Browsing category

ଓଡ଼ିଶା

ନନ୍ଦନକାନନରେ ବାରସିଂଘା ମୃତ୍ୟୁ

ବାରଙ୍ଗ,୨।୧୨(ଏସଏସନିଉଜ) ନନ୍ଦନକାନନରେ ପଡିଛି ଶନିଦଶା । ଗତ କିଛି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମୃତ୍ୟୁ ହୋଇଛି । ଆଉ କେତେକ ଅସୁସ୍ଥ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଦିନ ଗାଡ଼ ଭାଲୁ ମୃତ୍ୟୁ ପରେ ଜଳହସ୍ଥି ମୃତ୍ୟୁ ପୁଣି ଶନିବାର ଦିନ ଆଖିବୁଜିଲା ଅଣ୍ଡିରା ବାରସିଂହା । ୩୯ ନମ୍ୱର ଏନକ୍ଲୋଜର ରେ ରହୁଥିବା ବାରାସିଂଙ୍ଘା ନିଜ ନିଜ […]

ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ପାଳନ ହେଲା ଏଡ୍ସ ଦିବସ

ବାରଙ୍ଗ,୨।୧୨(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଙ୍କ ଦ୍ୱାରା ଅନ୍ତର୍ଜାତୀୟ ଏଡ୍ସ ଦିବସ ପାଳନ ହୋଇଯାଇଛି।ସମନ୍ୱିତ ଯୁବ ବିକାଶ କାର‌୍ୟ୍ୟକ୍ରମ କମିଟି ଦ୍ୱାରା ଆୟୋଜିତ ଏହି ସଚେତନତା କାଯ୍ୟକ୍ରମ ରେ ମହାବିଦ୍ୟାଳୟ ଅଧକ୍ଷ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କର ଏଡ୍ସ ବ୍ୟାଧିର ଭୟବହାତ ଉପରେ ଆଲୋକ ପାତକରିଥିଲେ।ଏହି କାର‌୍ୟ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ସ୍ଥାନିଅ ଅଂଚଳ ରେ ପ୍ଲାକାଡ ଧରି ରାଲିରେ ଯାଇ ଲୋକମାନଙ୍କୁ ସଚେତନତା […]

ରାଲିରେ ଗୋଡ଼ାଇ ବିନ୍ଧିଲେ ମହୁମାଛି

ଉମରକୋଟ,୧।୧୨(ଏସଏସନିଉଜ)ରାଲି ବେଳେ ଗୋଡ଼ାଇ ବିନ୍ଧିଲେ ମହୁମାଛି।ବିଜେପିର ରାଇଘରବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ କରିଥିଲା। ପ୍ରାୟ ୫୦ କର୍ମୀଙ୍କୁ ଗୋଡ଼ାଇ କାମୁଡ଼ିଲେ ଯାହା ଫଳରେ ୧୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ବ୍ଲକ ଘେରାଉ ବେଳେ ଅଘଟଣ ଘଟିଥିଲା।ମହୁମାଛି ଆକ୍ରମଣରେ ୪/୫ ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଥିବାର ଜଣାପଡିଛି।

ଅଧା ରହିଗଲା ତାରିଣୀଦର୍ଶନ

  ଘଟଗାଁ,୧।୧୨(ଏସଏସନିଉଜ) ତାରିଣୀଦର୍ଶନ ପାଇଁ ଯାଉଥିବାବେଳେ ଚାଲିଗଲା ୮ଜଣଙ୍କ ଜୀବନ।ଅଧା ରହିଗଲା ମାଙ୍କ ମଙ୍ଗଳଆଳତି ଦର୍ଶନ।ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।୮ଜଣ ପ୍ରାଣହରାଇଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଡ୍ରାଇଭର୍ ଫେରାର ହୋଇଯାଇଛି। ପ୍ରକାଶଯେ, ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଏକ […]

ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା

ବାରଙ୍ଗ,୩୦ା୧୧(ଏସଏସନିଉଜ)ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ।ଯାହାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି । ଚଳିତ ମାସ ୨୮ ତାରିଖ ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଉଦ୍ଧାର ହୋଇ ଆସିଥିବା ଗାଡ଼ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ପୁଣି ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ଦିନ ୨ଟା ସମୟରେ ଅସୁସ୍ଥ ଥିବା ଅଣ୍ଡିରା ଜଳହସ୍ତି ମୃତୁ ବରଣ କରିଛି । ସୂଚନା ଯୋଗ୍ୟ ଯେ , ପ୍ରାଣୀ ଉଦ୍ୟାନର ୬୨ ଏନକ୍ଲୋଜରରେ ରହୁଥିବା ଜଳହସ୍ତିଟି […]

ଛାତଡେଇଁ ଚମ୍ପଟ୍‌ ମାରିଲେ ଜେଇ

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ।ସୁନୀଲଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌ ଚାଲିଛି। ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚାଲିଛି ରେଡ୍‌।ଭିଜିଲାନ୍ସ ରେଡ୍‌ ବେଳେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଲେ ଜେଇ। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଖସିଗଲେ। ଜେଇ ସୁନୀଲ ପାଢ଼ୀ ଘର ଛାତକୁ ଯାଇ ପଡ଼ିଶା ଛାତକୁ […]

ଦେଖାଗଲା କଳାବାଘ

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳାବାଘ।ପ୍ରଥମ ଥର ପାଇଁ ଟ୍ରାପ୍‌ କ୍ୟାମେରାରେ ଦେଖାଗଲା କଳାବାଘ।ଟ୍ୱିଟ ରେ ସୂଚନା ଦେଲେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ।ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖାଯାଇଥିଲା।

ଡିସେମ୍ବର ୨ରେ ବାତ୍ୟା!

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧାବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ପାଇଁ ସତର୍କତା ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା , ପୁରୀ , ଗଞ୍ଜାମ , ଭଦ୍ରକ , ବାଲେଶ୍ଵର , କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର।

ଆୟୁର୍ବେଦରେ ସର୍ପାଘାତର ଉପଚାର

ବାରଙ୍ଗ,୨୪।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଆୟୁର୍ବେଦରେ ସର୍ପାଘାତ ଉପଚାର ଶୀର୍ଷକୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଦୀପା ବିନୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ସେମିନାରରେ ରାଜ୍ୟ ବାହାରୁ ଆଭାସି ମାଧ୍ୟମରେ ୧୧ଟି ଗବେଷଣା ତ୍ମକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଏହି ସେମିନାରରେ ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଦୁର୍ଗାପ୍ରସାଦ […]