ରାଜଧାନୀରେ ଛାତ୍ରକଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ

ଭୁବନେଶ୍ୱର,୨୯/୧୦(ଏସଏସ ନିଉଜ)ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବିରେ ନବୀନ ନିବାସ ଘେରାଉ ପାଇଁ ଛାତ୍ର କଂଗ୍ରେସର ଉଦ୍ୟମ ହୋଉଛି। ଏହାପରେ ପୋଲିସ ସହ ଛାତ୍ର କଂଗ୍ରେସର ମୁହାଁମୁହିଁ ସ୍ଥିତି ଉପୁଜିଛି। ଛାତ୍ରକଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇ ବାକୁ ଉଦ୍ୟମ କରିବା ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା ସୂଚନା ମିଳିଛି।ନବୀନନିବାସ ଯିବା ବାଟରେ ପୋଲିସ ଅଟକାଇବାରୁ ଏହାର ପ୍ରତିବାଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟରକୁ ଧସେଇ ପଶିଥିଲେ ।୫୦କର୍ମୀଙ୍କୁ ପୋଲିସ ଉଠାଇନେଇଥିଲା ।

 

Comments (0)
Add Comment