Browsing category

ରାଜନୀତି

ଉପ-ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟିତ

ମେଣ୍ଢାଶାଳ,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ପଞ୍ଚାୟତରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ବୁଧବାରଦିନ ଏକ ଉପ- ସ୍ବାସ୍ଥ୍ୟକେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ରାଜ୍ୟସଭା ସାଂସଦ  ମୁନା ଖାଁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ବିଜୁଜନତା ଦଳ ସଭାପତି ବିଭୂତି ଭୂଷଣ ବଳବନ୍ତ ରାୟ,ମେଣ୍ଢାଶାଳ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନ ହେମ୍ବ୍ରମ. ଭୁବନେଶ୍ୱର ବ୍ଲକ ଅଧକ୍ଷା ନିରୁପମାସାହୁ , ବିଜୁ ଛାତ୍ର ଜନତାଦଳର ରାଜ୍ୟ ଉପ-ସଭାପତି […]

ସଂମାନିତ ହେବେ ବାରଙ୍ଗର ୩ଛାତ୍ରୀ

ବାରଙ୍ଗ,୨୮/୯(ଏସଏସ ନିଉଜ)  ଆଞ୍ଚଳିକଶାନ୍ତିକମିଟି ଓ ବାଙ୍କୀ ମହୋସ୍ଵବକମିଟିର ମିଳିତ ଆନୁକୂଲ୍ୟରେ ବୁଧବାରଦିନ ବାରଙ୍ଗ ବ୍ଲକ କନଫେରନ୍ସ ହଲ୍ ରେ ବାରଙ୍ଗ ଅଂଚଳର ସମସ୍ୟା ଓ ଏହାର ସମାଧାନ ଶୀର୍ଷକକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମହୋସବ କମିଟିର ସ୍ଥାୟୀ ସଭାପତି ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ଏହିଅବସରରେ ବାରଙ୍ଗ ଅଞ୍ଚଳର ବିଭିର୍ଣ ସମସ୍ୟା ଉପରେ ଉପସ୍ଥିତ ମୁରବୀମାନେ ତ୍ରିପାଠୀଙ୍କ ଦୃଷ୍ଟିଆକର୍ଷଣ କରି ଏହାର ସ୍ଥାୟୀ ସମାଧାନ ପାଇଁ […]

ବିଜେପି କର୍ପୋରେଟର ଦେଲେ ଧାରଣା

ଭୁବନେଶ୍ୱର,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ମିଟିଂରେ ହଟ୍ଟଗୋଳ ହୋଇଛି।ଗୁରୁତର ଅଭିଯୋଗ କରି ହଟ୍ଟଗୋଳ କଲେ ବିଜେପି କର୍ପୋରେଟର। ବିଧାୟକ, ଅଫିସର ମାନେ ସହଯୋଗ କରୁନଥିବା ଅଭିଯୋଗ ଉଠାଇଛନ୍ତି। ଏହାପରେ ବୈଠକରୁ ବାହାରି ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି।

ଟୋକିଓରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟକ୍ରମରେ ଭାଗ ନେବେ।ଦ୍ୱିତୀୟଥର ଜାପାନ ସରକାର ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟ କରୁଛନ୍ତି।ବିଶ୍ୱଯୁଦ୍ଧ ପରେ କୌଣସି ରାଷ୍ଟ୍ରନେତାଙ୍କ ଜାପାନରେ ଏପରି କାର୍ଯ୍ୟକ୍ରମ ଦ୍ୱିତୀୟ ହୋଇଥିବାବେଳେ ବିଭିନ୍ନ ଦେଶର ରାଷ୍ଟ୍ରନେତା ଆସୁଥିବାରୁ ଟୋକିଓରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଅକ୍ଟୋବର ୨ରୁ ବିଜେଡିର ପଦଯାତ୍ରା

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଅକ୍ଟୋବର ୨ରୁ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ କରିବ।ନଭେମ୍ବର ୨ ତାରିଖ ଯାଏଁ ଏହା ଚାଲିବ ଏହି ପଦଯାତ୍ରା। ପ୍ରେସମିଟ୍‌ରେ ସୂଚନା ଦେଲେ ଦେବୀ ମିଶ୍ର, ଅରୁଣ ସାହୁ ଓ ପ୍ରମିଳା ମଲ୍ଲିକ।

ଆଜି ବେଙ୍ଗାଳୁରୁ ଯିବେ CM

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଆଜି ଅପରାହ୍‌ଣରେ ଅପରାହ୍‌ଣ ସାଢ଼େ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବେଙ୍ଗାଳୁରୁ ଯିବେ।କାଲି ହେବାକୁଥିବା ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗଦେବେ ନବୀନ।ଶିଳ୍ପ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ଯିବେ।

ସୂଚନା ଦେଲେ ଅଶୋକ ଗେହଲଟ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଗାନ୍ଧି ପରିବାରରୁ କେହି ପରବର୍ତ୍ତୀ କଂଗ୍ରେସ ସଭାପତି ହେବେ ନାହିଁ। ରାହୁଲ ଗାନ୍ଧିଙ୍କୁ ସଭାପତି ପଦ ଗ୍ରହଣ କରିବା ପାଇଁ ବହୁବାର କହିଥିଲି। ରାହୁଲ ସ୍ପଷ୍ଟ କରିଛନ୍ତି ଗାନ୍ଧି ପରିବାରରୁ କେହି ସଭାପତି ହେବେନି। ଏନେଇ ସୂଚନା ଦେଇଛନ୍ତି ସଭାପତି ଦୌଡ଼ରେ ସବୁଠୁ ଆଗରେ ଥିବା ଅଶୋକ ଗେହଲଟ ।

ନବଦାସ ସବୁଠୁ ଧନୀ ମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା।ଏହି ତାଲିକାରେ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡିଛି।ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂପତି ତାଲିକା। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ୬୫ଟି ଗାଡ଼ି ଥିବାର ଜଣାପଡିଛି।

୩୦ ଜିଲ୍ଲା ପାଇଁ ନାମ ଘୋଷଣା

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ସରକାର । ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ଅଶୋକପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଛି। ଅନନ୍ତଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଦାୟିତ୍ୱ ମିଳିଛି।କଟକ ଦାୟିତ୍ୱରେ ପ୍ରମୋଦ ମଲ୍ଲିକ, ଗଞ୍ଜାମ ଦାୟିତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଦାୟିତ୍ୱରେ ପ୍ରମିଳା ମଲ୍ଲିକ, ସମୀର ଦାଶଙ୍କୁ ଯାଜପୁର, ନବ ଦାସଙ୍କୁ କଳାହାଣ୍ଡି, […]

ଆଜି କଂଗ୍ରେସ ସଭାପତି ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।ଅକ୍ଟୋବର ୧୭ରେ ନିର୍ବାଚନ ଓ ୧୯ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ ବାହାରିବ।