ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର

ଚନ୍ଦ୍ରଶେଖରପୁର,୨୭ା୧୨(ଏସଏସନିଉଜ) ଭାରତୀୟ ଶିକ୍ଷା ପରିଷଦ ଅନୁବନ୍ଧିତ ବିଦ୍ୟାଳୟଗୁଡିକର ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପଟିଆ, କାନନ ବିହାରସ୍ଥିତ ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ର ପରିସରରେ ବୁଧବାରଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସ୍‌ବରେ ପୂର୍ବତନବିଧାୟକ, ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ,ସାମାଜିକକର୍ମୀ ଅପର୍ଣା ନାୟକ ଅତିଥିଭାବେ ଯୋଗଦେଇ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଆହୁରି ସରସ ସୁନ୍ଦର କରି ଭବିଷ୍ୟତରେ ସର୍ବଭାରତୀୟ ସ୍ତରରେ ସୁନାଗରିକ ତିଆରି କରିବାର ପ୍ରଚେଷ୍ଟା ଜାରି ରଖିବାକୁ ଉପଦେଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ , ସମ୍ପାଦକ ରବିନାରାୟଣ ଜେନା , ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ଅତିଥିଭାବେ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରି ଛାତ୍ରଛାତ୍ରୀମାନଙ୍କ ଜୀବନ ଦର୍ଶନର ତତ୍ପର ମହତ୍ବ ଓ ଅନୁଷ୍ଠାନ ଗଠନ, ଶିକ୍ଷାଦାନ, ଛାତ୍ରଛାତ୍ରୀମାନଙ୍କ ପ୍ରତି ସ୍ନେହ ତଥା ଉତ୍ତମ ଚରିତ୍ର ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସୁଶାନ୍ତ କୁମାର ସେନାପତି, ଅନାମ ଚରଣ ମାଝି, ବସନ୍ତ କୁମାର ବେହେରା, ଓ ଅସୀତ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁନ୍ଦର ମୋହନ ବାରିକ , ବିଚିତ୍ରାନନ୍ଦ ସ୍ୱାଇଁ ଓ ରାଜକିଶୋର ସ୍ୱାଇଁ ଶିବିରକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Comments (0)
Add Comment