Browsing category

ରାଜନୀତି

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଆଜି ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ।ଏଥିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି । ଏ ନେଇ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଥିବା ବେଳେ ଭର୍ଚୁଆଲରେ ଏହି ବୈଠକରେ ସାମିଲ ହେବେ ।

ରାଜ୍ୟରେ ଖୋଲିବ ୩୬ନୂଆ ଥାନା

ଭୁବନେଶ୍ୱର, ୨୭/୮(ଏସଏସନିଉଜ)ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି ହେଉଛି ।ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୬ ନୂଆ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  

ଗୁଲାମନବୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୨୬/୮(ଏସଏସନିଉଜ) ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି ବୋଲି ଘୋଷଣା କରିଛନ୍ତି ।ଏହାପରେ ବିଜେପିରେ ସାମିଲ ହେବାର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।ଯାହା ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଚିକିତ୍ସା ପାଇଁ ବିଦେଶ ଯିବେ ସୋନିଆ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବେ।କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।ତେଣୁ ଚିକିତ୍ସା ପାଇଁ ସେ ବିଦେଶ ଗସ୍ତ କରୁଥିବା ନେଇ ମିଳିଲା ସୂଚନା ।

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟରେ ମାର୍ଗଦର୍ଶନ ଉତ୍ସବ

ବାରଙ୍ଗ,୨୩/୮(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାରଦିନ ମାର୍ଗଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ହାଇସ୍କୁଲ ସାଟିଫିକେଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭୭ଜଣ ଛାତ୍ରୀଛତ୍ରଙ୍କୁ ସାଟିଫିକେଟ ସହ ସମ୍ବର୍ଦ୍ଧନା ଦିଆଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରତ୍ନମଞ୍ଜରୀ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମାର୍ଗଦର୍ଶନ ଉତ୍ସବରେ ପୁରାତନ ଛାତ୍ର ପ୍ରଫୁଲକୁମାର ପାତ୍ର,ଶ୍ରୀନିବାସ ମାନସିଂ, ଭାସ୍କରଚନ୍ଦ୍ର ସୁବୁଦ୍ଧି,ସନ୍ତୋଷ କୁମାର ରାୟ,ସୁରେନ୍ଦ୍ର କୁମାର ସାମନ୍ତରାୟ,ନୀଳକଣ୍ଠ ବାରିକ,ସ୍କୁଲକମିଟି ସଭାପତି ଅଭିମନୁ ମହାପାତ୍ର , ଉପସଭାନେତ୍ରୀ ସସ୍ମିତା ବାହିନୀପତି ପ୍ରମୁଖ ଅତିଥିବଭାବେ ଯୋଗଦେଇ କୃତି ପିଲାମାନଙ୍କୁ ଭଲ ମଣିଷ ହେବାର […]

ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର

ଭୁବନେଶ୍ୱର,୨୩/୮(ଏସଏସନିଉଜ) ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ । ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫୋଗାଟ ୨୦୧୯ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଡାମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଭୁଆସୁଣୀରେ ଅଳିଆପକା ବିବାଦ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୁଆସୁଣୀରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ରବିବାରସନ୍ଧ୍ୟାରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭାରେ ଆଲୋଚନା ପାଇଁ ନିଷ୍ପତି ହୋଇଥିଲା ।ଏଥିରେ ପଂଚାୟତର ସରମ୍ପଚ,ସମିତିସଭ୍ୟ,ୱାଡମେମ୍ବରଙ୍କଠାରୁ ଆରମ୍ଭ କରି ଗ୍ରାମମୁରବୀମାନଙ୍କୁ ଏକାଠି କରି ଖୋଲାମଂଚରେ ସେମାନଙ୍କ ନିଷ୍ପତି ଉପରେ ଆଲୋଚନା ହେବାକୁ ପୁର୍ବପ୍ରସ୍ତୁତ ହୋଇଥିଲା ।ଗ୍ରାମମେଳଣ ପଡ଼ିଆରେ ବାବା ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏଥିନିମନ୍ତେ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।ଏହି ଆଲୋଚନାରେ ଭୁଆସୁଣୀରେ ଆଉ ଅଳିଆ […]

ବନ୍ଦ ହେଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର,୧୯/୮(ଏସଏସନିଉଜ) ପୁରୀରେ ହେବାକୁ ଥିବା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ସ୍ଥଗିତ ହୋଇଛି ।ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଶିକ୍ଷଣ ଶିବିର ସ୍ଥଗିତ ରଖାଯାଇଥିବାର ସୁଚନା ଦିଆଯାଇଛି । ବିଜେପି ପ୍ରଶିକ୍ଷଣ ବିଭାଗ ରାଜ୍ୟ ସଂଯୋଜକ ସୁରମା ପାଢୀ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୦,୨୧ ଓ ୨୨ ତାରିଖ ୩ ଦିନ ହେବାକୁ ଥିଲା ପ୍ରଶିକ୍ଷଣ ଶିବିର ।

ବିଜେଡିର ବରିଷ୍ଠନେତାଙ୍କୁ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ବିଜେଡିର ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି । ଏନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି , ଦେବୀପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, […]

ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କଲେ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।ଆଗାମୀ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ ଥିବାରୁ ୧୦ ଜିଲ୍ଲାପାଳଙ୍କୁ ଆଲର୍ଟରହିବାକୁ ନିର୍ଦେଶ ଦେଇଛନ୍ତି ।ଏହାସହଓଡ୍ରାଫ, NDRF, ଅଗ୍ନିଶମ ଟିମ୍‌ ନିୟୋଜିତ କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି ।ଗୋଟିଏ ବି ଜୀବନ ଯେପରି ହାନି ନହୁଏ, ସେଥିପ୍ରତି ଦୃଷ୍ଟିଦେବାକୁ ପ୍ରଶାସନକୁ ସତର୍କ କରିଛନ୍ତି ନବୀନ ।ବିପଦସଂକୁଳ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ କରିବା ସହ ଯୋଗାଯୋଗ ବ୍ୟବସ୍ଥା ତୁରନ୍ତ ଠିକ୍‌ କରିବାକୁ ଗୁରୁତ୍ବ ଦେଇଛନ୍ତି ।ପ୍ରଭାବିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ଛୁଟି […]