Browsing category

ଦେଶ ବିଦେଶ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଏହି ସବସିଡି କେବଳ ୧୨ଟି ସିଲିଣ୍ଡର ପର‌୍ୟ୍ୟନ୍ତ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ସବସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନେ ପାଇପାରିବେ । ପ୍ରତ୍ୟେକ ଲାଭାର୍ଥୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ପାଇବେ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ […]

ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି

କଟକ,୨୦/୫(ଏସଏସନିଉଜ) ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ରାଜ୍ୟରେ ସଂକ୍ରମଣ କମିଥିବାରୁ ବିନା କୋଭିଡ଼ ପ୍ରୋଟୋକଲରେ ଦର୍ଶକମାନେ ମ୍ୟାଚ୍ ଦେଖିପାରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ଜୁନ ୧ ରେ ଅନଲାଇନ୍ ଟିକେଟ ଓ ଜୁନ୍ ୯ ଓ ୧୦ ତାରିଖ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଯାଉଛି । ଟିକେଟ ବିକ୍ରି ବେଳେ ଶୃଙ୍ଖଳା ଉପରେ ଓ ଅନଲାଇନ୍ ଟିକେଟ ଚିଟିଂ ରୋକିବା ଉପରେ ପୋଲିସ ନଜର […]

ଉଡାଣ ପୂର୍ବରୁ ଜଳିଗଲା ବିମାନ

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ)ଉଡାଣ ପୂର୍ବରୁ ବିମାନ ବନ୍ଦରରେ ଜଳିଗଲା ବିମାନ । ଚୀନର ଚୁଙ୍ଗଚିଙ୍ଗ୍ ବିମାନ ବନ୍ଦରରେ ତିବ୍ବତ୍ ଏୟାରଲା ଇନସର ଏକ ବିମାନଟି ଜଳିଯାଇଛି । ୧୧୩ ଜଣ ଯାତ୍ରୀ ଓ ୯ଜଣ କ୍ରୁ ମେମ୍ବରକୁ ନେଇ ତିବ୍ବତ୍ ଏୟାରଲାଇନସର ବିମାନଟି ରନେୱେରେ ଯାଉଥିବା ବେଳେ ହଠାତ୍ ଖସି ଯାଇଥିଲା ।

ପଞ୍ଜାବ ପୁଲିସକୁ ବଡ଼ ସଫଳତା

ଭୁବନେଶ୍ୱର,୮/୫(ଏସ ଏସ ନିଉଜ)ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି ।ଭାରତ- ପାକିସ୍ତାନ ନିକଟରୁ ସାଢେ ୩ କିଲୋ ଆରଡିଏକ୍ସ ଜବତ କରିଛି ପୁଲିସ୍ । ପଞ୍ଜାବକୁ ଦୋହଲାଇବା ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ଜଣାପଡିଛି ।

ଆଳୁ କିଲୋ ୩୮୦ ଟଙ୍କା

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାପରେ ନ୍ୟତ୍ୟବ୍ୟବହାର‌୍ୟ୍ୟ ସାମଗ୍ରୀ ଠିକଭାବେ ମିଳୁନାହିଁ ।ଯାହାବି ମିଳୁଛି ଆଶାଠାରୁ ଅଧିକ ମୁଲ୍ୟ ରହିଛି । ଆଳୁ କିଲୋ ୩୮୦ ଟଙ୍କା ଓ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା ରହିଛି । ଦୈନିକ ପେଟ୍ରୋଲ-ଡିଜେଲର ଅଭାବ ପରିଲକ୍ଷିତ ହୋଇଛି । ଭୀଷଣ ଆର୍ଥିକ ସଙ୍କଟର କଠିନ ପରିସ୍ଥିତିକୁ ସାମ୍ନା କରୁଛି ଦେଶ । ଆର୍ଥିକ ସଙ୍କଟ କାରଣରୁ ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । […]

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ମୁମ୍ବାଇ ସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ନିଆଁ ଲିଭାଇବାକୁ ୮ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ତେବେ ମୃତାହତ ନେଇ କୈାଣସି ସୂଚନା ଅଦ୍ୟାବଧି ଆସିନାହିଁ ।

ଦାୟିତ୍ୱ ନେଲେ ଆଇପିଏସ୍‌ ଅରୁଣ ବୋଥ୍ରା

ଭୁବନେଶ୍ୱର,୬-୫(ଏସ ଏସ ନିଉଜ)କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚ୍‌ର ଆଇପିଏସ ଅରୁଣ ବୋଥ୍ରା ।ଅରୁଣ ବୋଥ୍ରା କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ ଗ୍ରହଣ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ହନ୍ତାନ୍ତର କରିଛନ୍ତି ।

ଦର୍ଶନ ଦେଲେ ବାବା କେଦାରନାଥ

ଭୁବନେଶ୍ୱର,୬/୫(ଏସ ଏସ ନିଉଜ) କେଦାରନାଥ ଧାମ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ।ବାବାଙ୍କ ମନ୍ଦିର ୧୫ କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି।ବାବାଙ୍କ ଦର୍ଶନ ପାଇଁ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମନ୍ଦିର ଖୋଲିବା ବେଳେ ଉପସ୍ଥିତ ଥିଲେ।

ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ପୁରୀ,୫/୫(ଏସ ଏସ ନିଉଜ)ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ହେବ ରଥଯାତ୍ରା । ଏନେଇରଥଯାତ୍ରା ପ୍ରସ୍ତୁତି ବୈଠକରେ ସବୁଜ ସଙ୍କେତ ମିଳିଛି ।ଯଦି କୋଭିଡ ସ୍ଥିତି ବଢେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ ବୋଲି ନିସ୍ପତି ହୋଇଥିବାର ଜଣାପଡିଛି ।ତେବେ ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । କୋଭିଡ ସ୍ଥିତିକୁ ଦେଖି ୨ପ୍ରକାର ବ୍ୟବସ୍ଥା କରାଯାଇଛି ।ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତଙ୍କ […]

୩୬ ଇଞ୍ଚର ବରକୁ ୩୪ ଇଞ୍ଚର କନ୍ୟା

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ବରର ଉଚ୍ଚତା ୩୬ ଇଞ୍ଚ ଓ କନ୍ୟାର ଉଚ୍ଚତା୩୪ ଇଞ୍ଚ ।କନ୍ୟାର ବୟସ ୨୪ ଓ ନା ମମତା କୁମାରୀ ହୋଇଥିବା ବେଳେ ବରର ବୟସ ୨୬ ଓ ନାଁ ମୁନ୍ନା ।ଏହି ଦୁଇଜଣଙ୍କର ବିବାହ ହୋଇ ଯାଇଛି ।ବିହାରର ଭାଗଲପୁରରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି ।