Browsing category

ରାଜନୀତି

ଆଜି ୧୨ଘଣ୍ଟିଆ ପାଲଲହଡ଼ା ବନ୍ଦ

ପାଲଲହଡ଼ା , ୨୪ା୧୨(ଏସଏସନିଉଜ) ପାଲଲହଡ଼ା ବିଧାୟକ ମୁକେଶପାଳଙ୍କ ନେତୃତ୍ୱରେ ଆଜି ୧୨ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି ।ଅଣ୍ଡର ବାଇପାସ୍ ଓ ପାଲଲହଡ଼ା- ତିତିରି ରାସ୍ତା ନିର୍ମାଣ ପାଇଁ ଦାବିରେ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ବିଭିନ୍ନ ଛକରେ ବିଧାୟକ ଓ ସମର୍ଥକଙ୍କ ମିଳିତରେ ରାସ୍ତା ଅବରୋଧ କରାଯାଇଛି ।ଫଳରେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୋକାନ ବଜାର ବନ୍ଦ ରହିଥିବା ମଧ୍ୟ ଦେଖିବାକୁ ମିଳିଛିା  

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୩ା୧୨(ଏସଏସନିଉଜ)ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣମେଟଂର ଶୁକ୍ରବାର ଖେଳାଯାଇଥିବା ଶେଷ ସେମିଫାଇନାଲମ୍ୟାଚରେ ଅନୁଗୁଳର ଏକେ ପତାକା ଦଳ ବିଜୟ ଲାଭକରିଛି । ଦଳ ୫-୩ ଟାଇବ୍ରେକର ଗୋଲରେ ବିପକ୍ଷ ଢେଙ୍କାନାଳର ପପୁଲାରସ୍ପୋଟିଂକୁ ହରାଇ ଦେଇଛିା । ଏହି ବିଜୟ ସହ ଦଳ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ବଜୟୀ ଦଳର ମନୁ ମହାକୁଡପ୍ରଥମାର୍ଦ୍ଧର ୩୨ ମିନିଟରେ ଏକ ଚିତାକର୍ଷକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ ରଖିଥିଲେ । ବିପକ୍ଷ ପପୁଲାର କ୍ଲବର ସୋନୁମାହାର […]

ଓଡ଼ିଶା ଆସିବେ ଜେପିନଡ୍ଡା

ଭୁବନେଶ୍ୱର,୨୩।୧୨(ଏସଏସ ନିଉଜ) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଆସିବା ନେଇ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଚୂଡ଼ାନ୍ତ ଗସ୍ତ ସୂଚୀ ପ୍ରକାଶ କରାଯିବ କହିଛନ୍ତି।

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୨ା୧୨(ଏସଏସନିଉଜ)ତମାଣ୍ଡୋ ମିନିଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ମଙ୍ଗଳା କ୍ଲବବିଜୟୀ ହୋଇଛିା । ଦଳ ୭-୬ ଟାଇବ୍ରେକର ଗୋଲରେ ବିଜୟଲାଭ କରିବାସହ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ଆଜିଟୁର୍ଣ୍ଣାମେଟଂର ପ୍ରଥମ ସେମିଫାଇନାଲମ୍ୟାଚ କଟକର ମଙ୍ଗଳା କ୍ଲବ ଓ ଭୁବନେଶ୍ୱରର ଜଗା ୟୁନାଇଟେଡ ମଧ୍ୟରେ ଖେଳା ଯାଇଥିଲା ।ମଙ୍ଗଳା କ୍ଲବ ପ୍ରଥମାର୍ଦ୍ଧରେ ପ୍ରଧାନ୍ୟ ବିସ୍ତାରକରି ୧୧ମିନିଟରେ ବିଶ୍ୱରଞ୍ଜନ ବେହେରାଙ୍କ ଜରିଆରେ ଗୋଟିଏ ଓ ୧୩ ମିନିଟରେ ବାପୁନିବିନ୍ଧାଣୀଙ୍କ ଜରିଆରେ ଅନ୍ୟ […]

ପୁରୁଷ ହକି ବିଶ୍ବକପ୍ ପାଇଁ ସର୍ବଦଳୀୟବୈଠକ

ଭୁବନେଶ୍ୱର,୨୨୧୧୨(ଏସଏସନିଉଜ)୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ବିଶ୍ବକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍ […]

ଶିଶୁପ୍ରତିଭା ବିକଶିତହେଲେ ଓଡିଶାର କଳାସଂସ୍କୃତି ଆହୁରି ଆଗକୁବଢିବ

ଭୁବନେଶ୍ୱର,୨୧ା୧୨(ଏସଏସନିଉଜ) ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ନିଗ୍ଧା ଏକାଡେମୀର ବିଂଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉମାବଲ୍ଲବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ କଳା ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆମ ଓଡିଶୀ ନୃତ୍ୟ […]

ଜାନୁଆରୀ ୧୭ରୁ ବସ୍ ଧର୍ମଘଟ!

ଭୁବନେଶ୍ୱର, ୨୧ା୨୨(ଏସଏସନିଉଜ) ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଜାନୁଆରୀ ୧୭ତାରିଖରୁ ୮ ଦଫା ଦାବିନେଇ ବସ ଧର୍ମଘଟ କରିବାକୁ ଯାଉଛି । ସ୍କ୍ରାପ୍ ପଲିସି ଉଚ୍ଛେଦ ସହିତ ୮ ଦଫା ଦାବୀ ୧୬ତାରିଖ ସୁଦ୍ଧା ପୁରଣ ନହେଲେ ୧୭ରୁ ବସ୍ ଗଡ଼ିବନି ବୋଲି ଧମକ ଦେଇଛି ବସ୍ ମାଲିକ ସଂଘ।

ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ଡିଜିପିଙ୍କ ନିର୍ଦ୍ଦେଶପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।  ଜେଲରେ କେମିତି ମଲା ଗୋବିନ୍ଦ ।ଏହି ଘଟଣାଉପରୁ ପରଦା ଉଠାଇବାପାଇଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚା କ୍ରାଇମବ୍ରାଞ୍ଚର୧୦ ଜଣିଆ ଟିମ୍ ଦେବ ରିପୋର୍ଟାଅନ୍ୟପଟେଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାରୁ ଆସୁଛନ୍ତି ସ୍ପେଶାଲ ଟିମ୍। ବୁର୍ଲା ଭିମସାର FMT ବିଭାଗର ୨ ବିଶେଷଜ୍ଞ ଡାକ୍ତର ବଲାଙ୍ଗିର ଯାଉଛନ୍ତି। FMT ଜଣେ ପ୍ରଫେସର ଓ ଜଣେ ଆସୋସିଏଟ ପ୍ରଫେସର ଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ। ଧାନକିଣା ଦୁର୍ନୀତି ଓ ଚାଷୀସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଲେ ଖରିଫ ଋତୁରେ ୫.୫୪ ଲକ୍ଷ ଏକରଜମି ଭୂତଜମି ବୋଲି ଚିହ୍ନଟ ହୋଇଛିାଚାଷ ନ ହେଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କଲେ ବସନ୍ତ। ୧୭୧୫ କୋଟିର ଏମ୍ଏସ୍ପି ସହାୟତା ପାଇବାକୁ ଷଡ଼ଯନ୍ତ୍ର ହୋଇଛି। ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରାଯାଉଛି […]

ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମୃତ୍ୟୁ ଘଟଣା ନେଇ ଥାନାରେ ପତ୍ନୀ ସୁଷମାଙ୍କ ଏତଲା କରିଛନ୍ତି । ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେ କେବେ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।ତାଙ୍କ ପତ୍ନୀଙ୍କ ବିସ୍ପୋରକ ବୟାନ ପରେ ଚର୍ଚ୍ଚା ଜୋର ଧରିଛି।