Browsing category

ରାଜନୀତି

ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ । ଏହାସହ ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ମଧ୍ୟଅନୁଧ୍ୟାନ କରିଥିଲେ । । ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ, ଓ ଆଇଗିଣିଆ ଚ୍ଛକରେ ଟ୍ରାଫିକ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ […]

ନୀତୀଶଙ୍କ ନିଆରା ରେକର୍ଡ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ବିହାରରେ ନୂଆ ମହାମେଣ୍ଟ ସରକାରର ଆଜି ଶପଥ ଗ୍ରହଣ ଉତ୍ସବ ହେବ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବୋଲି ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି ।ନୀତୀଶଙ୍କ ନିଆରା […]

ବିହାରରେ ଭାଙ୍ଗିଲା ବିଜେପି ଜେଡିୟୁ ମେଣ୍ଟ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିହାର ରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ଯୋରଧରିଛି ।ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ମେଣ୍ଟ ଭାଙ୍ଗିବାକୁ ନୀତିଶଙ୍କ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପି ହାତ ଛାଡ଼ି ପୁଣି ଆରଜେଡିକୁ ସାଥି କରିବେ ନୀତିଶ । ଆରଜେଡି ଓ କଂଗ୍ରେସକୁ ନେଇ ସେ ସରକାର ଗଢ଼ିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ନୂଆ ସରକାର ଗଢ଼ିବା ନେଇ ଆଜି ସେ ରାଜ୍ୟପାଳଙ୍କୁ ଭେଟିବେ […]

ସସ୍ମିତଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ ମିଳିଛି। କୋଇଲା ଓ ଖଣି ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କିମିଟିର ସଦସ୍ୟ ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଆଇନ ମନ୍ତ୍ରାଳୟର ପରାମର୍ଶଦାତା କିମିଟିରେ ଥିଲେ ସସ୍ମିତ ।

କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା

ବାଙ୍କୀ, ୮/୮(ଏସଏସନିଉଜ) ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବ୍ୟବସାୟୀ ସଂଘ ସମର୍ଥନ କରିଛି ।ଯାହାର ପ୍ରଭାବରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।  

୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ୱର,୮/୮(ଏସଏସନିଉଜ) ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, କରି ସେଠାରେ ୨ଟି ବୃହତ ଜଳସେଚନପ୍ରକଳ୍ପ ଲୋକାର୍ପିତ କରିବେ ।ରାସଗୋବିନ୍ଦପୁରଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କାର୍ଯ୍ୟକ୍ରମ ରହିଥିବା ବେଳେ କରିଆଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକର୍ପିତ କରିବେ ।ପ୍ରଥମେ ରାସଗୋବିନ୍ଦପୁରର ଟିକପଡାଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପରେ କରିଆ ହାତିବାଡିଠାରେ ଦେଓ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରାୟ ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରୁଥିବାରୁ ଦଳୀୟ କର୍ମୀ […]

ଗୋଟିଏ ମଞ୍ଚରେ ନବୀନ ଓ ଶାହ

କଟକ,୮/୮(ଏସଏସନିଉଜ) କଟକଇଣ୍ଡୋର ଷ୍ଟାଡିୟମରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବ ପ୍ରଜାତନ୍ତ୍ରର ଅମୃତ ଉତ୍ସବ’ କାର‌୍ୟ୍ୟକ୍ରମରେ ଉଭୟ ଯୋଗଦେଇଛନ୍ତି । ଏହା ସହ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟ ବି ସାମିଲ ହୋଇଛନ୍ତି ।

ଖୋର୍ଦ୍ଧାଜିଲ୍ଲା କମ୍ୟୁନିଷ୍ଟପାର୍ଟିି ୨ଦିନିଆ ସମ୍ମିଳନୀ ଉଦ୍‌ଯାପିତ

ବାରଙ୍ଗ,୭/୮(ଏସଏସନିଉଜ) ଭାରତୀୟ କମ୍ୟୁନିଷ୍ଟପାର୍ଟିର ନବମ ଖୋର୍ଦ୍ଧାଜିଲ୍ଲାର ଦୁଇଦିିନିଆ ସମ୍ମୀଳନୀ ରବିବାରଦିନ ଉଦଯାପିତ ହୋଇଯାଇଛି ।ଶନିବାରଦିନ ଏହାକୁ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ଆନୁଷ୍ଠାନିକଭାବେ ଉଦଯାଟନ କରିଥିଲେ । ନୁଆବନ୍ତସ୍ଥିତ ରାମକୃଷ୍ନପତିଙ୍କ ସ୍ମୃତିପୀଠ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ କମ୍ରେଡ ବନମାଳିଜେନାଙ୍କ ପ୍ରତିିମୁର୍ତୀକୁ ଉନ୍ମୋଚନ କରିଥିଲେ ।ପ୍ରାରମ୍ଭରେ ସବୁଠାରୁ ବୟସ୍କ ସଭ୍ୟ ଚିତରଞନସ୍ୱାଇଁ ପତାକା ଉତୋଳନ କରିଥିଲେ । ରାଜ୍ୟ ସରକାର ନିଜ ଦଳର ସ୍ୱାର୍ଥପାଇଁ ଲୋକମାନଙ୍କୁ ଅନ୍ଧାରରେରଖି ମିଛ ଆଲୋକ ଦେଉଥିବାର ଡିଣ୍ଡିମ ପିଟୁଥିବାର […]

ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଦାବି କଲେ ନବୀନ

ଭୁବନେଶ୍ୱର,୭/୮(ଏସଏସନିଉଜ)ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିତି ଆୟୋଗ ବୈଠକରେ ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ଦାବି କରିଛନ୍ତି ।.ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଲାଗି ଦେବା.ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ,ଅଧିକାଂଶ ଆଦିବାସୀ ଓ KBK ଜିଲ୍ଲା PMAY ରୁ ବଞ୍ଚିତ ହେଉଥିବାରୁ […]

ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି

ଭୁବନେଶ୍ୱର,୬/୮(ଏସଏସନିଉଜ)ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ସେ ବିଜୟ ଲାଭ କରିଛନ୍ତି । ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା । ଶନିବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବାବେଳେ ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍। ସେହିପରି ମାର୍ଗାରେଟ୍ ଆଲଭାଙ୍କୁ ମିଳିଛି ୧୮୨ ଖଣ୍ଡ ଭୋଟ୍। […]