Browsing category

ମନୋରଞ୍ଜନ

ଆଜିର ରାଶିଫଳ

ଅକ୍ଟୋବରମାସ ୨୫ତାରିଖ ୨୦୨୩ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଲପକ୍ଷ,ତିଥି- ଏକାଦଶୀ ଦିବା ଘ୧୨/୪୬ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୦ଏକାଦଶୀର ଏକୋଦିଷ୍ଟ ଓ ଦ୍ଵାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର, ଶିମ୍ବ ଦିବା ଘ୧୨/୪୬ ଗତେ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୪ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରେ ଆୟୁଧ ପୂଜା ଓ ଦଶହରା, ଅପରାଜିତା ଦଶମୀ, ବିଜୟା ଦଶମୀ, ସର୍ବତ୍ର ଦଶହରା ଉତ୍ସବ, ସୋମନାଥ ବ୍ରତ ସମାପନ, ଅପରାଜିତା ପୂଜା ଓ କୁମାରୀ ପୂଜା, ଜାତିସଂଘ ଦିବସ।ସୁର୍ଯ୍ୟୋଦୟ- ଘ୫/୪୭/୫୨ ,ସୂର୍ଯ୍ୟାସ୍ତ- ଘ୫/୧୪/୬ ,ଆଶ୍ବିନ ମାସ ,ଶୁକ୍ଳ ପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୩/୨୫ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଧନିଷ୍ଠା ଦିବା ଘ୪/୧୪ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, […]

ଏସ.ଏସ.ଡି, ଗୁରୁଡିଝାଟିଆ ଚାମ୍ପିୟନ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଡ଼ିଝାଟିଆର ଏସ.ଏସ.ଡି ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାଣନାଥ ମହା ବିଦ୍ୟାଳୟକୁ ୪-୦ ଗୋଲରେ ପରାସ୍ତକରି ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଭିନ୍ନ ଜୋନରୁ ଆସିଥିବା ୮ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା. ପ୍ରଥମ […]

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ ବୋଲି ଅନୁମାନ କରାଯାଉଛି।

ଘରୋଇବସ୍ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଡାକରାଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ୧ଘଣ୍ଟା ଧରି ଆଲୋଚନାପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ । ଆସନ୍ତା ୨୬ରେ […]

୨୮ରୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା

ଢେଙ୍କାନାଳ,୨୦।୧୦(ଏସଏସନିଉଜ) ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଚଳିତମାସ ୨୮ ତାରିଖରୁ ଆରମ୍ଭ ହୋଇ ୮ ତାରିଖରେ ଭସାଣି ହେବ। ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରା ଓ ଶାନ୍ତିଶୃଙ୍ଖଳାରେ ପାଳନ କରି ଜିଲ୍ଲାର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।ପୂଜା ସମୟରେ ମହିଷା ପାଟଠାରେ ପଲ୍ଲୀଶ୍ରୀ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ପାର୍ବଣପୂର୍ବରୁ ରାସ୍ତାଘାଟ, ଜଳ, ବିଦ୍ୟୁତ୍‌, ଟ୍ରାଫିକ୍‌ […]

ଇଂଜଣା ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ବାରଙ୍ଗ,୧୯।୧୦(ଏସଏସନିଉଜ) ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକର ଇଂଜଣା ପଞ୍ଚାୟତରେ କର୍ମୀମାନଙ୍କୁ ନେଇ ଗୁରୁବାରଦିନ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଶୋଭାଯାତ୍ରାରେ ସାମିଲ ହୋଇଥିବା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି। ଇଂଜଣା ଗ୍ରାମ୍ୟ ମଙ୍ଗଳ କମିଟିର ସଭାପତି ପ୍ରଦୀପ ଦାସ, ଗ୍ରାମ୍ୟ କମିଟିର ସମ୍ପାଦକ ପବିତ୍ର କୁମାର ପ୍ରଧାନ,ଗ୍ରାମ୍ୟକମିଟିରସହସମ୍ପାଦକ ତଥା ଦୁର୍ଗାପୂଜା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଗାଁ ମୁଣ୍ଡରୁ ସଂକୀର୍ତ୍ତନ କରି ବିରାଟ ଶୋଭାଯାତ୍ରାରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୦ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେମହାସପ୍ତମୀ, ପୀଠଦେବୀ ଶ୍ରୀବିମଳାପୀଠେ ସପ୍ତମ୍ୟାଦି ତ୍ରିଦିନାତ୍ମକ ପୂଜାରମ୍ଭ, ତପଃଷଷ୍ଠୀ, ମୃଣ୍ମୟୀଦେବୀଙ୍କର ବିଲ୍ବାଧିବାସ ।ସୁର୍ଯ୍ୟୋଦୟ- ଘ୫/୪୬/୨୧ ,ସୂର୍ଯ୍ୟାସ୍ତ- ଘ୫/୧୬/୫୧ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ରାତ୍ରି ଘ୧୧ /୧୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୧/୧୫ମି ପରେ ବାୟବ୍ୟକୋଣରେ। ଅଗନ୍ତବ୍ୟତିଥି ଦୋଷହେତୁ ରାତ୍ରି ଘ୧୧/୧୫ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟବ୍ୟକୋଣ, ପଶ୍ଚିମଦିଗ ଏବଂ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ […]

ଧର୍ମଘଟ ଡାକରାଦେଲା ଘରୋଇବସ୍ ମାଲିକସଂଘ

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ପୁଣି ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକସଂଘ ।ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ।ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଦଶହରା ଓ ଭସାଣିରେ ବର୍ଷା !

ଭୁବନେଶ୍ୱର,୧୯।୧୦(ଏସଏସନିଉଜ) ଦଶହରା,ଭସାଣିରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଓ ୨୫ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୨୪ ତାରିଖ ଦଶହରା ଓ ୨୫ ତାରିଖ ଭସାଣିରେ ବର୍ଷା ହୋଇପାରେ।୨୪ରେ ହାଲୁକା ବର୍ଷା ଓ ୨୫ରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ରହିଛି।ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ତେବେ ୨୦ରୁ ୨୩ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ପୂର୍ବାନୁମାନ କରାଯାଇଛି।