ସରମ୍ପଚ ବଦଳରେ ସ୍ୱାମୀଙ୍କ ପ୍ରକ୍ସି

ବିରକ୍ତି ହେଲେ ରାଜ୍ୟପାଳ

ଝାରସୁଗୁଡ଼ା,୨୭ା୧୨(ଏସଏସନିଉଜ) କେତେକ ପଂଚାୟତରେ ନିର୍ବାଚିତ ହୋଇଥିବା ମହିଳା ସରମ୍ପଚ ମାନେ ସଭାସମିତି ଏପରିକି ସରକାରୀ କର୍ଯ୍ୟକ୍ରମରେ ନିଜେ ନରହି ତାଙ୍କ ସ୍ୱାମିମାନେ ଉପସ୍ଥିତ ରହି ବିଭିର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାର ଦେଖିବାକୁ ମିଳିଥାଏ ।ଏହିଭଳି ଏକ ଘଟଣା କୁନେଇ ସରପଞ୍ଚ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ଖପ୍ପା ହୋଇଯାଇଥିଲେ ରାଜ୍ୟପାଳ ।ଏହାସହ ଆସିଥିବା ମହିଳାସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ ମଧ୍ୟ କରିଥିଲେ ।ଆଜି ମହାମହୀମ ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗ୍ରସ୍ଥରେ ଯାଇଥିବାବେଳେ ସଦରବ୍ଲକର ତାଲପଟିଆଗାଁକୁ ଯାଇ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ହାନିଲାଭ କଥା ପଚାରିବୁଝିଥିଲେ ।ଲୋକମାନଙ୍କ ଅଭିଯୋଗ ଶୁଣିସାରିବାପରେ ସ୍ଥାନୀୟ ସରପଞ୍ଚଙ୍କୁ ଡକାଇଥିଲେ ରାଜ୍ୟପାଳ ।କିନ୍ତୁ ମହିଳାସରପଞ୍ଚ ଜଣଙ୍କ ନଆସି ତାଙ୍କ ସ୍ୱାମୀ ପହଞ୍ଚିବାରୁ ବିରକ୍ତ ହୋଇଥିଲେ ରାଜ୍ୟପାଳ ।

Comments (0)
Add Comment