୨୦୨୪ରେ ରାମମନ୍ଦିର ଉଦଘାଟନ
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।
Browsing category
ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।
ଭୁବନେଶ୍ୱର,୧୧/୯(ଏସଏସ ନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟରେ ସୋମନାଥ ମନ୍ଦିରରେ ମହାଦେବଙ୍କ ଦର୍ଶନ କରିଛନ୍ତି । ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଆଶିଷ ନେଇଛନ୍ତି ଅମିତ ଶାହ।
ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଆଜି ଭାରତରେ ଶୋକ ପାଳନ।ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକପାଳୁଛି ଭାରତ ।ଆଜି ଦେଶବ୍ୟାପି ଅର୍ଦ୍ଧ ନମିତ ରହିବ ଭାରତର ଜାତୀୟ ପତାକା।ସରକାରୀ ଭାବେ ଆୟୋଜିତ ହେବନି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ। ଆସନ୍ତା ୧୯ରେ ରାଜକୀୟ ଢଙ୍ଗରେ ହେବ ରାଣୀ ଏଲିଜା ବେଥଙ୍କ ଶେଷକୃତ୍ୟ।
ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍ ହୋଟେଲ ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣା ପଡ଼ିଛି।ମୁଖ୍ୟମନ୍ତ୍ରୀ ସେପ୍ଟେ ମ୍ବର ୧୫ରେ ଭୁବନେଶ୍ବର ଫେରି ବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର, ୯/୮(ଏସ ଏସ ନିଉଜ)କଟକର ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରାଯିବ ।ଏହାସହିତ ଆବଶ୍ୟକ ଥିବା ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ […]
ଭୁବନେଶ୍ୱର,୫/୯(ଏସଏସନିଉଜ) ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।ଏଥିପାଇଁ ୫୦ହଜାର ଲୋକ ସ୍ୱାଗତ କରିବାକୁ ଆସିବାର ସାମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିସିନେରେଟ ପୋଲିସ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସବୁ ଛକରେ ପୋଲିସ ଫୋର୍ସ ମୁତୟନ ସହ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଝନାପଡିଛି ।
ଭୁବନେଶ୍ୱର,୪/୯(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ‘ଜୀବନବ୍ୟାପୀ ସାଧନା ସମ୍ମାନ’ ।ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।
ଭୁବନେଶ୍ୱର,୩/୯(ଏସଏସନିଉଜ) କରୋନା ସଂକ୍ରାମଣ ହ୍ରାସପାଇବାପରେ ଧୀରେ ଧୀରେ ଭାରତୀୟ ଅର୍ଥନୀତିରେ ସୁଧାର ଆସୁଛି । ଏବେ ଆମେରିକା ବିଶ୍ୱର ସବୁଠୁ ବଡ଼ ଅର୍ଥନୀତି ।ଆମେରିକା ପଛକୁ ଚୀନ, ଜାପାନ, ଜର୍ମାନୀ ଅଛନ୍ତି । ଭାରତ ପଞ୍ଚମ ଓ ବ୍ରିଟେନ ଷଷ୍ଠ ସ୍ଥାନରେ ଅଛନ୍ତି ।.ବିଶ୍ୱ ଅର୍ଥନୀତିରେ ବ୍ରିଟେକୁ ପଛରେ ପକାଇଲା ଭାରତ । ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ । ୧୦ ବର୍ଷ ପୂର୍ବରୁ ଏକାଦଶ ସ୍ଥାନରେ ଥିଲା ଭାରତ ।
ବାରଙ୍ଗ,୨/୯(ଏସଏସନିଉଜ)ଅଚାନକ ବିଡିଓ ଆସି ପଂଚାୟତ କାର୍ଯ୍ୟାଳୟରେ ପହଁଚିଯାଇଥିଲେ ।କାଗଜପତ୍ର ଯାଂଚ କରିଥିଲେ ।ଆଉ ଯାହା ଦେଖିଲେ ସେଥିରେ ବିତୃଷ୍ନା ହୋଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ । ଏମିତି ଏକ ଘଟଣା ଶୁକ୍ରବାରଦିନ ଘଟିଥିଲା । ଭୁବନେଶ୍ବରବ୍ଲକ ବିଡିଓ ସମ୍ପଦଦଳେଇ ହଠାତ ଦାଢା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ କାର୍ଯ୍ୟଶୈଳୀର ସମୀକ୍ଷା କରିଥିଲେ ।ଏହାସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀଙ୍କ କାର୍ଯ୍ୟକୁନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।ପଞ୍ଚାୟତନିର୍ବାଚନ ପରେ ନୂତନସରପଞ୍ଚ ଦାୟିତ୍ବ ନେଇସାରିଥିବାବେଳେ ଏପର୍ଯ୍ୟନ୍ତ ପଞ୍ଚାୟତର କୈାଣସି ଉନ୍ନତିମୂଳକକାର୍ଯ୍ୟ ହୋଇନଥିବା ନେଇ […]
ବଲାଙ୍ଗିର,୧/୯)ଏସଏସନିଉଜ)କିଛି ସମୟପରେ ଆରମ୍ଭ ହେବ ସେହି ଶୁଭ ଲଗ୍ନ ।ମାଆ ସମଲେଇଙ୍କ ପୀଠରେ ନୂଆଁଖାଇର ମାହୋଲ ଆରମ୍ଭ ହେବ । ଇଷ୍ଟଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାସହ ସମସ୍ତଙ୍କୁ ଭଲରେ ରଖନ୍ତୁ ,ମାସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।