Browsing category

ଦେଶ ବିଦେଶ

ଡକ୍ଟେରେଟ ପାଇଲେ ଶିଳ୍ପପତି ଅର୍ଜ୍ଜୁନ ମହାରଣା

ବାରଙ୍ଗ,୧୮/୭(ଏସଏସନିଉଜ)ବାରଙ୍ଗଅଂଚଳର ଶିଳ୍ପପତି ଅର୍ଜ୍ଜୁନ ମହାରଣାଙ୍କୁ ରବିବାରଦିନଉତ୍ତର ଆମେରିକାର ଥିଓଫାନି ବିଶ୍ଵ ବିଦ୍ୟାଳୟ ତଫରୁ ଭୁବନେଶ୍ଵରର ପଟିଆ ସ୍ଥିତ ସ୍ମିଥ୍ ଉଦ୍ୟୋଗର ପରିଚାଳକ ଅର୍ଜୁନ ମହାରଣାଙ୍କୁ ଉତ୍ତମ ଗୁଣବତାର ଶୀଳ୍ପ ପରିଚାଳନା ପାଇଁ ସ୍ଵତନ୍ତ୍ର ଭାବେ ସମ୍ମାନଜନକ ପିଏଚଡି ପ୍ରଦାନ କରାଯାଇଛି । ଦିଲ୍ଲିର ଲୋଧି ରୋଡସ୍ଥିତ ଇଣ୍ଡିଆ ହାବିଟାଟ ସେଣ୍ଟର ପରିସରରେ ଆୟୋଜିତ ସମାରୋହରେ ଥିଓଫାନି ବିଶ୍ଵ ବିଦ୍ୟାଳୟର ଚୟନ କମିଟ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି  ଖବର ଜଣାପଡିବାପରେ ତାଙ୍କ ଗ୍ରାମ ଦାଢାପାଟଣାରେ […]

ନର୍ମଦା ନଦୀଗର୍ଭକୁ ଖସିଲା ବସ୍

ଭୁବନେଶ୍ୱର,୧୮/୭(ଏସଏସନିଉଜ) ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବସଟି ପ୍ରଥମେ ଖଲଘଟ ବ୍ରିଜ ସହ ଧକ୍କା ହୋଇଥିଲା ଓ ଏହାପରେ ୧୦୦ ଫୁଟ ଗଭୀର ନର୍ମଦା ନଦୀ ଗର୍ଭକୁ ଖସି ପଡ଼ିଥିଲା । ଖବର ପାଇ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।ବର୍ତମାନସୁଦ୍ଧା ୧୨ ଜଣଙ୍କ ଶବ […]

ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖଡ଼

ଭୁବନେଶ୍ୱର,୧୭/୭(ଏସ ଏସ ନିଉଜ)ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମାଙ୍କନ NDA ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରୁଛନ୍ତି ଧନଖଡ଼ ।ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ । କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ବଚସାରୁ ଛୁରାମାଡ

ଖଲ୍ଲିକୋଟ, ୧୫/୭(ଏସଏସନିଉଜ)ଚଳନ୍ତା ଟ୍ରେନରେ ଛୁରି ଭୁସି ଜଣକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ଅଭିଯୁକ୍ତକୁ ଧରି ଗଂଜାମ ପୋଲିସ ଜିମା ଦେଲା ଆର୍‌ପିଏଫ୍ ।ଉଭୟ ମୃତକ ଓ ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ହୋଇଥିବା ସୂଚନା ମିଳିଛି ।ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ଗଲା ବେଳେ ଉଭୟଙ୍କ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ସହ ଜଣେ ଅନ୍ୟ ଜଣଙ୍କୁ ଛୁରିରେ ଭୁସି ଦେଇଥିବାର ଜଣାପଡିଛି ।

ଅଟକିଗଲା କେବୁଲ କାର୍

ଭୁବନେଶ୍ୱର,୧୦/୭(ଏସଏସନିଉଜ) ତେହେରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ଯାଇଥିଲା ଟ୍ରଲି ।ଫଳରେ ୪୫ମିନଟ ପରେ ସୁରକ୍ଷିତଭାବେ ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି । ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର […]

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

ପୁରୀ,୯/୭(ଏସଏସନିଉଜ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ରଥଟଣା । ଗଜପତି ମହାରାଜ ଛେରାପହଁରା କରିବା ପରେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ଆରମ୍ଭ କରିଛନ୍ତି ।ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ତେବେ ପୁର୍ବ ନିର୍ଦ୍ଧାରିତ ସମୟ ପୁର୍ବରୁ ରତଟଣା ଆରମ୍ଭ ହୋଇଥିବାର ଜଣାପଡିଛି । ତେବେ ଜୁଲାଇ ୧୦ରେ ସୁନାବେଶ, ୧୧ରେ ଅଧରପଣା, ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।  

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଭୁବନେଶ୍ୱର,୮/୭(ଏସ ଏସ ନିଉଜ)ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୃତ।ଏକ ସଭାରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା।ନାରା ସହରରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା ।ସିଞ୍ଜୋ ଆବେଙ୍କ ପଛପଟୁ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା।ଜନସଭାକୁ ସମ୍ବୋଧନ କରିବା ସମୟରେ ହୋଇଥିଲା ଗୁଳିମାଡ ।

ନଈକୁ ଖସିପଡ଼ିଲା କାର୍‌

ଭୁବନେଶ୍ୱର,୮/୭(ଏସଏସନିଉଜ) ଢେଲ୍‌ବା ନଦୀର ପ୍ରଖର ସ୍ରୋତରେ ପଡ଼ି ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।ଡେରାଡୁନ୍‌: ପଞ୍ଜାବରୁ ୧୧ଜଣ ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ବେଲେ କାରଟି ନଦୀକୁ ଖସିପଡିଥିଲା । ଖବର ପାଇ ଉତ୍ତରଖଣ୍ଡ ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯଇଥିବାବେଳେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

ସିଲିଣ୍ଡର ପିଛା ବଢିଲା ୫୦

ନୂଆଦିଲ୍ଲୀ, ୬/୭(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରାଯାଇଛି । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି ।

ମୁମ୍ବାଇରେ ଅସମ୍ଭାଳ ବର୍ଷା

ଭୁବନେଶ୍ୱର,୫/୭(ଏସଏସନିଉଜ) ମୁମ୍ବାଇରେ ଅସମ୍ଭାଳ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମୁମ୍ବାଇର ଅଧିକାଂଶ ସହରରେ ବର୍ଷା ହୋଇ ଚାରିଆଡ଼ ଜଳମୟ ହୋଇଛି। ସହରର ଲୋକାଲ ଟ୍ରେନ୍ ଏକ୍ସପ୍ରେସ୍ ବି ଏହି ବର୍ଷା ହେତୁ ହେଲା ପ୍ରଭାବିତ ।ଉଦ୍ଧାର କାର‌୍ୟ୍ୟରେ ୫ ଏନଡିଆରଏଫ୍ ଟିମ୍ ସାମିଲ୍ ହୋଇଥିବାର ଜଣାପଡିଛି ।