ତମାଣ୍ଡୋ କପ୍ ଫୁଟବଲ

ପପୁଲାରକୁ ହରାଇ ଏକେ ପତାକା ଫଇନାଲରେ

ମେଣ୍ଢାଶାଳ,୨୩ା୧୨(ଏସଏସନିଉଜ)ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣମେଟଂର ଶୁକ୍ରବାର ଖେଳାଯାଇଥିବା ଶେଷ ସେମିଫାଇନାଲମ୍ୟାଚରେ ଅନୁଗୁଳର ଏକେ ପତାକା ଦଳ ବିଜୟ ଲାଭକରିଛି । ଦଳ ୫-୩ ଟାଇବ୍ରେକର ଗୋଲରେ ବିପକ୍ଷ ଢେଙ୍କାନାଳର ପପୁଲାରସ୍ପୋଟିଂକୁ ହରାଇ ଦେଇଛିା । ଏହି ବିଜୟ ସହ ଦଳ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ବଜୟୀ ଦଳର ମନୁ ମହାକୁଡପ୍ରଥମାର୍ଦ୍ଧର ୩୨ ମିନିଟରେ ଏକ ଚିତାକର୍ଷକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ ରଖିଥିଲେ । ବିପକ୍ଷ ପପୁଲାର କ୍ଲବର ସୋନୁମାହାର ଖେଳର ୫୩ ମିନିଟରେ ଏକ ସଂଘର୍ଷପୂର୍ଣ୍ଣ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣି ଖେଳରେ ରୋମଚଂ ଭରିଦେଇଥିଲେ ।ପଳାଫଳ ନିର୍ଣ୍ଣୟ ନିମନ୍ତେ ଟାଇବ୍ରେକର ସୁଟଆଉଟ ହୋଇଥିଲା । ଏଥିରେ ପପୁଲାର ଦଳର ରିକି ସ୍ୱାଇଁ ଓ ତପୁ ପ୍ରଧାନ ସ୍କୋର କରିଥିବାବେଳେ ବିଜୟୀ ପତାକା ଦଳର ପପୁନ ବେହେରା , ରାହୁଲ ଲାଲ , ବିକାଶ ନୟକ ଓ ଅଜିତ ଲକ୍ରା ଗୋଲ ଦେବାରେ ସକ୍ଷମ ହୋଇଥିଲୋ ଫଳରେ ପତାକା ଦଳ ୫-୩ ଗୋଲରେ ବିଜୟୀ ଘୋଷିତ ହୋଇଥିଲା । ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ତମାଣ୍ଡା ମିନି ଷ୍ଟାଡିୟମରେଖେଳାଯାଉଥିବା ଟର୍ଣ୍ଣାମେଟଂର ଆଜିର ଖେଳରେ ଶ୍ରେଷ୍ଠ ଖେଳାଳୀ ପୁରଷ୍କାର ସୁନିଲ ବାଗଙ୍କୁ ଅତିଥି ବିଶିଷ୍ଠ କୀଡା ସଂଗଠକ ନବ ରଞ୍ଜନପଟନାୟକ ଓ ବିଜେପି ଯୁବନେତା ବିଶ୍ୱ ରଞ୍ଜନ ବଡଜେନା ପ୍ରଦାନ କରିଥିଲେ । ଆଜିର ଖେଳକୁ ଶିବ ଶଙ୍କର ପଣ୍ଡା , ଟି ମୋହନ ରାଓ ,ସୁଜିତ ପାତ୍ର ଓ ଶୁଶାନ୍ତ ମିଶ୍ର ପରିଚାଳନା କରିଥିଲେ । ୨୫ ତାରିଖ ରବିବାର ଅନୁଗୁଳର ପତାକା ଦଳ ଓ କଟକର ମଙ୍ଗଳା କ୍ଲବ ମଧ୍ୟରେଫାଇନାଲ ମ୍ୟାଚ ଖେଳାଯିବ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

 

Comments (0)
Add Comment