Browsing category

ରାଜନୀତି

ଜନ୍ମମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ।ଜନ୍ମମାଟି ତିହିଡ଼ି ମଙ୍ଗରାଜପୁରରେ ପଞ୍ଚଭୂତରେ ବିଲୀନ ହେଲେ, ବିଳମ୍ବିତ ରାତିରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଇଥିଲେ ମୁଖାଗ୍ନି ।ଅଶ୍ରୁଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଓ ନିକଟ ସମ୍ପର୍କୀୟ।

ଆଉ ନାହାନ୍ତି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ବର,୧୯/୯(ଏସଏସ ନିଉଜ)ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ୬୧ ବର୍ଷ ବୟସରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା।ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଥରେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ଉପନେତା […]

ସମୀକ୍ଷା କାଲେ 5T ସଚିବ

  ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal.ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଚ୍ଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( […]

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଲି ରାଣୀ ଏଲିଜେବେଥ୍‌ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିବେ । ଭାରତ ସରକାରଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରିବେ ଦ୍ରୌପଦୀ ମୁର୍ମୁ ।

ପଛକୁ ହଟିଲା ଡ୍ରାଗନସେନା

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଲଦାଖରେ ପଛକୁ ହଟିଲା ଡ୍ରାଗନ ସେନା । ଗୋଗ୍ରା ହଟସ୍ପ୍ରିଙ୍ଗରୁ ଚୀନର ସେନା ପ୍ରତ୍ୟାହାର । ସେନା ପ୍ରତ୍ୟାହାର ସହିତ ବଙ୍କର ଭାଙ୍ଗିଲା ଚୀନ।ପିପି ୧୫ରୁ ପଛକୁ ହଟିଲେ ଦୁଇ ଦେଶର ସେନା । ୫ ଦିନ ଧରି ଚାଲିଥିଲା ସେନା ପ୍ରତ୍ୟାହାର ପ୍ରକ୍ରିୟା।

ନବୀନ ବଜାଇବେ ଷ୍ଟକଏକ୍ସଚେଞ୍ଜ ବେଲ୍

ଭୁବନେଶ୍ୱର,୧୨/୯(ଏସଏସନିଉଜ)ନବୀନ ବଜାଇବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ବେଲ୍ । ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲିଠୁ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୨୪ରେ ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।

ସୋମନାଥଙ୍କ ଶରଣରେ ଶାହ!

ଭୁବନେଶ୍ୱର,୧୧/୯(ଏସଏସ ନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟରେ ସୋମନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଶିଷ ନେଇଛନ୍ତି ଅମିତ ଶାହ।

ଆଜି ଭାରତରେ ଶୋକ

ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଆଜି ଭାରତରେ ଶୋକ ପାଳନ।ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକପାଳୁଛି ଭାରତ ।ଆଜି ଦେଶବ୍ୟାପି ଅର୍ଦ୍ଧ ନମିତ ରହିବ ଭାରତର ଜାତୀୟ ପତାକା।ସରକାରୀ ଭାବେ ଆୟୋଜିତ ହେବନି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ। ଆସନ୍ତା ୧୯ରେ ରାଜକୀୟ ଢଙ୍ଗରେ ହେବ ରାଣୀ ଏଲିଜା ବେଥଙ୍କ ଶେଷକୃତ୍ୟ।

ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍‌ ହୋଟେଲ ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥି‌ରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣା ପଡ଼ିଛି।ମୁଖ୍ୟମନ୍ତ୍ରୀ ସେପ୍ଟେ ମ୍ବର ୧୫ରେ ଭୁବନେଶ୍ବର ଫେରି ବାର କାର୍ଯ୍ୟକ୍ରମ ରହିଛି।