Browsing category

ଓଡ଼ିଶା

ସ୍ୱତନ୍ତ ଫଳଚାଷ ତାଲିମ ଶିବିର

ମେଣ୍ଢାଶାଳ,୧୩ା୯(ଲିଙ୍ଗରାଜରାଉତ)ବୁଧବାର ସନ୍ଧ୍ୟାରେ ଡେରାଶଫାର୍ମସ୍ଥିତ ଉଦ୍ୟାନଉକ୍ତ୍‌ର୍ଷକେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ନିଦ୍ଧିଷ୍ଟ ଫଳଚାଷ ସମ୍ଭଦ୍ଧୀୟ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିପ୍ରଶିକ୍ଷଣ ଶିବିରରେ ଉଦ୍ୟାନବିଭାଗ ନିର୍ଦ୍ଦେଶକ ରୋହିତକୁମାଲେଙ୍କା ପୈାରହିତ୍ୟ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ.ଶକ୍ତିଭେଲ, ଡ.ମହେଶକୁମାରଧାକର, ଦୀପାସାମନ୍ତ ପ୍ରମୁଖ ଯୋଗଦେଇ ବିଭିର୍ଣ ଫଳଚାଷ ଉପରେ ପ୍ରଶିକ୍ଷଣ ଦେଇଥିଲେ ।ଉଦ୍ୟାନକୃଷିନିର୍ଦ୍ଦେଶାଳୟ ମାଧ୍ୟମରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ଚିତରଞନସାହୁ ସ୍ୱାଗତଭାଷଣ ଦେଇଥିବାବେଳେ ଉପନିର୍ଦ୍ଦେଶକ ଗୈାରଙ୍ଗ ଚରଣସ୍ୱାଇଁ ଧନ୍ୟବାଦ ଦେଇଥିଲେ ।ଏଥିରେ ୧୫୦ଜଣଚାଷୀଙ୍କୁ ସ୍ୱତନ୍ତ୍ର ଫଳଚାଷ ଉପରେ ପ୍ରଶିକ୍ଷଣ […]

ଟିଉବରେ ରୋଗୀକୁବସାଇ ନଦୀପାର

ଫୁଲବାଣୀ,୧୩ା୯(ଏସଏସନିଉଜ)ଗାଁ କୁ ଆସିପାରିଲାନାହିଁ ଆମ୍ବୁଲାନ୍ସାବାଧ୍ୟହୋଇ ରୋଗୀକୁ ଟିଉବରେ ବସେଇ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାରହେବାକୁ ପଡିଛି । କନ୍ଧମାଳଜିଲ୍ଲା ନୂଆଗାଁବ୍ଲକ୍ ର ମହାସିଙ୍ଗ ଗ୍ରାମପଞ୍ଚାୟତର କୁବେର ମୁଣ୍ଡାଗାଁମୁଣ୍ଡରେ ରହିଛି ଖଡ୍ଗ ନଦୀ ।ନଦୀପାରହେବାପାଇଁ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା ।ଫଳରେ କୁବେର ମୁଣ୍ଡାଗାଁର ଚାରିଦିନଧରି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ଥିବା ଆନନ୍ତିପ୍ରଧାନ ନାମକ ମହିଳାଙ୍କୁ ତାଙ୍କ ପରିବାରଲୋକ ଟିଉବରେ ବସେଇ ବିପଦ ସଙ୍କୁଳ ଅବସ୍ଥାରେ ଖଡ୍ଗ ନଦୀକୁ ପାରକରିଥିଲେ ।ଏହଭଳିି ଅଭାବନୀୟ ଘଟଣା ସୋସିଆଲମିଡିଆରେ ଚର୍ଚ୍ଚା […]

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମୟୂରଭଞ୍ଜ, ୧୩ା୯(ଏସଏସନିଉଜ) ବହଳଦାବ୍ଲକର ବଡ଼ପଳସାଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମହିଳାସରପଞ୍ଚଙ୍କୁ ୫ଘଣ୍ଟାଧରି ପଞ୍ଚାୟତବାସୀ ତାଲା ପକାଇରଖିଥିଲେ ।ଏହି ପଞ୍ଚାୟତ ଅଧିନରେ ଥିବା ବିଭିର୍ଣଗ୍ରାମଗୁଡିକର ରାସ୍ତାଘାଟ ବିପଦପୂର୍ଣ୍ଣ ଅବସ୍ଥାରେ ରହି ଗମନାଗମନରେ ଅନୁପଯୁକ୍ତ ପାଲଟିଛି । ପଞ୍ଚାୟତବାସୀ ବହୁବାର ଅଭିଯୋଗ ସତ୍ୱେ ସ୍ଥାୟୀପ୍ରତିକାରପାଇଁ କେହି ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ କରି ପାଖାପାଖି ୫ ଘଣ୍ଟା କାଳ ବଡ଼ପଳସା ଗ୍ରାମପଞ୍ଚାୟତର ସରପଞ୍ଚ ଗୀତାରାଣୀ ହେମ୍ବ୍ରମଙ୍କୁ ପଞ୍ଚାୟତକାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ।ଖବରପାଇ ପୁଲିସ ଏସଡିପିଓ, ବହଳଦା ତହସିଲଦାର ଓ ବହଳଦା ଅତିରିକ୍ତ ବିଡିଓ […]

ପୋଲିସକର୍ମଚାରୀଙ୍କ କଲରଧରି ଗିରଫହେଲେ ୩

ଜଟଣୀ,୧୩ା୯(ଏସଏସନିଉଜ)ପୋଲିସକର୍ମଚାରୀଙ୍କ କଲରଧରିବା ଓ ଅଶ୍ରବ୍ୟଭାଷାରେ ଗାଳିଗୁଳଜକରିବା ଅଭିଯୋଗରେ ଆଜି ଜଟଣୀଥାନା ପୋଲିସ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସଯେ, ଇନ୍ଫୋଭ୍ୟାଲିଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଲ ଥାନାର ଅନ୍ୟକିଛି କର୍ମଚାରୀଙ୍କ ସହିତମିଶି ଅଭିଯୁକ୍ତମାନଙ୍କୁ ଜଟଣୀ କୋର୍ଟକୁ ନେବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଭିଯୁକ୍ତମାନଙ୍କୁ କୋର୍ଟକୁ ନେବା ରାସ୍ତାରେ ଜଟଣୀଥାନା ଅଧିନସ୍ଥ ବିକାଶନଗରରେ ରାକେଶଦଳେଇ (ମାନସ),ଉପରବସ୍ଥର ସଂଜିବବାଘସିଂ ,ସତ୍ୟବନବାଘସିଂ(ସତିଆ) ଓ ସେମାନଙ୍କ ସହଯୋଗୀମାନେ ପୋଲିସକର୍ମଚାରୀମାନଙ୍କୁ ଅଶ୍ରାବ୍ୟଭାଷାରେ ଗାଳିଗୁଲଜ କରିଥିଲେ ।ଏହାପରେ ଏହିତିନିଜଣ କୋର୍ଟପରିସର ମଧ୍ୟରେ କନଷ୍ଟେବଲଙ୍କ ସାର୍ଟର […]

୫ପଞ୍ଚାୟତରେ ଶିକ୍ଷାଦାନ ବାଧାପ୍ରାପ୍ତ

ବାରଙ୍ଗ, ୧୩ା୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ଦାବୀ ନେଇ ବୁଧବାର ଦିନ ଭୁବନେଶ୍ବର ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ।ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆନୁକୂଲ୍ୟରେ ଭୁବନେଶ୍ବର ବ୍ଲକ ତରଫର ପାଖାପାଖି ୧୨୦୦ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗୋଷ୍ଟୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ରାଜ୍ୟରେ ଠିକା ନିଯୁକ୍ତି ଉଛେଦ ହୋଇଥିବାରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟମିତ […]

ବରଗଡରେ ସ୍କ୍ରବଟାଇଫସ ଆତଙ୍କ

ବରଗଡ଼,୧୩।୯(ଏସଏସନିଉଜ)ମ୍ୟାଲେରିଆ,ଡେଙ୍ଗୁପରେ ଏବେ ସ୍କ୍ରବଟାଇଫସ୍ (ScrubTyphus ) ଆତଙ୍କ ଦେଖାଦେଇଛି।ବରଗଡ଼ରେ ସ୍କ୍ରବଟାଇଫସ ବିଷାକ୍ତକୀଟ ଆକ୍ରମଣରେ ୫ ଜଣଙ୍କର ମୃତୁ ହୋଇ ଥିବାବେଳେ ୪ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାନେଇ ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଦେଇଛନ୍ତି କ୍ଷବରଗଡ଼ ଜିଲ୍ଲାର ଅତାବିରା, ଭେଡେନ, ବରପାଲିର ଜଣେ ଓ ସୋହେଲା ବ୍ଲକଅଞ୍ଚଳରୁ ୨ଜଣଙ୍କ ମୃତ୍ୟୁହୋଇଛି ।ଏମାନେ ସମସ୍ତେ ବେସରକାରୀ ହସ୍ପିଟାଲ ଓ କ୍ଲିନକରେ ଚିକିତ୍ସିତହେଉଥିଲେ।  

ବଜ୍ରାଘାତରେ ଚାଲିଗଲା ଜୀବନ

ବୌଦ୍ଧ,୧୩।୯(ଏସଏସନିଉଜ)ଗଛତଳେ ଆଶ୍ରୟ ହେଲାକାଳ। ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ। ବର୍ଷାରେ ଗଛ ତଳେ ୩ ସାଙ୍ଗ ଆଶ୍ରୟ ନେଇଥିଲା ବେଳେ ବଜ୍ରାଘାତ ଘଟିଥିଲା।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୨ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।ବାଉଁଶୁଣୀ ଥାନା ବଲାକିରାରେ ଗଛତଳେ ଆଶ୍ରୟବେଳେ ଏହି ଅଘଟଣ ଘଟିଥିଲା।  

ଚାଲିଗଲା ବାପାଙ୍କ ଜୀବନ

ବୌଦ୍ଧ,୧୩।୯(ଏସଏସନିଉକ)ଦୁର୍ଘଟଣାରେ ବାପାଙ୍କର ମୃତୁ ହୋଇଥିବା ବେଳେ ପୁଅ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ବୌଦ୍ଧ ବାଇପାସ ଜଗଦୀଶପୁର ଛକରେ ଏହି ଦୁର୍ଘଟଣା ଘଟିଥିଲା।ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଚାଲିଯାଇଥିଲା ବାପାଙ୍କର ଜୀବନ।ସଂକଟାପନ୍ନ ପୁଅଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଛି।ମୃତକ ହେଉଛନ୍ତି ବଂଶୀଧର ଭୋକ୍ତା। ଖବରପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।  

ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪ ଶିକ୍ଷାବର୍ଷରୁ କାର‌୍ୟ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏଥିନିମନ୍ତେ ୧୦୦ ସିଟ୍‌ରେ ନାମଲେଖାପାଇଁ ଘଗଉକୁ ଆବେଦନ କରିବେ ସରକାର ।  

ସ୍ୱାସ୍ଥ୍ୟବିଭାଗର ଚଢ଼ାଉ

କଟକ,୧୩।୯(ଏସଏସନିଉଜ) ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।କଟକ ବାଦାମବାଡ଼ି ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗର ଚଢ଼ାଉ କରାଯାଇଛି। ୩ଟି ଜାଗାରେ ସ୍ୱାସ୍ଥ୍ୟବିଭାଗର ୨ଟିଟିମ୍‌ର ଚଢ଼ାଉ ହୋଇଛି।ଚଢ଼ାଉବେଳେ ଆପତ୍ତିଜନକ ଯନ୍ତ୍ରପାତି ମିଳିଥିବା ସୂଚନା ମିଳିଛି।