Browsing category

ରାଜନୀତି

ଆପ୍ ଉପରେ ଆଖି !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୁଆଡେ ୧୦ ହଜାର କୋଟି ଟଙ୍କା ଦୁର୍ନୀତିରେ ବୁଡ଼ିଛନ୍ତି। ଆସନ୍ତାକାଲି ତାଙ୍କୁ ଗିରଫ କରାଯାଇ ପାରେ। ଏ ଖବର ପାଇବା ପରେ ଚିଇଁକି ଉଠିଛି ଆମ୍ ଆଦମୀ ପାର୍ଟି। ଆପ୍ ମୁଖପାତ୍ର କହିଛନ୍ତି, ଯଦି ନେତା ଗିରଫ ହେବେ ଦଳ ସେତେ ମଜବୁତ ହେବ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର,୧୬/୧୦(ଏସ ଏସନିଉଜ)୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ।ନବୀନଙ୍କୁ ୭୬ ପୂରି ୭୭ ଚାଲିଲା। ଏଥର ପାଳିବେ ନାହିଁ ଜନ୍ମଦିନ ।ନବୀନ ନିବାସ ନ ଯିବାକୁ ସୁଭେଚ୍ଛୁ ମାନଙ୍କୁ କଲେ ଅନୁରୋଧ lମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଯୋଗଦେବା ପାଇଁ ଯିବେ ହାଇଦ୍ରାବାଦ ।ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶିବାଦ ପାଇଁ ସେ ସର୍ବଦା ଋୁଣି ରହିବେ ବୋଲି କହିଲେ l

ପ୍ରଭାତଙ୍କ ଅଭିନବ ପ୍ରୟାସ

ମେଣ୍ଢାଶାଳ,୧୪/୧୦ (ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମର ହରିଜନ ଓ ଡମ ସାହିର ପ୍ରତ୍ୟେକ ପରିବାରକୁ ଆଜି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟଙ୍କ ଦ୍ୱାରା କଲମି ଆମ୍ବ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ଯେଉଁ ପରିବାର ବୃକ୍ଷକୁ ଉତ୍ତମ ଭାବେ ବଢାଇଥିବେ ତାଙ୍କୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵ ପାଇଁ ମହାବିପଦ ଡାକିଆଣିଲାଣି। ଯେଉଁଭଳି […]

ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୪/୧୦(ଏସଏସ ନିଉଜ)ଧାମନଗର ପାଇଁ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ। ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଲେ। ପଦ ଯାତ୍ରାରେ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କଲେ। ବିଜେଡିରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ନାଁ ଘୋଷଣା କରିବ ଦଳ

ଭୁବନେଶ୍ୱର,୧୨/୧୦(ଡିଏନଏ) ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀଘୋଷଣା କରିବ ବିଜେଡ଼ି। ପ୍ରାର୍ଥୀଙ୍କନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜିନାଁ ଘୋଷଣାକରିବେ ଦଳରସଭାପତି ତଥା ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ। ବଡ଼ବ୍ୟବଧାନରେ ବିଜୟପାଇଁ ବ୍ଲୁପ୍ରିଣ୍ଟ କରିଛି ଶାସକ ଦଳ ।ତେବେ ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି କଂଗ୍ରେସପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରିଛି ଏଆଇସିସି ।ବିଧାୟକ ବିଷ୍ଣୁସେଠୀଙ୍କ ମୃତ୍ୟୁପରେ ଏହି ଆସନଟି ଖାଲିପଡିଥିଲା । […]

ବିଧାୟକଙ୍କୁ ଭବ୍ୟସମ୍ବର୍ଦ୍ଧିନା ଦେଲେ ବଣିକସଂଘ

ବାରଙ୍ଗ,୧୧/୧୦ (ଏସଏସ ନିଉଜ) ନନ୍ଦନକାନନ ବସଷ୍ଟାଣ୍ଡର ଲକ୍ଷ୍ମୀଦେବୀବଣିକ ସଂଘ ପକ୍ଷରୁ ୩୭ତମ ଗଜଲକ୍ଷ୍ମୀ ପୁଜା ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଛି ।କୋଭିଡ କଟକଣା ହଟିବାପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ପୁଜାର୍ଜନା କରାଯାଉଥିବାରୁ ବ୍ୟବସାୟୀମାନେ ବେଶ ଉତ୍ସାହିତ ଅଛନ୍ତି ।ତିନିଦିନଧରି ବିଭିର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ବ୍ୟବସାୟୀମାନେ। ସୋମବାର ରାତିରେ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ ପୁଜା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ବଣିକ ସଂଘପକ୍ଷରୁ ତାଙ୍କୁ ଭବ୍ୟମ୍ବର୍ଦ୍ଧନାଦେବା ସହ ବଜା ବଜାଇ ବାଣ ଫୁଟାଇ ସ୍ଲୋଗାନ […]

ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ) ଜଷ୍ଟିସ ଡିୱାଇଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାନେଇ ମୁଖ୍ୟବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କଲେ ସୁପାରିଶ ।ନଭେମ୍ବର୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ତମ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।ତାଙ୍କରକାର୍ଯ୍ୟକାଳ ୨ବର୍ଷରୁ ଅଧିକରହିବ ।ସେପଟେ କେନ୍ଦ୍ରସରକାରଙ୍କ ତରଫରୁ ଏନେଇ ଜଷ୍ଟିସଚନ୍ଦ୍ରଚୁଡଙ୍କ ମତ ମଗାଯାଇଥିବାବେଳେ ଏନେଇ କେନ୍ଦ୍ରସରକାରଙ୍କୁ ସକରାତ୍ମକ ଚିଠି ଲେଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ ।

ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ

ଭୁବନେଶ୍ୱର,୧୧/୧୦(ଏସଏସନିଉଜ)ରାତିତମାମ ଶିକ୍ଷକନିଯୁକ୍ତି ଦୁର୍ନୀତି ବିଷୟରେ ଜେରା କରିବା ପରେ କେନ୍ଦ୍ରୀୟ ଏଜେନ୍‌ସି ତୃଣମୂଳ କଂଗ୍ରେସ’ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି।ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ପରେ ମାଣିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦ୍ବିତୀୟ ହାଇ-ପ୍ରୋଫାଇଲ୍ ତୃଣମୂଳ କଂଗ୍ରେସ ବିଧାୟକ।

ଆଉ ନାହାନ୍ତି ନରେନ୍ଦ୍ର ନାଥ ନାୟକ

ଭୁବନେଶ୍ୱର,୧୦/୧୦(ଏସ ଏସନିଉଜ)ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଜୟଦେବ ବିଧାନସଭାର ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥନାୟକଙ୍କ ଆଜି ନିଧନ ଘଟିଛି ।ତାଙ୍କ ପାର୍ଥୀବ ଶରୀର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରାଜ୍ୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଶେଷ ଦର୍ଶନ କରି ଦଳୀୟ ପତାକା ଘୋଡାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ମୁଲାୟମସିଂ ଯାଦବଙ୍କ ପରଲୋକ

ଭୁବନେଶ୍ୱର,୧୦/୧୦(ଏସଏସ ନିଉଜ)ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି।ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥୁଲେ ମୁଲାୟମ ସିଂ ଯାଦବ।୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।ସକାଳ ୮ଟା ୧୬ରେ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ପରଲୋକ।ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ ମୁଲାୟମ ସିଂ ଯାଦବ।