ଅଟକିଗଲା କେବୁଲ କାର୍

୪୫ମିନଟ ପରେ ଉଦ୍ଧାର ହେଲେ ବିଧାୟକଙ୍କ ସମେତ ୬୦ଯାତ୍ରୀ

ଭୁବନେଶ୍ୱର,୧୦/୭(ଏସଏସନିଉଜ) ତେହେରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ଯାଇଥିଲା ଟ୍ରଲି ।ଫଳରେ ୪୫ମିନଟ ପରେ ସୁରକ୍ଷିତଭାବେ ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି । ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର ଉପାଧ୍ୟାୟ କହିଛନ୍ତି ଯେ ମଧ୍ୟଭାଗରେ ରୋପୱେ ଅଟକିଯିବା ଏକ ଗୁରୁତର ପ୍ରସଙ୍ଗ। ଆମେ କାହାର ଜୀବନକୁ ବିପଦରେ ପକାଇ ପାରିବୁ ନାହିଁ। ମୁଁ ରୋପୱେ ଅପରେଟର ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିବି। ଏଥିସହ ସେ କହିଛନ୍ତି ଯେ, ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେନେଇ ପ୍ରଶାସନ ନିଶ୍ଚିତ କରିବା ଉଚିତ ବୋଲି କହିଛନ୍ତି ।

Comments (0)
Add Comment