Browsing category

ଦେଶ ବିଦେଶ

ଟିକାକରଣକୁ ନେଇ ରାଜନୀତି

୧. ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ । ୨. କେନ୍ଦ୍ର କ୍ୟାବିନେଟ୍‍: ଟିକସ ସୂଚନା ସଂଗ୍ରହ ସହାୟକ ପ୍ରସ୍ତାବ ମଂଜୁର । ୩. ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ପ୍ରଦାନ । ୪. ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି । ୫. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ଏବଂ ଘୂର୍ଣ୍ଣିବଳୟ ଭଳି […]

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ହେଲେ ବନ୍ଦିତା ପରିଡ଼ା

ଭୁବନେଶ୍ୱର,୨୩/୬(ଏସଏସନିୟୁଜ) ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ(ଓପିଏମସି) ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ମନୋନୀତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓଡ଼ିଶା କଂଗ୍ରେସର ସଭାନେତ୍ରୀ ପାଇଁ ବନ୍ଦିତାଙ୍କ ନାମକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶରେ ମାରିନା କେଙ୍ଗଲାଙ୍ଗ ଓ ହରିୟାଣାରେ ସୁଧା ଭରଦ୍ୱାଜଙ୍କୁ ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବାନେଇ ଏଆଇସିସିର ସାଧାରଣ ସଂପାଦକ କେସି ବେଣୁଗୋପାଳ ବିଜ୍ଞପ୍ତି ଜାରି କରି କହିଛନ୍ତି ।

ଆଜି ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୩/୬(ଏସ ଏସ ନିୟୁଜ) କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସୁଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ହୋଇପାରେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲାଗିପାରେ ମୋହର।୨୦୨୨ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ, ଗୋଆ, ହିମାଚଳ ପ୍ରଦେଶ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନୂଆ ଚେହେରାକୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି।

ଆସିବ ରୋମିଓ

୧-୨୦୨୨ ମାର୍ଚ୍ଚ ୧୦ରେ ସରୁଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ; ସରିନି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ । ୨-ପୃଥିବୀରେ ଗୋଟିଏ ଗଛ ଅପଲୋଡ଼୍ କରନ୍ତୁ, ମେଘରୁ ଶହଶହ ଲାଇକ୍ ମିଳିବ: ଅମିତ୍ ଶାହ ୩-ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା . ୪-ଦେଶରେ Covid-19 ପ୍ରବନ୍ଧନ ନେଇ ପ୍ରଶ୍ନ କରିଥିଲେ ରାହୁଲ, ଜବାବରେ ସ୍ମୃତି ଇରାନୀ କହିଲେ ‘ଜ୍ଞାନୀ ବାବା’ ୫-WTC Final: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍, ମହମ୍ମଦ ସାମିଙ୍କୁ ୪ ଓ୍ଵିକେଟ୍ । ପଞ୍ଚମ […]

ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) କରୋନା ଟିକାକୁ ନେଇ ଉପୁଜୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମଶ୭ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।ଏବେ ଟିକାନେଲେ ପ୍ରଜଜନ କ୍ଷମତା ହ୍ରାସପାଏ ବୋଲି ହୋଇଥିବା ଗୁଜବ ଉପରେ ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, କରୋନା ଟିକା ସହ ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ […]

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪

ପୁରୀ,୨୨/୬(ଏସଏସନିୟୁଜ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରରେ ୧୪୪ ଜାରି କରାଯାଇଛି । ଏହିସମୟରେ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଯିବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାବେଳେ ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଜଣାପଡିଛିା

ପୋଲିସ,ପୋଲିସ ମୁହାଁମୁହିଁ

୧-ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ୨-ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ । ଚତୁର୍ଥ ଦିନ ବି ବର୍ଷାରେ ଧୋଇଗଲା । ୩-ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ୪-5G […]

ରେକର୍ଡ ଭାଙ୍ଗିଲେ ଦୁତି

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି କଲେ ରେକର୍ଡ, ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା । ପଟିଆଲାରେ ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିରେ ନିଜ ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଦୂତୀ ।

ବାତିଲ ହେଲା ଅମରନାଥ ଯାତ୍ରା

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ । ଶ୍ରଦ୍ଧାଳୁ ଅନଲାଇନରେ ହିମଲିଙ୍ଗ ଦର୍ଶନ କରିବେ । କରୋନା ପାଇଁ ବାତିଲ ହୋଇଛି ଅମରନାଥ ଯାତ୍ରା । ଭକ୍ତମାନଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ କେବଳ ଅନଲାଇନରେ ଆଳତି ଉପଲବ୍ଧ ହେବାନେଇ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ସୂଚନା ଦେଇଛନ୍ତି ।

ପୁଣି ଥରେ ପ୍ରସାରିତ ହେବ ଧାରାବାହିକ ଶ୍ରୀ ଗଣେଶ

ଭୁବନେଶ୍ୱର,୨୧/୬(ଏସ ଏସ ନିୟୁଜ)ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି ଲୋକପ୍ରିୟ ଟିଭି ଧାରାବାହିକ ଶ୍ରୀ ଗଣେଶ ।ଜୁବି କୋଚର ଏବଂ ନିର୍ଦ୍ଦେଶକ ଧୀରଜ କୁମାରଙ୍କ ଲୋକପ୍ରିୟ ପୌରାଣିକ ସିରିଏଲ୍ ଜୁନ୍ ୨୧ ରୁ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି। ଲକଡାଉନ୍ ସମୟରେ ପୌରାଣିକ କଥାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ଭଗବାନ ଶ୍ରୀ ଗଣେଶ ଭାରତର ସଂସ୍କୃତି ଓ ଧର୍ମରେ ଗଭୀର ଭାବରେ ରୁଚି ରହିଛନ୍ତି ଏବଂ ତାଙ୍କ ଉପରେ ଆଧାରିତ ଶ୍ରୀ ଗଣେଶ […]