Browsing category

ଦେଶ ବିଦେଶ

ମା ହେଲା ଦୁର୍ଗା

ବାରଙ୍ଗ,୩୦।୧ (ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମଥର ପାଇଁ ମା ହୋଇଛି । ଗୁରୁବାର ଦିନ ଗୋଟିଏ ଅଣ୍ଡିରା ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଅଲଗା କରାଯାଇଛି । ପ୍ରକାଶ ଯେ ,ପ୍ରାଣୀଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ […]

ଭୁବନେଶ୍ବରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୮ା୧(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଂଦୀ ଏକ ସ୍ବତନ୍ତ୍ର ବିମାନରେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିଲାପରେ ରାଜ୍ୟସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦର ଠାରୁ ରାଜଭବନ ପର‌୍ୟ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍‌ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ ନୃତ୍ୟ ଓ […]

ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୮।୧(ଏସଏସନିଉଜ)ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମାଗଣା ଚିକିତ୍ସା ନେଇ କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି । ହୋଇଥିବା ନୂଆସ୍ମିମ୍ ଅନୁଯାୟୀ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ ଓ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

ଇସ୍ରୋର ନୂଆଅଧ୍ୟକ୍ଷ ହେଲେ ଭି. ନାରାୟଣନ

ଭୁବନେଶ୍ୱର,୮।୧(ଏସଏସନିଉଜ)ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆସନ୍ତା ଜାନୁଆରୀ ୧୪ରେ ଦାୟିତ୍ବ ନେବେ ନାରାୟଣନ।ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବ।କେନ୍ଦ୍ରସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟିରେ ନିଷ୍ପତ୍ତି ହୋଇଛି।୨ବର୍ଷ ପର୍ଯ୍ୟନ୍ତ ଇସ୍ରୋର ଅଧ୍ୟକ୍ଷ ରହିବେ ଭି ନାରାୟଣନ।

ମୋଦି ଆସିବେ ଆଜି

ଭୁବନେଶ୍ୱର,୮।୧(ଏସଏସନିଉଜ)ଭୁବନେଶ୍ବର ଜନତା ମଇଦାନରେ ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନୀ।ଯୁବ ସମାବେଶରୁ ଆରମ୍ଭ ହେବାକୁ ଥିବା ସମ୍ମେଳନୀ ୩ ଦିନ ଧରି ଚାଲିବ। ସମ୍ମେଳନୀ ପାଇଁ ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ଓ ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ।ଆଜି ରାତିରେ ଭୁବନେଶ୍ବର ରାଜଭବନରେ ରହିବେ।ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ନନ୍ଦନକାନନ ପାଳିଲା ୬୫ ତମ ପ୍ରତିଷ୍ଠା ଦିବସ

ବାରଙ୍ଗ, ୭।୧(ଏସଏସନିଉଜ)ନନ୍ଦନକାନନକୁ ବିଶ୍ୱଦରବାରରେ ଅଧିକରୁଅଧିକ ଭାବେ କିଭଳି ପରିଚିତ କରାଯାଇପାରିବ ସେଥିପାଇଁ ସବୁପ୍ରକାରର ଉଦ୍ୟମ କରାଯାଉଛି ।ଏହାକୁ ବିଶ୍ୱସ୍ତରୀୟ ଚିଡିଆଖାନା କରିବାର ଯେଉଁ ଯୋଜନା ମଧ୍ୟ ରହିଛି। ତାହା ଓଡିଶା ପାଇଁ ଗର୍ବ ଓ ଗୈାରବର ବିଷୟ ହେବାକୁ ଯାଉଛି ।ଯାହାକୁ କରିବାପାଇଁ ସରକାର ସକଳ୍ପ ନେଇଛନ୍ତି ।ଏଥିନିମନ୍ତେ ବୈଜ୍ଞାନିକ ,ପରିବେଶବିତ ସହ ଅନ୍ୟାନ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଯୋଡାଯାଉଛି ଓ ଏହାସହ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ […]

ଉଦ୍‌ଘାଟନ ହେଲା ବାଫଲ୍ ଫାୟାରିଂ ରେଞ୍ଜ

ବାରଙ୍ଗ, ୭।୧(ଏସଏସନିଉଜ) ମୁଣ୍ଡଳୀସ୍ଥିତ ସିଆରପିଏଫ ଆଞ୍ଚଳିକ ତାଲିମ କେନ୍ଦ୍ରରେ ବାଫଲ୍ ଫାୟାରିଂ ରେଞ୍ଜକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରାଯାଇଛି ।ଗୁରୁବାର ଦିନ ଭାରତ ସରକାରଙ୍କ ଗୃହ ବିଭାଗର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଆନୁଷ୍ଟାନିକଭାବେ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧାସ୍ଥିତ ୪୧ତମ ବାଟାଲିୟନ ପରିସରରେ ଆୟୋଜିତ ଆଇଟିବିପି ରାଇଜିଂ ଡେ ସମାରୋହରେ ଏହି ଫାଇରିଙ୍ଗକୁ ଉଦ୍ଘାଟନ କରାଯାଇଥିଲା। ଗୃହ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ନିର୍ମିତ ଏହି ଅତ୍ୟାଧୁନିକ ସୁବିଧା ନିରାପଦ ତଥା ପ୍ରଭାବଶାଳୀ ଅସ୍ତ୍ରଶସ୍ତ୍ର […]

ଆଜି ନନ୍ଦନକାନନ ପାଳିବ ୬୫ ତମ ଜନ୍ମଦିବସ

ବାରଙ୍ଗ,୬।୧(ଏସଏସନିଉଜ) ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଳିବ ୬୫ ତମ ଜନ୍ମଦିବସ। ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆ କରି ତିଆରି ହୋଇଥିବା ପ୍ରାଣୀ ଉଦ୍ୟାନ ସୁରକ୍ଷା କର୍ମୀ ଆବାସିକ କମ୍ପ୍ଲେକ୍ସ ,ପ୍ରାଣୀ ଉଦ୍ୟାନ ଜୁ ଲାଇବେରି ଏବଂ ଡିଜିଟାଲ୍ ହବ୍ ,ଭାଲୁ ଏନକ୍ଲୋଜର , ସଂରକ୍ଷଣ ଅନୁସନ୍ଧାନ ଏବଂ […]

ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ,୬।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ କରଞ୍ଜିଆ ଡିଭିଜନରୁ ଉଦ୍ଧାର ହୋଇଥିବା ୬ବର୍ଷ ର ଅଣ୍ଡିରା ହାତୀ ଛୁଆ ସୋମବାର ଦିନ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗିଛି । ଏହି ହାତୀ ଛୁଆ ଟି ଠିଆ ହେବାକୁ ସକ୍ଷମ ହୋଇପାରୁନଥିବା ସୂଚନା ମିଳିଛି । ଏଠାକୁ ଆସିବା ପରେ ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , କରଞ୍ଜିଆ ଅଧୀନରେ ଥିବା ପୋକାମୁଣ୍ଡା […]

ଭାରତରେ ଛନକା

ଭୁବନେଶ୍ୱର,୫ା୧(ଏସଏସନିଉଜ) ଚୀନରHMPVଭାଇରସକୁ ନେଇ ଭାରତରେ ଛନକା ପଶିବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା […]