Browsing category

ମନୋରଞ୍ଜନ

ବିଟେକ୍ ଛାତ୍ରଙ୍କଠାରୁ ୨.୫ଲକ୍ଷ ଠକେଇ

ଭୁବନେଶ୍ୱର,୧୮/୭(ଏସଏସନିଉଜ) ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ୨.୫ ଲକ୍ଷ ଠକେଇର ଅଭିଯୋଗ ହୋଇଛି । ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ ହୋଇଛି । ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା ।ଏହାପରେ ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ପ୍ରବର୍ତ୍ତାଇଥିଲେ । ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା କହିଥିଲେ ।

ଧବଳେଶ୍ୱରପୀଠକୁ କାଉଡ଼ିଆ ବାହୁଙ୍ଗି ଆଣିବା ମନା

ଆଠଗଡ଼,୧୫/୭(ଏସ ଏସ ନିଉଜ) ଧବଳେଶ୍ୱର ପୀଠକୁ କାଉଡ଼ିଆ ବାହୁଙ୍ଗି ଆଣିବା ବାରଣ ହୋଇଛି ।ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ବାରଣ କରିଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ। ସେ କହିଛନ୍ତି ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ ବୋଲି କହିଛନ୍ତି ।

କାଲି ଶ୍ରଦ୍ଧାଳୁଙ୍କ ପାଇଁ ମା ତାରିଣୀଙ୍କ ଦର୍ଶନ ବନ୍ଦ

କେନ୍ଦୁଝର,୧୩/୭(ଏସଏସନିଉଜ) ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ମା’ ତାରିଣୀଙ୍କ ଦର୍ଶନ ବନ୍ଦ ।ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ.ାଆଷାଢୀ ପର୍ବ ପାଇଁ ସକାଳଠାରୁ ସନ୍ଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ. ।ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

ପୁରୀ,୯/୭(ଏସଏସନିଉଜ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ରଥଟଣା । ଗଜପତି ମହାରାଜ ଛେରାପହଁରା କରିବା ପରେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ଆରମ୍ଭ କରିଛନ୍ତି ।ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ତେବେ ପୁର୍ବ ନିର୍ଦ୍ଧାରିତ ସମୟ ପୁର୍ବରୁ ରତଟଣା ଆରମ୍ଭ ହୋଇଥିବାର ଜଣାପଡିଛି । ତେବେ ଜୁଲାଇ ୧୦ରେ ସୁନାବେଶ, ୧୧ରେ ଅଧରପଣା, ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।  

ରଥାରୂଢ କାଳିଆ ଠାକୁର

ପୁରୀ,୧/୭(ଏସ ଏସ ନିଉଜ)ଭାଇ ଭଉଣୀଙ୍କୁ ଦେଖିଲା ଜଗତ ।ବଡ଼ ଭାଇ, ଗେହ୍ଲା ଭଉଣୀକୁ ସାଥୀରେ ନେଇ ଜନ୍ମବେଦୀକୁ ବାହାରିଲେ କାଳିଆ ସାଆନ୍ତ!ପହଣ୍ଡି ବିଜେ ପରେ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ପ୍ରଭୁ ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି ଜଗଦଗୁରୁ!

ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ,୩୦/୬(ଏସ ଏସ ନିଉଜ)ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ରଥଖଳାରେ ପହଞ୍ଚିଲା ଆଜ୍ଞାମାଳ। ଆଜ୍ଞାମାଳ ବିଜେପରେ ସିଂହଦ୍ୱାର ଯିବେ ୩ରଥ।ଚାଲିଛି ୩ ରଥକୁ ଆଜ୍ଞାମାଳ ବିଜେ ।ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ ।ଏହି ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ଗୁଡ଼ିକ ମଶାଣିଚଣ୍ଡୀ […]

ଆରପାରିରେ ରାଇମୋହନ ପରିଡା

ଭୁବନେଶ୍ୱର,୨୪/୬(ଏସ ଏସ ନିଉଜ)ସିନେମା ଜଗତ, ଯାତ୍ରା ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ବେକରେ ଶାଢୀ କପଡା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।ଅନ୍ୟପଟେ ପୋଲିସ ତାଙ୍କ ପଳାଶୁଣୀ ସ୍ଥିତ ପ୍ରାଚୀ ବିହାର ନିକଟ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଓଲିଉଡ ଠାରୁ ଆରମ୍ଭ କରି ଜଲିଉଡ ସବୁଠି ଶୋକର ଛାୟା ଖେଳିଯାଇଛି ।

ଚଳଚଞ୍ଚଳ ରଥଖଳା

ପୁରୀ,୨୩/୬(ଏସ ଏସ ନିଉଜ) ମହାପ୍ରଭୁଙ୍କ ପ୍ରଭା ନିର୍ମାଣ ଶେଷ ହୋଇଛି ।ଦୁଆରଘଡ଼ାରେ ଶେଷ ସ୍ପର୍ଷ ଦେଉଛନ୍ତି ରୂପକାର ।ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ ।ଏଣିକି ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ତିଆରିବେ ।ଠାକୁରେ ଚକା ସିଂହାସନରେ ହେବେ ବିଜେ । ପ୍ରଭା ପଛକୁ ଧୂଳିଦଣ୍ଡା ଲାଗିବ। ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ରଥର ଏହା ଏକ ଆକର୍ଷଣୀୟ ଅଂଶ। ପ୍ରତି ରଥର […]

ଏଥର ରଥ ଉପରେ ସେଲଫି ମନା 

ପୁରୀ,୨୧/୬(ଏସ ଏସ ନିଉଜ)ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଉଛି ।ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ରଥ ଉପରେ ସେଲଫି ନେବାକୁ ବାରଣ କରାଯାଉଛି ।ରଥଯାତ୍ରା ସମୟରେ ସେବାୟତ ମାନଙ୍କର ସୁବିଧାରେ ଗମନାଗମନ ପାଇଁ ହେବ ପାସ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ପୁଣି ଆସିବ ଶକ୍ତିମାନ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପୁଣି ନିର୍ମାଣ ହେବ ଶକ୍ତିମାନ ଫିଲ୍ମ ।୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’ ।୧୯୯୭ ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ।ଏବେ ୧୭ ବର୍ଷ ପରେ ଏହି ସିରିଏଲ ପୁଣି ଥରେ ଏକ ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି ।ଅତିକମରେ ୩୦୦ କୋଟି ଟଙ୍କା ବଜେଟ୍ ରଖାଯାଇଥିବାବେଳେ ଏହା ଏକ ବଡ […]