Browsing category

ଓଡ଼ିଶା

କାର‌ଭିତରେ କାର‌ମାଲିକଙ୍କ ମୃତଦେହ

ଆସିକା,୨୩।୧୧(ଏସଏସନିଉଜ) କାର୍‌ ଭିତରୁ କାର୍‌ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।ହିଞ୍ଜିଳିଥାନା ସାଁପୁର ଗାଁରେ କାର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ନିଜ କାର୍‌ ଭିତରେ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ହିଞ୍ଜିଳି ଥାନା ପୋଲିସର ତଦନ୍ତ ଜାରି ରଖିଛି।

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।

ବାପା ସାପଲଗେଇ ମାଆ ଝିଅଙ୍କୁ ମାରିଛି!

ପୋଲସରା,୨୩।୧୧(ଏସଏସନିଉଜ) ଘରେ ସର୍ପାଘାତରେ ମା ଓ ଝିଅର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।ବାପା ସାପ ଲଗେଇ ମାଆଝିଅଙ୍କୁ ମାରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।ନିଜେ ବାପା ଘରକୁ ସାପ ଆଣି ମାଆଝିଅଙ୍କୁ ମାରିଥିବା ସୂଚନା ମିଳିଛି।ପତ୍ନୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗରେ କେ. ଗଣେଶ ପାତ୍ରଙ୍କୁ ଗିରଫ କରିଛି ପୋଲିସ।ଗତ ଅକ୍ଟୋବର ୭ରେ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ ହତ୍ୟା ଘଟିଥିଲା।

ହଠାତ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକସଂଘ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ହଠାତ୍‌ ସାରା ରାଜ୍ୟରେ ବସ୍‌ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକ ସଂଘ।ରାଜ୍ୟ ଘରୋଇବସ୍‌ ମାଲିକସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ,କାଲି ଦାବିପୂରଣ ପାଇଁ ବିଧାନସଭା ଘେରାଉ କରିଥିଲୁ।କାଲି ଦିନତମାମ ସାରାରାଜ୍ୟରେ ବସ୍‌ କାଗଜପତ୍ର ଯାଞ୍ଚ ହୋଇଥିଲା। ଭାବୁଛୁ କିଛି ବ୍ୟୁରୋକ୍ରାଟ ବୋଧେ କହିଛନ୍ତି ଏମିତି ଡରାଇଲେ ଆମେ ଓହରିଯିବୁ।କିନ୍ତୁ ସେମାନେ ଜାଣିବା ଉଚିତ ଆକ୍ସନ ନେଲେ ରିଆକ୍ସନ ବଢ଼ିବ।ସରକାର ଯେତେ ଆକ୍ସନ ନେବେ ,ମାଲିକମାନେ ସେତେ ଏକତ୍ରିତ ହେବେ।ପୋଲିସ ଫୋନ୍‌ କଲେ ମାଲିକ ଡରୁଥିଲେ , ଏବେ […]

ଚଢ଼ିଗଲା ଘରୋଇବସ୍ 

  ଭଦ୍ରକ,୨୨ା୧୧(ଏସଏସନିଉଜ) ଅଗରପଡ଼ା ବିଶଲପଟା ଗ୍ରାମରକନକଲତା ଦାସ(୫୫) ନାମକ ମହିଳାଙ୍କ ଉପରେ ବନ୍ତ ଛକରେ ଏକ ଘରୋଇ ବସ ଚଢିଯିବାରୁ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ଥ ବସ ଓ ଚାଳକକୁ ଅଟକ ରଖିଛି ।ସେହିଭଳିଭାବେ ଏକ ପାଗଳଷଣ୍ଢ ପାଇଁ ଚରମ୍ପା୍ ପଥରଆଡ଼ିର ଶାନ୍ତିଲତା ପଣ୍ଡା(୪୫)ଙ୍କ ଜୀବନ ଚାଲିଯାଇଛି ।ସବୁଦିନଭଳି ଚରମ୍ପା ହାପି ହୋମ ସ୍କୁଲ ନିକଟରେ ସ୍ଥାନୀୟ ବାସିନ୍ଦା ଶାନ୍ତିଲତା ପଣ୍ଡା ଆଜି ସକାଳେ ମର୍ଣ୍ଣିଙ୍ଗୱାକ୍ ସହ ଫୁଲ ତୋଳିବାକୁ ଆସିଥିଲେ ।ଏହି […]

ଭିକାରିମୁକ୍ତ ପାଇଁ ପଦକ୍ଷେପ ନେବ ବିଏମସି

ଭୁବନେଶ୍ୱର,୨୨ା୧୧(ଏସଏସନିଉଜ) ବିଏମ୍‌ସି ଅଧୀନ ଟ୍ରାଫିକ୍ ପୋଷ୍ଟ ନିକଟରେ ଆଉ ଭିକାରୀମାନଙ୍କୁ ଆଉ ଦେଖିବାକୁ ମିଳିବନି ।ପେନ୍‌, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଆଉ ଟ୍ରାଫିକ୍ ସିଗନାଲ୍ ପାଖରେ ରହିପାରିବେ ନାହିଁ।ଏହାକୁ ନମାନି କୈାଣସି ଭିକାରୀ ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ବିଏମସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।

ଜାନୁଆରି୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ଧନୁଯାତ୍ରା

ବରଗଡ଼,୨୨ା୧୧(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରି ୧୫ ତାରିଖରୁ ଆୟୋଜନ ହେବାକୁଯାଉଛି। ଏଥି ନିମନ୍ତେ ବୁଧବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ସରିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି ।ତେବେ କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ଏହାକୁନେଇ ପ୍ରବଳ ହଟଗୋଳ ଓ ଉତେଜନା ଦେଖାଦେଇଥିଲା ।

ସାକ୍ଷୀଗୋପାଳଙ୍କ ଦର୍ଶନସାରି ଫେରିବାବାଟରେ ଚାଲିଗଲା ଜୀବନ

ଜଗତପୁର,୨୨ା୧୧(ଏସଏସନିଉଜ) ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଇକ୍ ଆରୋହୀ ଦଂପତିଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ତାର ବାପା- ଅନିରୁଦ୍ଧ ଜେନା (୪୦) ଓ ମା ରିତାଲି ଜେନା (୩୫) ଙ୍କର ମୃତ୍ୟୁ ହୋଇଛି। ମୃତ ଅନିରୁଦ୍ଧଙ୍କ ଘର କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମରେ ।ଅନିରୁଦ୍ଧ ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ […]

ଠକିଦେଲେ ଜମିବେପାରୀ

ବାରଙ୍ଗ,୨୨ା୧୧(ଏସଏସନିଉଜ)ଜମିଯୋଗଦେଇବାକୁ କହି ୨୦ଲକ୍ଷ ନେଇ ଜମିନଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ବୁଧବାରଦିନ ଜଣେ ଜମିବେପାରୀକୁ ଗିରଫ କରି କୋର୍ଟଚାଳଣ କରିଛି ।ଜମିବେପାରୀ ଜଣଙ୍କ ହେଉଛନ୍ତି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗ୍ରାମର ଶିଖରଚଣ୍ଡିସାହିର ଆଲୋକକୁମାରରାଉତ(୪୩) । ପ୍ରକାସ ଯେ,ଆଲୋକ ରଘୁନାଥପୁର ଗାଁ ମୁଣ୍ଡରେ ଏକ ଜମିବେପାର କାର୍ଯ୍ୟାଳୟ କରି ପ୍ଲଟିଂକରି ଜମିବେପାର କରୁଛନ୍ତି । ସରୋଜ କୁମାର ରାଉତ ନାମକ ବ୍ୟକ୍ତି ଜମିକିଣିବା ଉଦ୍ଦେଶ୍ୟରେ ଆଲୋକ ସହ ଯୋଗାଯୋଗ କରିଥିଲେ ।ପରେ ଆଲୋକ ତାଙ୍କୁ ଏକ ଜମି ଦେଖାଇବା […]

ଅଧା ରହିଲା ଜଗାଦର୍ଶନ

ଯାଜପୁର,୨୧ା୧୧(ଏସଏସନିଉଜ) ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଅଟୋରେ ଯାଉଥିବାବେଳେ ଅଜଣାଗାଡିଧକ୍କାରେ ୨ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି ।ଏହିଭଳି ଘଟଣା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି । ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ୧୦ ଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟରେ ଭୋର ୪ଟା ଏହି ଦୁର୍ଘଟଣା ଘଟିଛି ।ଏଥିରେ ବିଷମ କଟକ ଅଞ୍ଚଳର ୧୧ବର୍ଷ ନାବାଳକ ଶିବେନ୍ଦ୍ର ମହାପାତ୍ର ଓ […]