Browsing category

ଦେଶ ବିଦେଶ

ଆତ୍ମହତ୍ୟା କଲେ ଅଭିନେତ୍ରୀ !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ) ଆତ୍ମହତ୍ୟା କଲେ ହିନ୍ଦୀଧାରାବାହିକ ଅଭିନେତ୍ରୀ ବୈଶାଳୀ ଠକ୍କର ।ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇନ୍ଦୋର ସ୍ଥିତ ତାଙ୍କଘରୁ ବୈଶାଳୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର ହେବା ସହ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ। ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘ସସୁରାଲ ସିମର କା’ ସମେତ ଅନେକ ଲୋକପ୍ରିୟ ଧାରାବାହିକରେ ସେ ଅଭିନୟ କରି ଦର୍ଶକଙ୍କ ପାଖରେ ବେଶ ପରିଚିତ ଥିଲେ।

ଆପ୍ ଉପରେ ଆଖି !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୁଆଡେ ୧୦ ହଜାର କୋଟି ଟଙ୍କା ଦୁର୍ନୀତିରେ ବୁଡ଼ିଛନ୍ତି। ଆସନ୍ତାକାଲି ତାଙ୍କୁ ଗିରଫ କରାଯାଇ ପାରେ। ଏ ଖବର ପାଇବା ପରେ ଚିଇଁକି ଉଠିଛି ଆମ୍ ଆଦମୀ ପାର୍ଟି। ଆପ୍ ମୁଖପାତ୍ର କହିଛନ୍ତି, ଯଦି ନେତା ଗିରଫ ହେବେ ଦଳ ସେତେ ମଜବୁତ ହେବ।

ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ବା ଡିବିୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଉଦଘାଟନ ଅବସରରେ ଉପସ୍ଥିତ ଅଛନ୍ତି ।

ସିନେମା ଦୁନିଆରେ ଧୋନି

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)କ୍ରିକେଟ ପରେ ସିନେମା ଦୁନିଆରେ ପାଦ ରଖିଛନ୍ତି ଧୋନି ।ଖୁବଶୀଘ୍ର ସିଲଭର ଇଣ୍ଡଷ୍ଟ୍ରିରେ ପାଦ ରଖିବାକୁ ଯାଉଛନ୍ତି କ୍ୟାପଟେନ କୁଲ ମାହି ।ଧୋନୀ ଏଣ୍ଟରଟେନମେଣ୍ଟ ନାଁରେ ନିଜର ଏକ ପ୍ରଡକ୍ସନହାଉସ ରଖିଛନ୍ତି ।ମାହିଙ୍କ ଏହି ପ୍ରଡକ୍ସନହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ ।ଏଣିକି ରଜନୀକାନ୍ତ, ଧନୁଷ, ଜୁନିୟର ଏନଟିଆର ଓ ଥାଲାପତି ବିଜୟଙ୍କଭଳି ଷ୍ଟାରମାନଙ୍କ ସହ କାମକରିବେ ଟିମଇଣ୍ଡିଆର ବାହୁବଳୀ ।

ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାନେଇ ମୁଖ୍ୟବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କଲେ ସୁପାରିଶ ।ନଭେମ୍ବର୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ତମ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।ତାଙ୍କରକାର୍ଯ୍ୟକାଳ ୨ବର୍ଷରୁ ଅଧିକରହିବ ।ସେପଟେ କେନ୍ଦ୍ରସରକାରଙ୍କ ତରଫରୁ ଏନେଇ ଜଷ୍ଟିସଚନ୍ଦ୍ରଚୁଡଙ୍କ ମତ ମଗାଯାଇଥିବାବେଳେ ଏନେଇ କେନ୍ଦ୍ରସରକାରଙ୍କୁ ସକରାତ୍ମକ ଚିଠି ଲେଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ ।

ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ରାତିତମାମ ଶିକ୍ଷକନିଯୁକ୍ତି ଦୁର୍ନୀତି ବିଷୟରେ ଜେରା କରିବା ପରେ କେନ୍ଦ୍ରୀୟ ଏଜେନ୍‌ସି ତୃଣମୂଳ କଂଗ୍ରେସ’ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି।ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ପରେ ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ବିତୀୟ ହାଇ-ପ୍ରୋଫାଇଲ୍ ତୃଣମୂଳ କଂଗ୍ରେସ ବିଧାୟକ।

ଆଜି ଆରମ୍ଭ ହେବ ଫିଫା ମହିଳାବିଶ୍ୱକପ୍

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨।ଓଡିଶା ଓ ଗୋଆରେ ଟୁର୍ଣ୍ଣାମେଂଟ୍‌ର ଓପ୍‌ନିଙ୍ଗ ଗେମ୍ ଖେଳାଯିବ । ଆୟୋଜକରାଷ୍ଟ୍ର ଭାରତ ଆଜି ରାତି୮ଟାରେ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ୟୁଏସ୍‌ଏ ବିପକ୍ଷରେ ପଡିଆକୁ ଓହ୍ଲାଇବ।ସମସ୍ତ ୧୬ଟି ଅଂଶଗ୍ରହଣକାରୀଦଳ ଭେନ୍ୟୁରେ ପହଂଚିସାରିଛନ୍ତି ।ଏଥର ତାଞ୍ଜାନିଆ ପ୍ରଥମଥର ପାଇଁ ଫିଫା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛି ।

ମୁଲାୟମସିଂ ଯାଦବଙ୍କ ପରଲୋକ

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି।ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥୁଲେ ମୁଲାୟମ ସିଂ ଯାଦବ।୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ସକାଳ ୮ଟା ୧୬ରେ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ପରଲୋକ।ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ ମୁଲାୟମ ସିଂ ଯାଦବ।

ବଳ ଦେଖାଇବ ବାୟୁସେନା

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ଆଜି ୯୦ତମ ବାୟୁସେନା ଦିବସ ।ଏହି ଅବସରରେ ୮୦ରୁ ଅଧିକ ବାୟୁସେନା ଲଢ଼ୁଆ ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ୍‌ କରିବାକୁ ଥିବା ବେଳେ , ଅନେକ କିଛି ପ୍ରଥମଥର ହେବାକୁ ଯାଉଛି।୯୦ ବର୍ଷରେ ଭାରତୀୟ ବାୟୁସେନା ପଦାର୍ପଣ କରିଥିବାରୁ . ବିସ୍ମିତ କରିବେ ବାୟୁବୀର ।ବଳ ଦେଖାଇବ ବାୟୁସେନା ,ଚକିତ କରିବ ଲଢ଼ୁଆବିମାନ।

ଜଳିଗଲା ବସ

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ସକାଳୁସକାଳୁ ଅଘଟଣ ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌। ଯାହାଫଳରେ ଚାଲିଗଲା ୧୧ଜଣଙ୍କର ଜୀବନ ।ପ୍ରଥମେ ଟ୍ରକ୍‌କୁ ଧକ୍କା ଦେଲା ତା’ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ରର ନାସିକରେ ଏକ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।