ମେଣ୍ଢାଶାଳ,୧୪/୧୦ (ଏସ ଏସ ନିଉଜ)ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାପୁଟ ଗ୍ରାମର ହରିଜନ ଓ ଡମ ସାହିର ପ୍ରତ୍ୟେକ ପରିବାରକୁ ଆଜି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟଙ୍କ ଦ୍ୱାରା କଲମି ଆମ୍ବ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବର୍ଷ ଯେଉଁ ପରିବାର ବୃକ୍ଷକୁ ଉତ୍ତମ ଭାବେ ବଢାଇଥିବେ ତାଙ୍କୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯିବ।
ଜଳବାୟୁ ପରିବର୍ତ୍ତନ ସାରା ବିଶ୍ଵ ପାଇଁ ମହାବିପଦ ଡାକିଆଣିଲାଣି। ଯେଉଁଭଳି ହାରରେ ପ୍ରଦୂଷଣ ବ୍ୟାପୁଛି, ଆଗକୁ ସ୍ଥିତି ଭୟାନକ ହେବ। ଜଳବାୟୁ ପ୍ରଦୂଷଣ ରୋକିବା ପାଇଁ ଵୃକ୍ଷ ରୋପଣ ଏକ ଜରୁରୀ ଏବଂ ଆବଶ୍ୟକ ପଦକ୍ଷେପ ବୋଲି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟ ଅଞ୍ଚଳର ବସିନ୍ଦାମାନଙ୍କୁ ଏହି କାର୍ଯ୍ୟକ୍ରମ ଦ୍ଵାରା ସଚେତନତାର ବାର୍ତା ପ୍ରଦାନ କରିଥିଲେ। ଦୀର୍ଘ ୬ ବର୍ଷ ଅନବରତ ସେ ଏହି ଅଞ୍ଚଳରେ ବୃକ୍ଷ ରୋପଣ ସହିତ ଚାରା ବଣ୍ଟନ କାର୍ଯ୍ୟକ୍ରମ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ରେ ଗିରିଙ୍ଗାପୁଟ ଗ୍ରାମର ଅନ୍ତରା ଦେହୁରୀ, ଶ୍ରୀ ଆକାଶ ଜେନା, ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ନମିତା ଜେନା, ଆରତି ଦେହୁରୀ, ପୁଷ୍ପଳତା ନାୟକ, ବାସନ୍ତୀ ନାୟକ, ପୂର୍ଣା ପ୍ରଧାନ ସହ ମହିଳାମାନେ ସହଯୋଗ କରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)