ପୋଲିସକର୍ମଚାରୀଙ୍କ କଲରଧରି ଗିରଫହେଲେ ୩

ଜଟଣୀ,୧୩ା୯(ଏସଏସନିଉଜ)ପୋଲିସକର୍ମଚାରୀଙ୍କ କଲରଧରିବା ଓ ଅଶ୍ରବ୍ୟଭାଷାରେ ଗାଳିଗୁଳଜକରିବା ଅଭିଯୋଗରେ ଆଜି ଜଟଣୀଥାନା ପୋଲିସ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।
ପ୍ରକାସଯେ, ଇନ୍ଫୋଭ୍ୟାଲିଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଲ ଥାନାର ଅନ୍ୟକିଛି କର୍ମଚାରୀଙ୍କ ସହିତମିଶି ଅଭିଯୁକ୍ତମାନଙ୍କୁ ଜଟଣୀ କୋର୍ଟକୁ ନେବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଭିଯୁକ୍ତମାନଙ୍କୁ କୋର୍ଟକୁ ନେବା ରାସ୍ତାରେ ଜଟଣୀଥାନା ଅଧିନସ୍ଥ ବିକାଶନଗରରେ ରାକେଶଦଳେଇ (ମାନସ),ଉପରବସ୍ଥର ସଂଜିବବାଘସିଂ ,ସତ୍ୟବନବାଘସିଂ(ସତିଆ) ଓ ସେମାନଙ୍କ ସହଯୋଗୀମାନେ ପୋଲିସକର୍ମଚାରୀମାନଙ୍କୁ ଅଶ୍ରାବ୍ୟଭାଷାରେ ଗାଳିଗୁଲଜ କରିଥିଲେ ।ଏହାପରେ ଏହିତିନିଜଣ କୋର୍ଟପରିସର ମଧ୍ୟରେ କନଷ୍ଟେବଲଙ୍କ ସାର୍ଟର କଲରଧରି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜକରି ଯୁକ୍ତିତର୍କକରିବା ସହିତ ନାନାପ୍ରକାର ଧମକଚମକ ମଧ୍ୟ ଦେଇଥିବାର ସେ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।ଏହାକୁନେଇ ଜଟଣୀଥାନାରେ ୩୩୮/୨୩କେଶନଂରେ ଏକ ମକଦ୍ଦମା ରୁଜୁକରାଯାଇ ତଦନ୍ତ କରାଯାଇଥିଲା ।ପୋଲିସ ଏହି ତନିଜଣଙ୍କୁଆଣି ପଚରାଉଚରାକରିବାପରେ ଏମାନେ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଧିକ ତଦନ୍ତରୁ ଜଣାପଡିଛି ଯେ, ଏମାନଙ୍କ ମଧ୍ୟରୁ ରାକେଶ ଦଳେଇଙ୍କ ନାମରେ ପୂର୍ବରୁ ଭୁବନେଶ୍ବରର ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି । ରାକେଶ କ୍ରମାଗତଭାବରେ ବିଭିନ୍ନଅପରାଧରେ ଲିପ୍ତରହୁଥିବାରୁ ତାଙ୍କବିରୋଧରେ CrPC-110ଧାରା ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାଲାଗି ପଦକ୍ଷେପ ନିଆଯାଉଅଛି । ଆଜି ଏମାନଙ୍କୁ କୋର୍ଟଚାଳଣ କରାଯାଇଛି ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ସ୍ଥଳେ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାପାଇଁ ଚେଷ୍ଟା ଜାରି ରଖିଛି ।

 

Comments (0)
Add Comment