ମରିଗଲା ନା ମାରିଦେଲେ !

ନନ୍ଦନକାନନରେ ବାରହା ମୃତ୍ୟୁ

 

ବାରଙ୍ଗ,୧।୪(ଏସଏସନିଉଜ) ନନ୍ଦନକାନନର ୧ନମ୍ବର ଫାଟକ ନିକଟ ଏକ କୋଠରୀରେ ରଖାଯାଇଥିବା ୨୦ବର୍ଷର ଅଣ୍ଡିରା ବାରହାର ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି।ଶନିବାର ସକାଳେ ଜନ୍ତୁକର୍ମଚାରୀ କୋଠରୀ ଝାଡୁ କଲାବେଳେ ବାରହା ମରିପଡି ଥିବାର ଦେଖିବାକୁ ପାଇଥିଲେ।ମୃତ ବାରହାଟି ତିନିଦିନ ହେବ ଅତ୍ୟାଧିକ ଜ୍ବରରେ ପିଡୀତ ଥିଲା।ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସକମାନେ ଗତ ଗୁରୁବାରଦିନ ବାରହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏକ ଦୂର ତାପମାନ ଯନ୍ତ୍ର(ଡିଷ୍ଟାନ୍ସ ଟେମ୍ପରେଚର ମେସିନ) ଦ୍ବାରା ଜ୍ବର ମାପିଥିଲେ।ହେଲେ କୈାଣସି ଔଷଧ ଖାଇବାକୁ ଦେଇନଥିଲେ ଯାହା ଫଳରେ ବାରହାଟି ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ତେବେ ବାରହା କେଉଁ କାରଣରୁ ମୃତ୍ୟୁ ହୋଇଛି ଜାଣିବା ପାଇଁ କର୍ତ୍ତୁପକ୍ଷ ଆଜି ତାର ଶବବ୍ୟବଛେଦ କରାଇଛନ୍ତି।ଏହି ବାରହାର ମୃତ୍ୟୁପରେ ପ୍ରାଣୀଉଦ୍ୟାନରେ ଆଉ ଗୋଟିଏ ମାଈ ବାରହା ରହିଲା।ସୂଚନାଯୋଗ୍ୟଯେ, ପ୍ରାଣୀଉଦ୍ୟାନର ରେପଟାଇଲ୍ ପାର୍କ ପାଖ ୩୭ନମ୍ବର(ଛ) ଖୁଆଡରେ ରହୁଥିଲେ ହଳେ ବାରହା।ଏମାନଙ୍କୁ କୈାଣସି କାରଣ ପାଇଁ କର୍ତ୍ତୁପକ୍ଷ ଚାରିବର୍ଷ ହେବ ନନ୍ଦନକାନନ ୧ନମ୍ବର ଫାଟକ ପାଖ ଏକ କୋଠରୀରେ ଲୁଚାଇ ରଖିଛନ୍ତି।ଯାହାଫଳରେ ପର୍ଯ୍ୟଟକ ସେମାନଙ୍କୁ ଦେଖି ପାରୁନାହାନ୍ତି।

Comments (0)
Add Comment