ବାବା ଧବଳେଶ୍ବରଙ୍କ ପୀଠ
ଖୁଣ୍ଟୁଣୀ, ୨୩।୨(ଏସଏସନିଉଜ)ଆସନ୍ତା ୮ତାରିଖ ମହାଶିବରାତ୍ରି(ଜାଗର)ରେ ବାବାଧବଳେଶ୍ୱରଙ୍କ ପୀଠରେ ରାତି ସାଢ଼େ୧ଟାରେ ଉଠିବ ମହାଦ୍ୱୀପ। ବାବାଙ୍କ ପ୍ରସିଦ୍ଧଜାଗରଯାତ୍ରାରେ ପ୍ରବଳ ଜନସମାରମ ହେବାର ଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ମନ୍ଦିରର ନୀତିକାନ୍ତି ସୁଚାରୁରୁପେ କରିବା ପାଇଁ ଆଠଗଡ଼ ଦେବୋତ୍ତରପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧବଳେଶ୍ବରଙ୍କପୀଠରେ ଥିବା ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂଜକ ସମାଜ ସମ୍ପାଦକ ନରେନ୍ଦ୍ରକୁମାରପଣ୍ଡା ସଭାପତିତ୍ୱ କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପରିଚାଳନା କରିଥିଲେ।ବୈଠକ ରେ ହୋଇଥିବା ନିଷ୍ପତିମୁତାବକ ଧବଳେଶ୍ୱରଙ୍କ ପୀଠରେ ରାତି […]