Browsing category

ରାଜନୀତି

ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ୨୯.୩୬ କୋଟି ଟଙ୍କା

ଭୁବନେଶ୍ୱର ,୫/୭(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ,୯୮ କୋଟି ଟଙ୍କା ବ୍ୟୟରେ ଅଧିକ ୫୫ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି । ତଦନୁଯାୟୀ ଚଳିତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା […]

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨/୭(ଏସଏସନିଉଜ) ରାଜ୍ୟର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ଚଳିତ ମୌସୁମୀ ଅଧିବେଶନରେ ମୋଟ୨୪ଟି କାର‌୍ୟ୍ୟଦିବସ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି । ଦିବଗନ୍ତ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଆଜିର ଅଧିବେଶନ ଆରମ୍ଭରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ବିଜେପି ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି […]

ପଳାସୁଣୀରେ ହେବ ଫୁଟ୍ ଓଭରବ୍ରିଜ

ଭୁବନେଶ୍ୱର,୨୭/୬(ଏସ ଏସ ନିଉଜ) ମରଣଯନ୍ତା ପାଲଟିଥିବା ପଳାସୁଣୀ ଜାତୀୟ ରାଜପଥରେ ହେବ ଫୁଟ୍ ଓଭରବ୍ରିଜ ।ଏଥିପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଅନୁଧ୍ୟାନ କରି ଯାଇଛନ୍ତି । ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ମଧ୍ୟ […]

ଚେତାବନୀ ଦେଲେ ବିଧାୟକ

ମେଣ୍ଢାଶାଳ, ୨୭/୬(ଏସଏସନିଉଜ)ଜଟଣୀ ଅଂଚଳରୁ ସରକାର ଇଡ଼ିକୋ କୁ ଶହଶହ ଏକର ଜମି ବେଆଇନି ଭାବେ ଯୋଗେଇଦେଇ ସ୍ଥାନୀୟ ଅଞ୍ଚଳ ବାସି ଙ୍କ ସମସ୍ୟା କୁ ଅଣଦେଖା କରିଆସୁଛନ୍ତି । ଶ୍ମଶାନ, ଜଙ୍ଗଲ ଜମି, ଶିକ୍ଷାନ୍ୟୁଷ୍ଠାନ ପାଇଁ ଥିବା ସରଂକ୍ଷିତ ଜମି କୁ ସରକାରୀ ଦଳର ଜମି ମାଫିଆ ଙ୍କ ଦ୍ୱାରା ନିଜର କରି ଚାଷ ଜମିକୁ ରାସ୍ତା ନଦେଇ ଚାଷୀଙ୍କୁ ହଇରାଣ କରୁଛନ୍ତି ।ସେଇ ସବୁ ଅଞ୍ଚଳରେ ବିଭିନ୍ନ କମ୍ପାନୀ ମାନଗୁଡିକ ସ୍ଥାପନ କରିବା ଲାଗି ସୁଯୋଗ […]

ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭/୬(ଏସଏସନିଉଜ) ଆକ୍ସନ ମୁଡରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଅଚାନକ ସ୍କୁଲକୁ ଯିବା ସହ ରାସ୍ତାରେ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଖି ମଧ୍ୟ ତାଗିଦ୍ କରୁଛନ୍ତି । ଆଉ କାର‌୍ୟ୍ୟରେ ଅବହେଳା ପ୍ରମାଣ ମିଳିଲେ ନେଉଛନ୍ତି ଆକ୍ସନ ନେଉଛନ୍ତି ।ମନ୍ତ୍ରୀ ନିମାପଡ଼ା ଗସ୍ତରେ ଆଜି ଯାଇଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ସ୍କୁଟିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ । ବିଳମ୍ବରେ କାହିଁକି ସ୍କୁଲକୁ ଆସୁଛ ବୋଲି ପଚାରିଥିବାବେଳେ ସଠିକ୍ […]

ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ ।ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ ମନ୍ତ୍ରୀଟୁକୁନି ସାହୁ ଓ ଜଗନ୍ନାଥ ସାରକା ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦସ୍ତଖତ କଲେ ।ଅନ୍ୟପଟେ ଆଜି ଦିଲ୍ଲୀ ଗସ୍ତ କରିବେ ବିଜେପିର ୧୦ ଜଣ ବିଧାୟକ।ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି ।ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

ଇସ୍ତଫା ପାଇଁ ଉଦ୍ଧବଥାକ୍ରେଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ) ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ପାଇଁ ଉଦ୍ଧବ ଥାକ୍ରେଙ୍କ ପ୍ରସ୍ତାବ।ସରକାର ପତନ ଆଶଙ୍କା କରି ଆଗୁଆ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିଲେ।MVA ଛାଡ଼ିବାକୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରସ୍ତାବ।୩୪ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପଠାଇଲେ।

ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଏମସିଏଲ୍ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ଯାଇ ପହଞ୍ଚିଲେ ।ଏବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ । ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଜଣେ ଆଦିବାସୀ ନେତ୍ରୀଙ୍କୁ ରାଷ୍ଟ୍ରପତି ପଦ ପାଇଁ ଚୟନକୁ ପ୍ରଶଂସା କଲେ ନୀତିଶ । ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱକୁ ବିଜେଡି ପରେ ଜେଡିୟୁର ସମର୍ଥନ ସ୍ପଷ୍ଟ ହୋଇଛି ।

ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା Z ପ୍ଲସ୍ ସୁରକ୍ଷା

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ)ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ମଙ୍ଗଳବାର ଘୋଷଣା କରାଯାଇଛି। ତେବେ ଦ୍ରୌପଦୀ ଜୁନ୍‌ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି।NDA ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ Z ପ୍ଲସ୍ ସୁରକ୍ଷାବ୍ୟବସ୍ଥା ପ୍ରଦାନ କରାଯାଇଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍‌ଜି କମାଣ୍ଡୋ ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି ।

ରାଜ୍ୟ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର,୨୨/୬(ଏସ ଏସ ନିଉଜ)ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ବିଜେପି ତାର ପ୍ରତିକ୍ରିୟା ରଖିଛି ।ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟରେ କହିଛନ୍ତି ଯେ, ମୋଦି ସରକାର ଓଡ଼ିଶାକୁ ଭଲ ପାଇବାର ଅନେକ ଉଦାହରଣ ଛାଡ଼ିଛନ୍ତି ।ଏବେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ଭଲପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି ।ମୋଦିଙ୍କ ୮ ବର୍ଷର ଶାସନରେ ଓଡ଼ିଶାକୁ ବାରମ୍ବାର ସମ୍ମାନିତ କରାଯାଇଛି ।ପ୍ରଥମ ପାଳିରେ ଜଣେ ସାଂସଦ ଥାଇ ଓଡ଼ିଶାରୁ ୨ କେନ୍ଦ୍ରମନ୍ତ୍ରୀ ହୋଇଥିଲେ […]