Browsing category

ଦେଶ ବିଦେଶ

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଭୁବନେଶ୍ୱର,୧୨ା୬(ଏସଏସନିଉଜ) ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି ।ତାଙ୍କସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଓ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର ନାଜିଛି । ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ମଙ୍ଗଳ ଆଳତି ପରେ ଖୋଲାଯିବ । ମନ୍ତ୍ରୀମାନଙ୍କ ଉପସ୍ଥିତିରେ ୪ ଦ୍ୱାର ଖୋଲାଯିବ ବୋଲି କ୍ୟାବିନେଟ୍ ବୈଠକ […]

ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ା୬(ଏସଏସନିଉଜ) ଶେଷ ହେଲା ସସପେନ୍ସ । ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ନେବେ ଶପଥ । ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କନାମ ଘୋଷଣା କଲେ ରାଜନାଥ ସିଂହ । ବିଧାୟକ ଦଳ ନେତା […]

ଭୁବନେଶ୍ୱରରେ ପହଁଚିଲେ ରାଜନାଥ ସିଂହ

ଭୁବନେଶ୍ୱର,୧୧।୬(ଏସଏସନିଉଜ)ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ପୁଣି ୧୨ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାପାଇଁ ଜନତା ମଇଦାନରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି।ନୂଆ ମୁଖ୍ୟମନ୍ତ୍ରୀ ବାଛିବାପାଇ ଓଡିଶାରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରାଜନାଥସିଂ ଓ ଭୂପିନ୍ଦର ଯାଦବ। ଅପରାହ୍ଣରେ ବିଧାୟକଦଳ ବୈଠକରେ ନେତା ବାଛିବା ନେଇ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରି ସାଢେ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ପାର୍ଟିକାର୍ଯ୍ୟାଳୟରେ ବିଜୟୀ ବିଧାୟକ, ବରିଷ୍ଠ ନେତା ପହଂଚିବାକୁ […]

ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ

ଭୁବନେଶ୍ୱର,୯ା୬(ଏସଏସନିଉଜ) ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆଜି ମୋଦୀ ୩.୦ କ୍ୟାବିନେଟର ମୋଟ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି । କ୍ୟାବିନେଟ ମନ୍ତ୍ରୀଭାବେ ଦ୍ୱିତୀୟ ସ୍ଥାନରେ ରାଜନାଥ ସିଂହ ,ତୃତୀୟ ସ୍ଥାନରେ […]

୧୨ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’

ଭୁବନେଶ୍ୱର,୯।୬(ଏସଏସନିଉଜ)ଆସନ୍ତା ୧୨ ତାରିଖ ବୁଧବାର ସଂଧ୍ୟାରେ ଭୁବନେଶ୍ବର ରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ସୋ’ କରିବେ lରୋଡ୍‌ ସୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ କୁ ଆସିବେ ବୋଲି ଜଣାପଡିଛି ।

ରାଜନୀତିରୁ ଅବସରନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୯।୬(ଏସଏସନିଉଜ) ଏକ ଭିଡିଓ ବାର୍ତ୍ତ ଜରିଆରେ ସକ୍ରିୟ ରାଜନୀତିରୁ ଅବସର ନେଇ ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ।ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।ଯଦି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବାନେଇ ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ଘୋଷଣା କରିଥିଲେ ।ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କଲେ […]

ରାଜନୀତିରୁ ଅବସରନେଲେ ଅଚ୍ୟୁତସାମନ୍ତ

  ଭୁବନେଶ୍ବର,୯।୬(ଏସଏସନିଉଜ)ବିଜୁଜନତା ଦଳର ଅନ୍ୟତମନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିବା ନେଇ ଆଜି ଘୋଷଣା କରିଛନ୍ତି ।ଗତକାଲି ନବୀନନିବାସରେ ବିଜୁ ଜନତାଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କୁ ଭେଟି ଏ ସମ୍ପର୍କରେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭାପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସାମନ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ପୂର୍ବବତ ଜାରି ରହିବ […]

୧୨ଜୁନ୍‌ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ !

ଭୁବନେଶ୍ବର,୯।୬(ଏସଏସନିଉଜ)ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। ଏଥିନିମନ୍ତେ ଜୁନ୍ ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜନତା ମଇଦାନରେ ଶପଥଗ୍ରହଣ ସମାବେଶ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଥିଲା।କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଥିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।୧୦ବଦଳରେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କୁହାଯାଉଛି। ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି […]

ପୁଣି ଚମକିଲା ପୁରୀ ଶ୍ରୀମନ୍ଦିର

ପୁରୀ, ୮ା୬(ଏସଏସନିଉଜ) ୪ ତାରିଖ ସନ୍ଧ୍ୟାରେ ରାଜ୍ୟର ସାଧାରଣ ନିର୍ବାଚନ ଆସିବା ପରେ ଅନ୍ଧାରରେ ଥିବା ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ବାହାର ପାର୍ଶ୍ବ ଆଜି ପୁଣି ସଂଧ୍ୟା ପରଠାରୁ ଆଲୋକମାଳାରେ ପୁଣି ଝଲସିବାରେ ଆରମ୍ଭ କରିଛି । ଶ୍ରୀମନ୍ଦିର ଆଲୋକମାଳାରେ ଝଲିସିବା ପରେ ଶ୍ରଦ୍ଧାଳୁ, ସେବାୟତ, ପୁରୀବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।ମନ୍ଦିର ବାହାର ପାର୍ଶ୍ବରୁ ଲାଇଟ୍ କାଢ଼ି ଦିଆଯିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା […]

୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ […]