Browsing category

ମନୋରଞ୍ଜନ

ଫେବୃଆରୀ ୩ରେ ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ

ଭୁବନେଶ୍ବର, ୨ା୧(ଏସଏସନିଉଜ)ଆସନ୍ତା ଫେବୃୟାରୀ ୩ ରୁ ୫ତାରିଖ ପର୍ଯ୍ୟନ୍ତ୩ଦିନଧରି ରାଜ୍ୟରେ ପ୍ରଥମଥରପାଇଁ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହିସମ୍ମିଳନୀ ଆୟୋଜନକରାଯିବାନିମନ୍ତେ ଗତଡିସେମ୍ବର୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି ।ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ […]

ଧାରାକୁ ଛୁଇଁଲା ନୂଆବର୍ଷ

ଭୁବନେଶ୍ୱର,୩୧।୧୨(ଏସଏସନିଉଜ)ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ ପାଳନ ହୋଇଛି ନୂଆବର୍ଷ। ରାତି ୧୨ ହେବା ପରେ ବାଣ ଫୁଟାଇ ସେଲିବ୍ରେସନ୍ ହୋଇଛି। ଅକଲାଣ୍ଡର କ୍ଲକ୍ ଟାୱାରରେ ବିଶାଳ ଆଖି ଝଲସା ଆତସବାଜି ସହ ୨୦୨୪କୁ ନ୍ୟୁଜିଲାଣ୍ଡବାସୀ ସ୍ୱାଗତ କରିଛନ୍ତି।ଆଉ କିଛି ସମୟ ପରେ ନୂଆବର୍ଷ ଉପନୀତ ହେବ।ଆମଦେଶରେ ନୂଆବର୍ଷକୁ ସ୍ୱାଗତ କରିବାପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତିପର୍ବ। ବିଶେଷକରି ଯୁବଗୋଷ୍ଟି ମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।ଏହାଭିତରେ ଧରାକୁ ଛୁଇଁଛି ନୂଆବର୍ଷ।ଧରାପୃଷ୍ଠରେ ଏବେ ଉପଗତହେଲା ବର୍ଷ […]

ଖୋଲିଲା ଶିମିଳିପାଳ

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ […]

କଟକ ସହରକୁ ଗଡ଼ିବ ମେଟ୍ରୋ

କଟକ,୨୮ା୧୨(ଏସଏସନିଉଜ)ଏବେ ତ୍ରିଶୁଳିଆ ନୁହେଁ କଟକସହରକୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରଥମପର୍ଯ୍ୟାୟରେ  ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆଛକପର୍ଯ୍ୟାୟରେ  ମେଟ୍ରୋପ୍ରକଳ୍ପ ପାଇଁ ‌ଯୋଜନା କରାଯାଇଥିବାବେଳେ ଏବେ ଏହାକୁ ‌କଟକ ନେତାଜୀ ବସ୍ ଟର୍ମିନାଲପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ କାଠଯୋଡି ପୋଲକୁଲାଗି ୨୨୦ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଦ୍‌ବିତୀୟସେତୁ ପାଇଁ ଟେଣ୍ଡରକୁ ବାଜତିଲ କରି ଦିଆଯାଇଛି । ଏବେ କାଠ‌ଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବାା ସେତୁ […]

ସରମ୍ପଚ ବଦଳରେ ସ୍ୱାମୀଙ୍କ ପ୍ରକ୍ସି

ଝାରସୁଗୁଡ଼ା,୨୭ା୧୨(ଏସଏସନିଉଜ) କେତେକ ପଂଚାୟତରେ ନିର୍ବାଚିତ ହୋଇଥିବା ମହିଳା ସରମ୍ପଚ ମାନେ ସଭାସମିତି ଏପରିକି ସରକାରୀ କର୍ଯ୍ୟକ୍ରମରେ ନିଜେ ନରହି ତାଙ୍କ ସ୍ୱାମିମାନେ ଉପସ୍ଥିତ ରହି ବିଭିର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାର ଦେଖିବାକୁ ମିଳିଥାଏ ।ଏହିଭଳି ଏକ ଘଟଣା କୁନେଇ ସରପଞ୍ଚ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ଖପ୍ପା ହୋଇଯାଇଥିଲେ ରାଜ୍ୟପାଳ ।ଏହାସହ ଆସିଥିବା ମହିଳାସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ ମଧ୍ୟ କରିଥିଲେ ।ଆଜି ମହାମହୀମ ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗ୍ରସ୍ଥରେ ଯାଇଥିବାବେଳେ ସଦରବ୍ଲକର ତାଲପଟିଆଗାଁକୁ ଯାଇ […]

ନନ୍ଦନକାନନକୁ ଆସିବ ମେଘୁଆଚିତା

ବାରଙ୍ଗ,୨୭ା୧୨(ଏସଏସନିଉଜ)ପ୍ରାଣିଉଦ୍ୟାନନନ୍ଦନକାନନକୁ ଜାନୁଆରୀ ମାସରେ ମେଘୁଆ ଚିତା ଅସିବାନେଇ ଉଦ୍ୟମ ଆରମ୍ଭ କରିଛି ନନ୍ଦନକାନନ ।କେବଳ ଚିତାନୁହେଁ ଏହାସହ ଦୁବାଇରୁ ଧଳା ସିଂହମଧ୍ୟ ଆସିବାକୁ ଯାଉଛି ।ଅଦଳବଦଳପ୍ରକିୟା ଓ ଉପହାରରେ ଏହାକୁ ଆଣିବାପାଇଁ ଯୋଜନା କରିଛି ନନ୍ଦନକାନନ ।ଏହାସହ କଲିକତା ଅଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ମଧ୍ୟ ଅଣାଯିବ ବୋଲି ସୁଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦା

ଉଦ୍‌ଯାପିତ ହେଲା ଯୁବଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବାରଙ୍ଗ,୨୭।୧୨(ଏସଏସନିଉଜ) ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନଦେବ ଡିଗ୍ରୀକଲେଜରେ ଚାଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶାକାର୍ଯ୍ୟକ୍ରମ ବୁଧବାର ଦିନ ଉଦଜାପିତ ହୋଇଯାଇଛି ।ସମନ୍ୱିତ ଯୁବବିକାଶଉତ୍ସବ ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ  ବାରଦିନ ବ୍ୟାପୀ କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଡ଼ ଜାପାନୀ ଉସବରେ ଭୁବନେଶ୍ୱର ଉତ୍ତର […]

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର

ଚନ୍ଦ୍ରଶେଖରପୁର,୨୭ା୧୨(ଏସଏସନିଉଜ) ଭାରତୀୟ ଶିକ୍ଷା ପରିଷଦ ଅନୁବନ୍ଧିତ ବିଦ୍ୟାଳୟଗୁଡିକର ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପଟିଆ, କାନନ ବିହାରସ୍ଥିତ ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ର ପରିସରରେ ବୁଧବାରଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସ୍‌ବରେ ପୂର୍ବତନବିଧାୟକ, ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ,ସାମାଜିକକର୍ମୀ ଅପର୍ଣା ନାୟକ ଅତିଥିଭାବେ ଯୋଗଦେଇ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଆହୁରି […]

ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ପୁରୀ,୨୬ା୧୨(ଏସଏସନିଉଜ)ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁଯାଉଛି ।ଏଥିନିମନ୍ତେ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ଆୟୋଜନରେ ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିମନ୍ତ୍ରଣପତ୍ର ବାଣ୍ଟିବାପାଇଁ ରାଜ୍ୟ ଭିତରେ ୧୩ଟିଦଳ ଓ ରାଜ୍ୟ ବାହାରକୁ ୧୭ଟି ଦଳ କୁନେଇ ସମୁଦାୟ ୩୦ ପ୍ରତିନିଧି ଦଳ ପବିତ୍ର ମାର୍ଗଶିର ପୂର୍ଣ୍ଣିମାରୁ ବାହାରିଛନ୍ତି ।ଆଜି ଏକ ପ୍ରତିନିଧିଦଳ ପ୍ରଥମେ ଲିଙ୍ଗରାଜଙ୍କୁ […]

ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ,୨୪ା୧୨(ଏସଏସନିଉଜ)ଏଥର ବଡଦିନ ଓ ନୁଆବର୍ଷରେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଜା ଉଠାଇବେ ।ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଏଥର ବଡଦିନ ଓ ନୁଆବର୍ଷ ସୋମବାର ପଡୁଅଛି ।ତେଣୁ ସୋମବାର ନନ୍ଦନକାନନ ବନ୍ଦ ରହିବା ଦ୍ୱନ୍ଦ ଉପରୁ ପର୍ଦାଉଠାଇଛନ୍ତି କର୍ତୁପକ୍ଷ ।ପୁର୍ବନିର୍ଦ୍ଧାରିତ ନୀୟାମାନୁସାରେ ସୋମବାର ଖୋଲା ରହି ମଙ୍ଗଳବାରଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।