Browsing category

ମନୋରଞ୍ଜନ

ନୂଆ ରୂପପାଇବ ଲୋକନାଥମନ୍ଦିର ଓ ଅଲାରନାଥପୀଠ

ପୁରୀ,୨୧/୧୧(ଏସଏସନିଉଜ) ନୂଆ ରୂପପାଇବ ପୁରୀର ଲୋକନାଥମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥପୀଠ ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃଉନ୍ନୟନ କାର‌୍ୟ୍ୟ ୧ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ।

ଥାନାରେ କଲେ ଏତଲା

ପୁରୀ,୨୦/୧୧(ଏସ ଏସ ନିଉଜ)ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଭାଇରାଲ୍ ଘଟଣା। ଘଟଣାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। ନିଜ ଆଡୁ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେବ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ଵାର ଥାନାରେ ଦେବେ ଏତଲା। ଆକାଶ ଚୌଧୁରୀ ନାମକ ଯୁବକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ କରିଥିଲେ ଭାଇରାଲ୍!.*

ଆଜିଠୁ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ

ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।

ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା

କଟକ,୧୭/୧୧(ଏସଏସ ନିଉଜ)ବାଲିଯାତ୍ରାର ଶେଷ ରାତ୍ରୀରେ ବି ପ୍ରବଳ ଭିଡ।କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୪୨୦ଟି ଷ୍ଟଲରେ ହୋଇଛି ଜବରଦସ୍ତ ବେପାର । ୧୦ ଦିନରେ ପାଖାପାଖି ୨ ଶହ କୋଟିର ହୋଇଛି ବିଜନେସ୍ । ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ଼ ସୃଷ୍ଟି ହୋଇଛି । ଆକର୍ଷଣୀୟ ଲେଜର ସୋ ତାସାଙ୍ଗକୁବଲିଉଡ ଓ ଓଲିଉଡ୍ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସାଜିଥିଲା ବାଲିଯାତ୍ରାର ଆକର୍ଷଣ । ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ […]

ଖାଉନି ଅନିତା,ବଢୁଛି ଚିନ୍ତା

ବାରଙ୍ଗ,୧୭/୧୧ (ଏସଏସନିଉଜ) ଏବେ ନନ୍ଦନକାନନରେ କଲରାପତରିଆ ବାଘୁଣୀ ଅନିତା ଖାଇବା ଛାଡ଼ିଦେଇଛି । ସେ ଦୁଇଦିନ ହେବ କିଛି ଖାଉଛି ନା ଠିକ୍ ସେ ଚଲାବୁଲା କରୁଛି । ସେ ଏବେ ଗୁରୁତର ହୋଇ ତାର ଚିକିତ୍ସା ଚାଲିଛି । କିଛିଦିନ ଖାଦ୍ୟ ଖାଉନଥିବା ବେଳେ ମଳତ୍ୟାଗ କରୁନାହିଁ । ତେବେ ପ୍ରାଣୀ ଚିକିତ୍ସକ ତାର ଅଲଟ୍ରାସାଉଣ୍ଡ କରିବା ପରେ ତାର ପେଟରେ ପାଣି ଜମିବା ସହିତ ଲିଭର୍ ସଂକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ […]

ଆଉ ଗୋଟେଦିନ ବଢିଲା କଟକବାଲିଯାତ୍ରା

କଟକ, ୧୫/୧୧(ଏସଏସନିଉଜ) ୧୬ ତାରିଖ ପରିବର୍ତ୍ତେ ୧୭ ତାରିଖରେ ଶେଷ ହେଵ ବାଲିଯାତ୍ରା ।ବାଲିଯାତ୍ରା ଦିନଟିଏ ବଢ଼ିଲା ।ଐତିହାସିକ କଟକବାଲିଯାତ୍ରା ଗୋଟିଏଦିନ ବଢ଼ିଲା। ଗୋଟିଏଦିନ ବୃଦ୍ଧିନେଇ କଟକଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା କିନ୍ତୁ ଗୁରୁବାର ସରିବ ବାଲିଯାତ୍ରା ।    

ମୋଦିଙ୍କ ମୁହଁରେ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୫/୧୧(ଏସଏସନିଉଜ) ଇଣ୍ତୋନେସିଆ ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି ।ସେଠାରେ ପହଁଚି ବ୍ରିଟେନ୍‌ର ନୂଆପ୍ରଧାନମନ୍ତ୍ରୀ ରିଷିସୁନକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ତୋନେସିଆ ବାଲିରେ ପ୍ରବାସୀଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଦେଇ କଟକର ଐତିହାସିକ ବାଲିଯାତ୍ରା କଥା କହିଛନ୍ତି । ବାଲିରେ ଏତେ ବଡ଼ଯାତ୍ରା ଧୂମଧାମରେ ପାଳନ କରାଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ଇତିହାସ ରଚିଲା ରୌପ୍ୟ ନଗରୀ

କଟକ,୧୫/୧୧(ଏସଏସନିଉଜ) ୨୨ମିନିଟରେ ୩୫ହଜାର କାଗଜଡଙ୍ଗା ତିଆରିକରି ରେକର୍ଡ ସୃଷ୍ଟି, କରିଛନ୍ତି ବାରବାଟୀ ଷ୍ଟାଡିଅମରେ ସ୍କୁଲ ଛାତ୍ରଛାତ୍ରୀ ଓ ସିଏମ୍‌ସି ଅଧିକାରୀ । କାଗଜଡଙ୍ଗା ତିଆରିରେ ଗିନିଜ ବୁକ୍ ଅଫ୍ ରେକର୍ଡ କରିଛି ।୨୧୨୧ଜଣପିଲା ୩୫ ମିନିଟରେ ତିଆରି କଲେ ୨୩ ହଜାର କାଗଜଡଙ୍ଗା ତିଆରିକରି ଗିନିଜ ୱାର୍ଲ୍ଡ ରେକର୍ଡ କରିପାରିଛି। ପୂର୍ବରୁ ବାହାର ରାଜ୍ୟରେ ୧୩୦୪ଟିଡଙ୍ଗା ନିର୍ମାଣ କରିଥିବା ବେଳେ ତାହାକୁ ଅତିକ୍ରମ କରିଛି କଟକ। ବାଲିଯାତ୍ରା କୁ ବିଶ୍ଵ ଦରବାରରେ ପ୍ରସିଦ୍ଧି ପାଇଁ କରାଯାଇଥିବା ଏହି […]

ମହାପ୍ରଭୂଙ୍କ ପାଇଁ ମାମୁଁ ଘରୁ ଗଲା ପୋଢୁଆଁ ଭାର

ପୁରୀ,୧୫/୧୧(ଏସଏସନିଉଜ) ବୁଧବାର ମାର୍ଗଶୀର ଅଷ୍ଟମୀ ତିଥି ପ୍ରଥମାଷ୍ଟମୀ ରେ ପୋଢ଼ୁଆଁ ହେବେ ବଡ଼ ଠାକୁର । ପ୍ରାଚୀକୁଳ ମାଧବଜଗନ୍ନାଥ ମହାପ୍ରଭୁଙ୍କ ମାମୁଁ ।ତେଣୁ ମହାପ୍ରଭୁଙ୍କପାଇଁ ମାମୁଁ ଘର ନିଆଳି ମାଧବାନନ୍ଦ ଜିଉ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ପୋଢୁଆଁ ଭାର ।ମହାପ୍ରଭୁ ଶ୍ରୀଜଗନ୍ନାଥ ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ,ସୁଦର୍ଶନ ,ମାଧବ , ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ପଠାଯାଇଛି ।ସପ୍ତମୀତିଥି ମଙ୍ଗଳବାର ସକାଳ ୭ଟା ୩୦ରେ ଶ୍ରୀମାଧବଜିଉଙ୍କ ପୀଠରୁ ଏହି ପୋଢୁଆଁ ଭାର ଶୋଭାଯାତ୍ରାରେ ବାହାରିଛି […]

କେନ୍ଦୁପାଟଣା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଦିବସ ପାଳନ

ବାରଙ୍ଗ,୧୪/୧୧(ଏସଏସ ନିଉଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତଦାଢା,ରଘୁନାଥପୁର,କଲ୍ୟାଣପୁର,ବରିମୁଣ୍ଡ,ଇଞଣା ଆଦି ୫ପଞ୍ଚାୟତର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି।ଦାଢା ପଞ୍ଚାୟତର କେନ୍ଦୁପାଟଣା -୨ ଅଙ୍ଗନଓ୍ବାଡି କେନ୍ଦ୍ରରେ ମହାଆଡମ୍ବର ସହ ଶିଶୁଦିବସ ପାଳିତ ହୋଇଯାଇଛି।ଅଙ୍ଗନଓ୍ବାଡି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଶିବାନୀ ବିଶୋଇ ଶିଶୁ ଦିବସରେ କୁନିକୁନି ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ଗୋଟିଏ ଲେଖାଏଁ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହି ପରିପେକ୍ଷୀରେ ଶ୍ରୀମତୀ ବିଶୋଇଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର ବ୍ଲକ ମହିଳା ଶିଶୁ […]