Browsing category

ମନୋରଞ୍ଜନ

ଇଞେକସନ ଦେବାପରେ ମରିଗଲା ମାଣ୍ଡାରିନବତକ

ବାରଙ୍ଗ,୨୯।୩(ଏସଏସନିଉଜ) ନନ୍ଦନକାନନର ସରୀସ୍ବପଉଦ୍ୟାନର ୪୬ନମ୍ବର (ଛ) ଏନ କ୍ଲୋଜରରେ ରହୁଥିବା ଏକ ମାଈ ପାଣିଗୋଧି ବୁଧବାରଦିନ ପାଞ୍ଚଟିଶାବକ ଜନ୍ମଦେଇଛି।ଜନ୍ମିତ ଶାବକ ମଧ୍ୟରୁ ଚାରିଛୁଆ ସୁସ୍ଥଥିବାବେଳେ ଗୋଟିଏଛୁଆ ଅସୁସ୍ଥ ଥିବାରୁ ତାକୁ ବେବିକେୟାର ସେଣ୍ଟରକୁ ଆଣାଯାଇ ଚିକିତ୍ସା ଜାରିରହିଛି।ପାଞ୍ଚଶାବକ ଜନ୍ମହେବାପରେ ନନ୍ଦନକାନନରେ ପାଣିଗୋଧିସଂଖ୍ୟା ୯କୁ ବୃଦ୍ଧିପାଇଛି।ସେହିପରି ପ୍ରାଣୀଉଦ୍ୟାନର ପାଦଚଲା ବିହଙ୍ଗସରଣୀରେ ଅସୁସ୍ଥଥିବା ଅଣ୍ଡିରାମାଣ୍ଡାରିନ୍ ବତକ ବୁଧବାରଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଈଛି।ବତକଟି ଗତକାଲି ଏନକ୍ଲୋଜରରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା।ଚିକିତ୍ସାପରେ ବତକକୁ ଉଠାଇବାକୁ କର୍ମଚାରୀ ଜଣଙ୍କ ଚେଷ୍ଟାକରିଥିଲେ।ଫଳରେ […]

୮୦ଟଙ୍କାର ୪୫୦କିମି ଚାଲିବ

ଭୁବନେଶ୍ୱର,୨୯।୩(ଏସଏସ ନିଉଜ)ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ହାଇଡ୍ରୋଜେନ ବସ୍‌।ଯାହାକି ୮୦ଟଙ୍କାର ଇନ୍ଧନରେ ୪୫୦ କିମି ଚାଲିବ ବସ୍‌ ।ଏହାସହ ବିମାନରେ ବି ହାଇଡ୍ରୋଜେନ ଇନ୍ଧନ ବ୍ୟବହାର ଲକ୍ଷ ରଖାଯାଇଛି। ୨୦ଲକ୍ଷଟନ୍‌ ଆବର୍ଜନା ପ୍ଲାଷ୍ଟିକ ବ୍ୟବହାରକରି ରାସ୍ତା ହୋଇଛି। ଭାରତର ପ୍ରଗତିରେ ଟୋକ୍ନୋଲଜି ସହାୟକ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା ଦେଇଛନ୍ତି।

ଆସିଲା ରଥଦଉଡି ,ଟଣାହେବ ରୁକୁଣାରଥ

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାା ଅଢ଼େଇଘଣ୍ଟା ନୀତିବିଳମ୍ବରେ ଚାଲିଥିବା ବ୍ରାହ୍ମଣନିଯୋଗସମ୍ପାଦକ ବିରଞ୍ଚିପତି ଦେଇଛନ୍ତି ସୂଚନାା ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇଛି ।ଧାର୍ଯ୍ୟସମୟ ସାଢ଼େ୩ଟାରେ ରଥଟଣା ଆରମ୍ଭ ସମ୍ଭବନୁହେଁ ବୋଲି ପତି କହିଛନ୍ତି ।ଅନୟପଟେ ଆସି ପହଁଚିଛି ରଥଦଉଡି । ଏଇଥିରେ ବନ୍ଧାହେଇ ଟଣାହେବ ରୁକୁଣାରଥ ।ରାମେଶ୍ୱରମନ୍ଦିର ଯିବେ ପ୍ରଭୁଲିଙ୍ଗରାଜ ।ଅପରାହ୍ଣ ୩ଟାରେ ଟଣାଯିବ ବାବାଲିଙ୍ଗରାଜଙ୍କ ରୁକୁଣାରଥ। ସାଢେ୧୨ଟାରୁ ହେବ ପହଣ୍ଡି ବୋଲି ପୁର୍ବ ନିଷ୍ପତି ହୋଇଥିଲା […]

ଟେନିସସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେଣ୍ଟରରେ ଜୁନିୟର ITF ଏସିଆନ ଟେନିସ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭହେବ ଖେଳ । ଏନେଇ କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣାଙ୍କ ସୂଚନା ଦେଇଛନ୍ତି।

ନନ୍ଦନକାନନକୁ ଆସିବ ହିଲକ୍ ଗିବନ୍

ବାରଙ୍ଗ,୨୭।୩(ଏସଏସ ନିଉଜ) ଦୀର୍ଘଦିନର ବ୍ୟବଧାନ ପରେ ନନ୍ଦନକାନନରେ ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକିୟା।ଏହି ପ୍ରକିୟାରେ ନନ୍ଦନକାନନରୁ ସୋମବାର ଅପରାହ୍ନରେ ଦୁଇ ସାଧାରଣ (ନାଲି) ବାଘ ମିଜୋରାମର ଆଇଜଲ ଚିଡିଆଖାନାକୁ ପଠାଯାଇଛି।କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷଙ୍କ ଅନୁ ମୋଦନ କ୍ରମେ ନନ୍ଦନକାନନ କର୍ତ୍ତୁପକ୍ଷ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ(ନାଲି) ବାଘ “କୁନ୍ଦନ’ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ(ନାଲି) ବାଘୁଣୀ “ଆଦାଶ୍ୟା’ଙ୍କୁ ପଠାଇଛନ୍ତି।ଏହି ବାଘ ନେବାପାଇଁ ଆଇଜଲ ଚିଡିଆଖାନାର ୮ଜଣିଆ ଦଳ ଗତ ଶୁକ୍ରବାରରାତିରେ […]

ଅଶୋକାଷ୍ଟମୀ ପାଇଁ ଲୋକାଲ ହଲିଡେ

ଭୁବନେଶ୍ୱର,୨୭।୩(ଏସ ଏସନିଉଜ)ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଲୋକାଲ ହଲିଡେ ଘୋଷଣା କରାଯାଇଛି। ୨୯ତାରିଖ ବୁଧବାର ଦିନଟିକୁ ଛୁଟି ଘୋଷଣା କଲେ କେନ୍ଦ୍ରାଞ୍ଚଳ RDC।ଲୋକାଲ ହଲିଡେ ପାଇଁ ବୁଧବାର ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ।

ସ୍କୁଲପିଲାଙ୍କୁ ଡ୍ରାଇଭ୍ ମନା

ଭୁବନେଶ୍ୱର,୨୭ା୩(ଏସଏସନିଉଜ) ଆସନ୍ତାକାଲିଠାରୁ କଡ଼ାକଡ଼ି ହେବ ଯାଞ୍ଚ୍ । ଧରାହେଲେ ୨୫ହଜାର ଯାଏ ଫାଇନ ସହ ଗାଡ଼ିମାଲିକ କିମ୍ବା ଚାଳକ ଯାଇପାରନ୍ତି ଜେଲ୍ । ୨୫ବର୍ଷ ଯାଏ ସଂପୃକ୍ତନାବାଳକଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନସ୍ ।ବେଆଇନ ଗାଡ଼ିଚଳାଉଥିବା ସ୍କୁଲ୍ ପିଲାଙ୍କୁ ଜବତପାଇଁ ପଦକ୍ଷେପ ନିଆଯାଇଛି । ବିଶେଷକରି ସ୍କୁଲ ଆଖପାଖରେ ଯାଞ୍ଚ କଡ଼ାକଡ଼ି ହେବାକାଲିଠୁ ଏପ୍ରିଲ ପ୍ରଥମସପ୍ତାହଶେଷପର୍ଯ୍ୟନ୍ତ  ସ୍ପେଶାଲ ଡ୍ରାଇଭ୍ ହେବବୋଲିପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ଦେଇଚନ୍ତି ।  

ବିଶ୍ବ ମହିଳାବକ୍ସିଂରେ ଭାରତର ସଫଳତା

ଭୁବନେଶ୍ୱର,୨୬ା୩(ଏସଏସନିଉଜ) ବିଶ୍ବ ମହିଳାବକ୍ସିଂରେ ଭାରତର ନିଖାତ ଜରିନ୍‌ଙ୍କ ସଫଳତା ଅର୍ଜ୍ଜନ କରିଛନ୍ତି ।ଦ୍ବିତୀୟ ଥରପାଇଁ ସ୍ବର୍ଣ୍ଣପଦକ ଜିତିଛନ୍ତି ନିଖାତା ୨ ଥରର ଏସୀୟଚାମ୍ପିଅନ ଗୁୟେନ ଥିଟାମଙ୍କୁ ହରାଇ ଦେଶପାଇଁ ସ୍ବର୍ଣ୍ଣପଦକକୁ ଉତ୍ସର୍ଗ କରିଛନ୍ତି ନିଖାତ ଜରିନ୍ ।

ଅଣ୍ଡାକାଢିବାବେଳେ ଚାଲିଗଲା ଧଳାମୟୁର ଜୀବନ

ବାରଙ୍ଗ,୨୪ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଗୁରୁବାରଦିନ ଏକ କୋକିଶିଆଳି ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାରଦିନ ଏକ ଧଳାମୟୁର ମୃତ୍ୟୁବରଣ କରିଛି ।ପ୍ରାୟ୫ବର୍ଷର ଏହି ଧଳାମୟୁରଟି ଗତଦୁଇଦିନ ହେବ ଅସୁସ୍ଥ ହେବା ସହ ଛୋଟେଇଛୋଟେଇ ଚାଲୁଥିଲା ।ସେରହୁଥିବା ପକ୍ଷୀଶାଳାର ୬୭ନଂଏନକ୍ଲାଜେରରେ ଇଞେକସନ ଦିଆଯାଇ ଚିକିସ୍‌ାଆରମ୍ଭ କରିଯାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲା ।ସ୍‌ାବସ୍ଥ୍ୟରେ ପରିବର୍ତନ ନହେବାରୁ ଶୁକ୍ରବାର ଅପରାହ୍ନ୩ଟାରେ ତାକୁ ନିଶାଇଞେକସନ ଦିଆଯାଇ ଡାକ୍ତରଖାନାକୁ ଅଣାଯାଇଥିଲା ।ସେଠାରେ ତାର ଚିକିସ୍‌ା ଆରମ୍ଭ ସହ ଛୋଟେଇବାର ପକୃତ କାରଣ ଜଣାପଡିବା ପରେ ତାପେଟରେ ଥିବା ଅଣ୍ଡାକୁ […]

ନଳକୂପରୁ ବାହାରୁଛି ସୁନାଗୁଣ୍ଡ

ବଲାଙ୍ଗିର,୨୪ା୩(ଏସଏସନିଉଜ) ଖପ୍ରାଖୋଲ ହରିଶଙ୍କର ନିକଟ ନେନ୍ଦୁପଲଗାଁର ଗଭୀର ନଳକୂପରୁ ସୁନାଗୁଣ୍ଡ ବାହାରୁଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଘଟଣାସଂପର୍କରେ ପ୍ରଚାର ହେବାରୁ ଗାଁରେ ପହଞ୍ଚିଛି ସ୍ଥାନୀୟପ୍ରଶାସନା ଖପ୍ରାଖୋଲତହସିଲଦାର ଓ ବିଡିଓପହଞ୍ଚି ନମୂନା ସଂଗ୍ରହ କରିବାସହ, ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବାର ଜଣାପଡିଛି ।