Browsing category

ଦେଶ ବିଦେଶ

ଖୁବଶିଘ୍ର ସ୍କାଇବସ୍ ସର୍ଭିସ

ଭୁବନେଶ୍ୱର,୨୬/୭(ଏସ ଏସ ନିଉଜ)ଖୁବ ଶୀଘ୍ର ଦିଲ୍ଲୀ- ଗୁରୁଗ୍ରାମ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସ୍କାଇବସ୍ ସର୍ଭିସ ।ଏହାଦ୍ୱାରା ଟ୍ରାଫିକ ଜାମରୁ ମୁକ୍ତି ମିଳିବାନେଇ କହିଲେ ନିତିନଗଡକରୀ ।ଦିଲ୍ଲୀ ଓ ହରିୟାଣାର କିଛି ମନୋନୀତ ସ୍ଥାନରେ ଯାତାୟାତ ଓ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଏହି ସେବା ଆରମ୍ଭ କରି ପାରନ୍ତି ବୋଲି କହିଛନ୍ତି ନୀତିନ ଗଡକରୀ ।

୬୧ ଲକ୍ଷଟଙ୍କା ଛାଡ଼ କଲେ ସରକାର

ଭୁବନେଶ୍ୱର,୨୫/୭(ଏସ ଏସ ନିଉଜ)କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି। ୨୦୨୧ ଏପ୍ରିଲ୍ ୧୨ ତାରିଖ ଠାରୁ ୨୦୨୧ ନଭେମ୍ବର ୨୭ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ ଟି […]

ମନ୍ତ୍ରୀଙ୍କୁ ମେଡିକାଲ ଝଟକା

ଭୁବନେଶ୍ୱର,୨୫/୭(ଏସ ଏସ ନିଉଜ)ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଲାଗିଛି ମେଡିକାଲ ଝଟକା ।ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ ।ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କର୍ତ୍ତୃପକ୍ଷଙ୍କ ଏଭଳି ସୂଚନା ଦେଇଛନ୍ତି ।ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ।

ରଜନୀକାନ୍ତଙ୍କୁ ପୁରସ୍କୃତ କଲା ଆୟକର ବିଭାଗ

ଭୁବନେଶ୍ୱର,୨୫/୭(ଏସଏସନିଉଜ) ନିୟମିତ ଭାବେ ଆୟକର ଭରିବା ଓ ଆୟର କୌଣସି ଉତ୍ସକୁ ନ ଲୁଚାଇବା ଭଳି କାର‌୍ୟ୍ୟକୁ ଦେଖି ଚେନ୍ନାଇ ଆୟକର ବିଭାଗ ପକ୍ଷରୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ପୁରସ୍କୃତ କରାଯାଇଛି ।ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲ ସାଇ ଏହି ପୁରସ୍କାର ପ୍ରଦାନ କରିଥିଲେ ।ତେବେ ଏହି ପୁରସ୍କାର ସମାରୋ ହରେ ରଜନୀକାନ୍ତ ଅନୁପସ୍ଥିତ ରହିବାରୁ ତାଙ୍କ ଝିଅ ଐଶ୍ୱର‌୍ୟ୍ୟା ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ।

ଭିକି ଓ କ୍ୟାଟ୍‌ଙ୍କୁ ହତ୍ୟା ଧମକ

ଭୁବନେଶ୍ୱର,୨୫/୭(ଏସଏସନିଉଜ) ଅଭିନେତା ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ଆସିଛି ହତ୍ୟା ଧମକ । ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇ ପୋଷ୍ଟ୍ କରିବା ସହ ମେସେଜ୍ ବି କରୁଛି ବୋଲି ସେ ତାଙ୍କ ଅଭିଯୋଗରେ କହିଛନ୍ତି ।ସେ ଆହୁରି ବି ଲେôଖଛନ୍ତି ବ୍ୟକ୍ତି ଜଣକ କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଧମକ ଦେଉଛି। ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ରଜ୍ ପୁଲିସ୍ ଷ୍ଟେସନ୍‌କୁ ଆସିଥିଲେ। ଭିକି […]

ନନ୍ଦନକାନନରେ ବରିଷ୍ଟନାଗରିକଙ୍କୁ ର୍ଦୁବ୍ୟବହାର!

ବାରଙ୍ଗ୨୪/୭(ଏସଏସନିଉଜ) ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରିବା ଏବେ ନିତିଦିନିଆ ଘଟଣା ହୋଇଗଲାଣି ।ବିଶେଷକରି ଘରୋଇକରଣରେ ନେଇ ନନ୍ଦନକାନନରେ ବ୍ୟବସାୟ କରୁଥିବା ଠିକାସଂସ୍ଥା ମାନଙ୍କ ବିରୁଦ୍ଧରେ ଏଭଳି ବହୁ ଅଭିଯୋଗମାନ ଆସୁଥିବାର ଦେଖିବାକୁ ମିଳିଛି ।ଗତକିଛିଦିନ ତଳେ ସଫାରୀ କାଉଂଟରରେ ଠିକାସଂସ୍ଥାର କର୍ମଚାରୀମାନେ ମିଶି ପର୍ଯ୍ୟଟକମାନଙ୍କୁ ମରଣାମ୍‌କ ଆକ୍ରମଣ କରିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହାଦ୍ୱାରା ନନ୍ଦନକାନନକୁ ବଦନାମ ହେବାକୁ ପଡିଥିଲା ।ଏତେବଡ ଘଟଣା ପରେ ବି କେହି ଶିକ୍ଷା ଗ୍ରହଣ କରିପାରିନଥିବାଭଳି ମନେ ହେଉଛି […]

ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଠାବ

ଭୁବନେଶ୍ୱର,୨୪/୭(ଏସଏସନିଉଜ) ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଠାବ ହୋଇଛି ।୩୧ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି । ପଶ୍ଚିମ ଦିଲ୍ଲୀର ଏହି ବ୍ୟକ୍ତି ଖଘଔଚ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ନିକଟରେ ହିମାଚଳ ପ୍ରଦେଶରୁ ଫେରିଥିଲେ ।କିନ୍ତୁ ତାଙ୍କର କୌଣସି ବିଦେଶୀ ଭ୍ରମଣ ଇତିହାସ ନାହିଁ ବୋଲି ଜଣାପଡିଛି ।

ଦ୍ରୌପଦୀ ମୁର୍ମୁ ହେଲେ ଭାରତର ନୂଆ ରାଷ୍ଟ୍ରପତି

ଭୁବନେଶ୍ୱର,୨୧/୭(ଏସଏସନିଉଜ)ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡରେ ମୋଟ ୩୨୧୯ଟି ଭୋଟ ରହିଥିବା ବେଳେ ତା’ର ମୂଲ୍ୟ ୮ ଲକ୍ଷ ୩୮ ହଜାର ୮୩୯ ରହିଥିଲା । ଦ୍ରୌପଦୀଙ୍କୁ ମିଳିଥିବା […]

ନୂପୁରଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୯/୭(ଏସଏସନିଉଜ) ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ ।ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ । ଗିରଫଦାରିରୁ ସୁରକ୍ଷା ଓ ସବୁ ଏଫଆଇଆରକୁ ଦିଲ୍ଲୀକୁ ଆଣିବାକୁ ସେ ଆବେଦନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା

ଭୁବନେଶ୍ୱର,୧୯/୭(ଏସ ଏସ ନିଉଜ)ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା ଉପ ରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ମାର୍ଗାରେଟ୍ ଆଲ୍‌ଭା ।ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଆଲ୍‌ଭା।କାଲି ପ୍ରାର୍ଥିପତ୍ର ଦାଖଲ କରିଥିଲେ #NDA ପ୍ରାର୍ଥୀ ଜଗଦୀପ ଧନଖଡ୍।ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ହେବ ମତଦାନ ।