ନର୍ମଦା ନଦୀଗର୍ଭକୁ ଖସିଲା ବସ୍

ଭୁବନେଶ୍ୱର,୧୮/୭(ଏସଏସନିଉଜ) ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବସଟି ପ୍ରଥମେ ଖଲଘଟ ବ୍ରିଜ ସହ ଧକ୍କା ହୋଇଥିଲା ଓ ଏହାପରେ ୧୦୦ ଫୁଟ ଗଭୀର ନର୍ମଦା ନଦୀ ଗର୍ଭକୁ ଖସି ପଡ଼ିଥିଲା । ଖବର ପାଇ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି ।ବର୍ତମାନସୁଦ୍ଧା ୧୨ ଜଣଙ୍କ ଶବ ନଦୀ ଗର୍ଭରୁ ଉଦ୍ଧାର କରାଯାଇଥିବାର ଜଣାପଡିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ।

 

Comments (0)
Add Comment