Browsing category

ଦେଶ ବିଦେଶ

ରଥଯାତ୍ରା ପାଇଁ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୮ା୬(ଏସଏସନିଉଜ)ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ାମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।୩୧୫ ସ୍ପେଶାଲ ଟ୍ରେନ୍ ଚାଲିବ , ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବା୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ କହିଲେ ରେଳ ମନ୍ତ୍ରୀା

ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ।ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।ଫଳରେ ଶିମଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।ଭୂସ୍କଳନ କାରଣରୁ ପ୍ରାୟ ଆଠଟି ଗାଡ଼ି ନଷ୍ଟ ହୋଇଯାଇଛି ।ଚାମିଆନାରେ ଥିବା ଡ୍ରେନ୍ ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡ଼ି ଉପରେ ଭୂସ୍କଳନ ହେବା କାରଣରୁ ଆବର୍ଜନା ତଳେ ଗାଡ଼ି ଗୁଡ଼ିକ ପୋତି ହୋଇଯାଇଛି ।ମାଲୟାନାରେ, ପାହାଡ଼ରୁ ବଡ଼ […]

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର

ପୁରୀ, ୨୮।୬(ଏସଏସନିଉଜ) ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ସର୍କିଟ ହାଉସଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଗାଡି […]

ମନୋଜଆହୁଜା ହେଲେ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୮।୬(ଏସଏସନିଉଜ) କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ଶ୍ରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନସଚିବ ପି କେ ଜେନା ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ଆହୁଜା ଦାୟିତ୍ଵ ଗ୍ରହଣ କରିବେ।ଏହା ସହିତ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିବେ।

ଆଉ ଦେଖାଦେବନି ସାରା

ବାରଙ୍ଗ,୧୮।୬(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦକାନନର ଅନ୍ୟତମ ଆକର୍ଷଣୀୟ ତଥା ଶୋଭାବଢାଉଥିବା ଜଙ୍ଗଲବାଘୁଣୀ ସାରା ବୁଧବାର ଦିନ ମୃତୁବରଣ କରିଛି।ମୃତ୍ୟୁ ବେଳେକୁ ସାରାକୁ ୧୮ବର୍ଷ୧ମାସ ହୋଇଥିଲା।ସାରାର ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭରୁ ୨୦୦୬ ଅକ୍ଟୋବର ୧୮ରେ ମାତ୍ର ପାଞ୍ଚମାସ ବୟସରେ ଉଦ୍ଧାର କରାଯାଇ ଭୋପାଳର ବନବିହାର ପ୍ରାଣୀଉଦ୍ୟାନକୁ ଅଣାଯାଇ ଥିଲା।ପରେ ପଶୁପକ୍ଷୀ ଅଦଳବଦଳପ୍ରକିୟାରେ ୨୦୦୯ ଏପ୍ରିଲ୧୮ରେ ନନ୍ଦନକାନନକୁ ଅଣାଯାଇ ଥିଲା।ନନ୍ଦନକାନନରେ ରକ୍ତସଂମ୍ପର୍କର ମିଳନରେ ପରିବର୍ତନ କରାଯାଇ ଏକ ନୁଆବଂଶଜ ତିଆରି କରିବାପାଇଁ ସାରାକୁ ନନ୍ଦନକାନନକୁ […]

ବିବାହ କଲେ ନବୀନଙ୍କ ପୁତୁରା

ଭୁବନେଶ୍ୱର,୧୮ା୬(ଏସଏସନିଉଜ) ବାହାହେଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ବିବାହ କଲେ ଅରୁଣ । ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ବିବାହରେ ବାପା ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ।କିଛିଦିନ ତଳେ ଓଡ଼ିଶା ଆସିଥିଲେ, ନବୀନଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଥିଲାା

ମାଟିରେ ମିଶିଲା ଜଗନଙ୍କ ବାସଭବନ!

ଭୁବନେଶ୍ୱର,୧୭।୬(ଏସଏସନିଉଜ)ମାଟିରେ ମିଶିଯାଇଛି ଜଗନଙ୍କ ବାସଭବନ।ବୁଲଡୋଜର ବୁଲିଛି ଓ ଘର ମଧ୍ୟ ଭାଙ୍ଗି ତାଡ଼ି ଦିଆଯାଇଛି। ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବାସଭବନରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ଘର ନିର୍ମାଣକୁ ନେଇ ଗ୍ରେଟର ହାଇଦ୍ରାବାଦ ମୁନସିପାଲ କର୍ପୋରେସନ ବା ଜିଏଚଏମସି ଜଗନଙ୍କ ଘରକୁ ଭାଙ୍ଗି ଧୂଳିସାତ କରିଛି। ଯାହାକୁ ନେଇ ଆନ୍ଧ୍ର ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭।୬ (ଏସଏସନିଉଜ) ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ିଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୁରନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ୱର,୧୪।୬(ଏସଏସନିଉଜ)ବରିଷ୍ଠ ରାଜନେତା ସୁର ନାୟକଙ୍କୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଭୁବନେଶ୍ବର ବାସଭବନରେ ଭେଟିବା ସହ ସୁରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ବିଶ୍ବଭୂଷଣ ।

କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪ା୬(ଏସଏସନିଉଜ) କୁଏତ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁଘଟିଥିବାର ସୂଚନା ମିଳିଛି ।ଏହି ଅଗ୍ନିକାଣ୍ଡରେ ୪୫ ମୃତକଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର ଥିବାର ଜଣାପଡିଛି ।ଦୁଇ ମୃତକ ହେଲେ ମହମ୍ମଦ ଜହୁର, ସନ୍ତୋଷ ଗୌଡ଼ାମୃତ ମହମ୍ମଦ ଜହୁର ଆଠଗଡ଼ ତିଗିରିଆ ଥାନା କରଡ଼ାପଲିର ବୋଲି ଜଣାପଡିଛି ।