Browsing category

ମନୋରଞ୍ଜନ

ଆଜିଠୁ 5G ସେବା

ଭୁବନେଶ୍ୱର,୫ା୧(ଏସଏସନିଉଜ)ଆଜିଠୁ ଓଡ଼ିଶାରେ ଚାଲିବ5G ନେଟୱର୍କ ।ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା୧ମପର୍ଯ୍ୟୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ ୫ଏ ସେବା । ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।

ହକିଷ୍ଟାଡିୟମ ଉଦଘାଟନ କରିବେ ନବୀନ

ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।

୧୦ଗୁଣା ସ୍ପିଡ ଚାଲିବ ଇଣ୍ଟରନେଟ୍

ଆଳି,୪ା୧(ଏସଏସନିଉଜ) କାଲିଠୁ ଓଡିଶାରେ ୫ଜିସେବା ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ କଟକରେ ସେବା ଯୋଗାଇବେ ରିଲାଏନ୍ସ ଜିଓ ଓ ଏୟାରଟେଲ ।ଯାହାଫଳରେ ଇଣ୍ଟରନେଟ ସ୍ପିଡ ହେବ ବୋଲି ଜଣାପଡିଛି ।

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମ

ଭୁବନେଶ୍ୱର,୪ା୧(ଏସଏସନିଉଜ)ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମା ପ୍ରଥମ ବିଦେଶୀଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି । ୧୦ତାରିଖରେ ରାଉରକେଲା ଗସ୍ତକରି ୧୪ରେ ମ୍ୟାଚ ଖେଳିବ ।

ଭୁବନେଶ୍ବରର ଅନ୍ୟତମ ଆକର୍ଷଣ କେନ୍ଦ୍ରହେବ ଶିଖରଚଣ୍ଡୀମନ୍ଦିର

ଭୁବନେଶ୍ବର,୩ା୧(ଏସଏସନିଉଜ)ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତିକାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି […]

ଆଉ ଉପାସ ରହିବେନି ପ୍ରଭୁଲିଙ୍ଗରାଜ

ଭୁବନେଶ୍ୱର,୩।୧(ଏସଏସନିଉଜ)ଆଉ ଉପାସ ରହିବେନି ପ୍ରଭୁ ଲିଙ୍ଗରାଜ ।ସ୍ୱାଭାବିକ ହୋଇଛି ନୀତିକାନ୍ତି। ତୁଟିଛି ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା ।ସର୍କିଟହାଉସ ବୈଠକରେ ବାହାରିଥିଲା ସମାଧାନ ।ଜିଲ୍ଲାପାଳଙ୍କ ପ୍ରତିଶ୍ରୁତିପରେ ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ ହୋଇଛି ,ନୂଆବର୍ଷଦିନ ଦୁଇ ସେବାୟତଗୋଷ୍ଠୀଙ୍କ ମଧ୍ୟରେ ଭୋଗମାରା ହେବାକୁ ନେଇ ଦେଖାଦେଇଥିଲା ବିବାଦ । ପରେ ମହାପ୍ରଭୁଙ୍କ ୩ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା ।

ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଏଲସିଡ଼ିସ୍କ୍ରିନ

ଭୁବନେଶ୍ୱର,୩।୧(ଏସଏସନିଉଜ)ହକି ବିଶ୍ୱକପପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର ।ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଏଲସିଡ଼ି ସ୍କ୍ରିନ ।ଚଳିତ ପୁରୁଷ ହକି ବିଶ୍ୱକପର ମ୍ୟାଚକୁ ଦେଖିବା ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବଡ଼ଏଲସିଡି ସ୍କ୍ରିନ ଲାଗିବ ।ଏହା ମାଧ୍ୟମରେ ଉଦଘାଟନୀ ମ୍ୟାଚଠାରୁ ଆରମ୍ଭ କରି ଉଦଯାପନୀ ଉତ୍ସବକୁ ପ୍ରସାରିତ କରାଯିବ ।ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସମାନଙ୍କରେ ରହୁଥିବା ଛାତ୍ରଛାତ୍ରୀ ହକିରମଜା ଉଠାଇପାରିବେ । ୧୩ତାରିଖରୁ ୨୯ତାରିଖପର୍ଯ୍ୟନ୍ତ ରାଜ୍ୟରେ ଆରମ୍ଭହେବ ହକିବିଶ୍ୱକପ ।

ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା

ଭୁବନେଶ୍ୱର,୩।୧(ଏସଏସନିଉଜ) ଚଳିତ ଋତୁର ପ୍ରଥମଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି ଓଡ଼ିଶା ।ଆଜିଠାରୁ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ଗ୍ରୁପ୍ ‘ଏ’ରେ ଥିବା ସବୁଠାରୁ ଦୁର୍ବଳ ଦଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ଏହି ମ୍ୟାଚ୍ ଖେଳିବ।ଘରୋଇ ପଡ଼ିଆରେ ଏହା ଓଡ଼ିଶା ଦଳର ହେବ ୩ୟ ମ୍ୟାଚ୍ ।

ପାର୍କରେ ରଖାଗଲା ଜାନକୀଙ୍କ ଟୟୋଟା

ଖୋର୍ଦ୍ଧା,୩ା୧(ଏସଏସନିଉଜ) ପାର୍କରେ ରଖାଗଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କକାର୍। ଜାନକୀଙ୍କ ପ୍ରିୟଟୟୋଟା କାର୍ ଖୋର୍ଦ୍ଧା ଜେବିପାର୍କରେ ରଖାଗଲା। ସର୍ବସାଧାରଣ ଦେଖିବା ପାଇଁ ପାର୍କରେରହିଲା ଜେବିଙ୍କ କାର୍। ୯୬ତମ ଜୟନ୍ତୀ ଅବସରରେ ପାର୍କରେ ରଖାଯାଇଛି ଜାନକୀଙ୍କ ପ୍ରିୟ କାର୍

୫ତାରିଖରେ ଓଡ଼ିଶାରେ ହୋଇପାରେ ୫-ଜିସେବା

ଭୁବନେଶ୍ୱର,୩।(ଏସଏସନିଉଜ)ଆସନ୍ତା ୫ ତାରିଖରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇପାରେ । ୫ଜି ସେବା ଆରମ୍ଭ ନେଇ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଆସିଲା ସୂଚନା କ୍ଷତେବେ ଏ ନେଇ ଶୀଘ୍ର ସୂଚନା ମିଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।