବାର ସକାଳ ୧୦ଟାବେଳେ ପ୍ରାଣୀଉଦ୍ୟାନ ବାଘ ଏନକ୍ଲୋଜର ମୁଖ୍ୟରାସ୍ତା ୫ନମ୍ବର ବ୍ୟାଟେରିଚାଳିତ ଗାଡି ରହଣିସ୍ଥଳ ଓ ହାତୀ ସଫାରୀ ରାସ୍ତା ପାର୍ଶ୍ବ ଜଙ୍ଗଲରେ ଏକ ପୁରୁଣା ଗଛରେ ମହୁମାଛି ବସା ବାନ୍ଧିଥିଲେ।ଜଙ୍ଗଲୀ ମାଙ୍କଡ ବସା ଉପରକୁ ଡିଆଁ ମାରିବା ଫଳରେ ମହୁମାଛି ପଲ […]