Browsing category

ଦେଶ ବିଦେଶ

ସୋନିଆ ରାହୁଲଙ୍କୁ ଇଡି ନୋଟିସ !

ଭୁବନେଶ୍ୱର,୧/୫(ଏସ ଏସ ନିଉଜ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜରିକରିଛି ।ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି ନୋଟିସ କରୁଥିବାର ଚର୍ଚ୍ଚା ଧରୁଛି ।ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ନୋଟିସ କଲା ଇଡି ।ସୋନିଆ, ରାହୁଲଙ୍କୁ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ଚାଲିଛି ।

କମର୍ସିଆଲ ଗ୍ୟାସ୍ ଦର କମିଲା

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର।୧୯ କିଲୋ LPG ସିଲିଣ୍ଡର ୧୩୫ ଟଙ୍କା କମ୍ ହେଲା ।ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନଥିବାବେଳେ ନୂଆ ସିଲିଣ୍ଡର ଦର ଆଜି ଠାରୁ ଲାଗୁ ହେବ ବୋଲି ଜଣାପଡିଛି ।

ଚାଷୀଙ୍କୁ ମିଳିଲା ପିଏମ କିଷାନ କିସ୍ତି

ଭୁବନେଶ୍ୱର,୩୧/୫(ଏସଏସନିଉଜ)ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୧ ହଜାର କୋଟି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସିମଲାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।ଏହିଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦିଙ୍କ ଉଦବୋଧନ ଦେଇ ଗତ ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନି। ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି। ଭାରତବାସୀଙ୍କୁ […]

ଦୋହଲିଲା ଦିଲ୍ଲୀ

ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ପ୍ରବଳ ପବନ ଓ ଝଡ ବର୍ଷାରେ ଦିଲ୍ଲୀ ଦୋହଲିଗଲାସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି।ଫଳରେ ପ୍ରବଳ ବର୍ଷା ସାଙ୍ଗକୁ ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି ।ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି। ଯାହାଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି। ସେପଟେ ଓସ୍ତ ଗଛ ପଡି ଜଣେ ୬୫ ବର୍ଷୀୟା ବୃଦ୍ଧା ଓ ଘର ବାଲକୋନିର […]

୧ରୁ ଅନଲାଇନ ଟିକେଟ ବୁକିଂ

କଟକ,୩୦/୫(ଏସ ଏସ ନିଉଜ)କଟକ ବାରବାଟିରେ ହେବାକୁ ଥିବା ଟି -୨୦ ମ୍ୟାଚ ପାଇଁ ୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ଅନଲାଇନ୍ ଟିକେଟ ବୁକିଂ ।୮ ତାରିଖ ଦିନ ଟିକେଟ ରିଡେମ୍ପସନ୍ କାଉଣ୍ଟରରୁ ସଂଗ୍ରହ କରିପାରିବେ ଦର୍ଶକ । ଅନଲାଇନ୍ ରେ ସମୁଦାୟ ୫ ହଜାର ଟିକେଟ ଉପଲବ୍ଧ ରହିବାସହ ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ନେଇପାରିବ ବୋଲି ଜଣାପଡିଛି ।

ଖାଇବା ତେଲ ଦାମ୍ ଶସ୍ତା ହୋଇପାରେ

ଭୁୁବନେଶ୍ୱର,୨୫/୫(ଏସଏସନିୟୁଜ) ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି   ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। ସୋୟାବିନ୍ ଓ ସୂର୍ଯ୍ୟମୁଖି  ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର‌୍ୟ୍ୟମୁଖି ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।

ସଫାରୀ କର୍ମଚାରୀଙ୍କ ଦାଦାଗିରି , ପର୍ଯ୍ୟଟକଙ୍କୁ ଛେଚିଲେ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନ ରେ ଘରୋଇକରଣରେ ଦିଆଯାଇଥିବା ସଫାରୀକୁ ନେଇ ଏବେ ବିବାଦ ଛାଡୁନାହିଁ ।ଟେଣ୍ଡର ସମୟରେ ହୋଇଥିବା ସର୍ତକୁ ଖିଲାପ କରି ବିନାକାଗଜପତ୍ରରେ ବିପଦସଂକୁଳ ଅବସ୍ଥାରେ ଚାଲୁଥିବା ବସରେ ପର୍ଯ୍ୟଟକ ମାନଙ୍କୁ ନେଇ ଯାତ୍ରାକରିବା ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାରଦିନ ପର୍ଯ୍ୟଟକ ମାନଙ୍କୁ ମରଣାତ୍ମ‌କ ଆକ୍ରମଣ କରିବା ଘଟଣା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକଶ ଯେ,ରବିବାର ଦିନ ଛତିଶଗଡ ରାୟପୁର ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସି ସଫାରୀରେ ବୁଲିବାପାଇଁ ଅପରାହ୍ନ ସୁଦ୍ଧା ସଫାରୀ […]

ବାରାକ୍ ନମ୍ବର ୧୦ରେ ସିଦ୍ଧୁ

ଭୁୁବନେଶ୍ୱର,୨୨/୫(ଏସଏସନିଉଜ) ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ଅନ୍ୟ ୮ କଏଦୀଙ୍କ ସହ କଂଗ୍ରେସର ନବଜୋତ ସିଂହ ସିନ୍ଧୁଙ୍କ ଦିନ କଟୁଛି । ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା ।ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଖାଇନଥିଲେ । କେବଳ ସାଲାଡ ଓ ଫଲ ଖାଇଥିଲେ ।

ବିବାହ ଉସ୍‌ବ ଥିଲା ଜୀବନର ଶେଷ ସମୟ

ଭୁବନେଶ୍ୱର,୨୨/୫(ଏସଏସନିଉଜ) ବିବାହ ଉସ୍‌ବରେ ଯୋଗ ଦେଇ ଫେରୁଥିଲେ ।କିଏ ଜାଣିଥିଲା ସେମାନ୮୍‌କ ଜୀବନ ଚାଲିଯିବ ଓ ଆଉ ଘରକୁ ଜିବିତ ଅବସ୍ଥାରେ ଯାଇପାରିବେନାହିଁ ।ଏହିଭଳି ଏକ ଦୁଃଖଦ ଦୁର୍ଘଟଣା ଆଜି ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଦେଇ ପଡ଼ିଥିବା ‌ନୌଗଡ଼-ବାଂସି ରାସ୍ତା ପାର୍ଶ୍ବରେ ଘଟିଛି ।ରାସ୍ତା ପାର୍ଶ୍ବରେ ଥିବା ଟ୍ରେଲର୍ ଟ୍ରକ୍ ସହିତ ବୋଲେରୋ କାର୍ ଆସି ଧକ୍କା ଦେବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି।୧୧ଜଣଙ୍କୁନେଇ ବୋଲୋରୋଟି ଫେରୁଥିବାବେଳେ ଚାଳକର ଆଖି ଲାଗିଯିବାରୁ […]

କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହ୍ରାସ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ରସରକାର ।ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ କରାଯିବ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହେବ ଏହା ଫଳରେ ପେଟ୍ରୋଲ ଦର ଲିଟର […]