Browsing category

ଦେଶ ବିଦେଶ

ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର,୨୮/୧୦(ଏସ ଏସନିଉଜ)ରାଜ୍ୟ ଗୃହମନ୍ତ୍ରୀ ମାନଙ୍କ ଚିନ୍ତନ ଶିବିର ବୈଠକକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ lଏହି ବୈଠକକୁ ଭିଡ଼ିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ସେ ସମ୍ବୋଧନ କରିବେ ।ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଚିନ୍ତନ ଶିବିର ହରିଆନାର ସୁରଜକୁଣ୍ଡ ଠାରେ ଗତକାଲିଠାରୁ ଆରମ୍ଭ ହୋଇଛି ।ଏହି ବୈଠକରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ୍‌‌ ମହାନିର୍ଦ୍ଦେଶକ, ସିଏପିଏଫ୍‌‌ ଡିଜି ଯୋଗ ଦେଇଛନ୍ତି ।

୧୭ପର୍ଯ୍ୟଟନସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସୁଛି ପର୍ଯ୍ୟଟଜ ରୁତୁ ।ପର୍ଯ୍ୟଟନଋତୁ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି ରାଜ୍ୟସରକାର ।ପର୍ଯ୍ୟଟକମାନଙ୍କୁ କିଭଳି ଆକୃଷ୍ଟ କରିହେବ ସେଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ଡିସେମ୍ବର ପହିଲାରୁ ୭ଟିସ୍ଥାନରେ ଇକୋ-ରି‌ଟ୍ରିଟ୍ ହେବ ।ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ବୋଲି ଜଣାପଡିଛି ।

ନଭେମ୍ବର୧ରୁ ଖୋଲିବ ଶିମିଳିପାଳ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଦୀର୍ଘଦିନର ବନ୍ଦ ପରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳା ନଭେମ୍ବର ୧ରୁ ପର‌୍ୟ୍ୟଟକଙ୍କ ପାଇଁ ଖୋଲିବ ଅଭୟାରଣ୍ୟ । ରାତ୍ରିଯାପନ ପାଇଁ ଅନ୍ଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ବାରିପଦା ଆଡୁ ୨୫ ଓ ଯଶୀପୁର ଆଡ଼ୁ ୩୫ଟି ବସ୍‌କୁ ଅନୁମତି ମିଳିବ ବୋଲ କୁହାଯାଇଛି ।

ବାରଣ ସତ୍ତ୍ୱେ ଫୁଟିଲାବାଣ

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ବାରଣ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ। ଦୀପାବଳି ଅବସରରେ ଏଠାରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ ସୁୂଦ୍ଧା ଦିଲ୍ଲୀବାସୀ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଖୋଲାଖୋଲି ଭାବେ ପ୍ରବଳ ବାଣ ଫୁଟାଇଛନ୍ତି। ଫଳରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇପଡିଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହୋଇଯାଇଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ତଳସ୍ତରକୁ ଖସି ଆସିଛି।

ହାଇସ୍କୁଲରେ ଗୁଳି!

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଆମେରିକାର ଏକ ହାଇସ୍କୁଲରେ ଗୁଳିକାଣ୍ଡ ଯୋଗୁ ୨ଜଣ ମୃତ ଓ ୬ଜଣ ଆହତ ହୋଉଛନ୍ତି।ମସୌରିସ୍ଥିତ ସେଣ୍ଟ ଲୁଇସ ହାଇସ୍କୁଲରେ ବନ୍ଧୁକଧାରୀର ଆଖିବୁଜା ଫାୟାରିଂ , ସ୍କୁଲ ପରିସରରେ ବନ୍ଧୁକଧାରୀକୁ ଗୁଳି କରି ହତ୍ୟା , ଆକ୍ରମଣର କାରଣ ଅସ୍ପଷ୍ଟ!

ପ୍ରଣବ ପ୍ରକାଶ ହେଲେ ଓସିଏ ସଭାପତି

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓସିଏ ସଭାପତି ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ନାମାଙ୍କନ ଦାଖଲ ପାଇଁ ଗୋଟିଏ ଦିନ ରହିଥିବା ବେଳେ ଅନ୍ୟ କେହି ପ୍ରାର୍ଥପତ୍ର ଦାଖଲ କରିନାହାନ୍ତି । ତେଣୁ ପ୍ରଣବ ପ୍ରକାଶ ଦାସ ଏକ ପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ ତାରିଖରେ କେବଳ ବିଧିବଦ୍ଧ ଘୋଷଣା […]

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଦୁର୍ଘଟଣା ଘଟିଛି । ସିଙ୍ଗିଙ୍ଗ ଗାଁ ପାଖରେ ହେଲିକପ୍ଟର ଦୁର୍ଘଟଣା । ଘଟଣାସ୍ଥଳକୁ ଯାଇଛନ୍ତି ଉଦ୍ଧାରକାରୀ ଦଳ । ହେଲିକପ୍ଟର ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ଭୋଟିଂରେ ହେବ କଳାକାର ଚୟନ

ବରଗଡ଼,୨୧/୧୦(ଏସଏସ ନିଉଜ)ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ଡିସେମ୍ବର ୨୭ରୁ ଆସନ୍ତାବର୍ଷ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିପାଇଁ ପ୍ରସ୍ତୁତିପର୍ବ ରେ ଲାଗିପଡିଛି କମିଟି। ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ମହାରାଜ କଂସଙ୍କ ସହ ମହାମନ୍ତ୍ରୀ, ସାତ୍ତ୍ୟକୀ, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ, ନାରଦ, ସେନାପତି ଭୂମିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୨ରୁ ୩୧ ଭିତରେ ଆବେଦନ ପତ୍ର ଗ୍ରହଣ କରାଯିବ । ଜଣେ […]

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ୬ମୃତ

ଭୁବନେଶ୍ୱର,୧୮/୧୦(ଏସଏସ ନିଉଜ)ଉତ୍ତରାଖଣ୍ଡରେ ହେଲିକର ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୬ଜଣ ମୃତୁ ବରଣ କରିଛନ୍ତି।ଦୁର୍ଘଟଣାରେ୨ ପାଇଲଟ ଓ ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି।କେଦାରନାଥ ନିକଟ ଲିଞ୍ଚୋଲି ଠାରେ ଦୁର୍ଘଟଣାଗ୍ରସ୍ତ ।ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ପୋଲିସ ଓ ଏସ୍‌ଡିଆରଏଫ୍ ଟିମ୍ ।