ଖୋର୍ଦ୍ଧାଜିଲ୍ଲା କମ୍ୟୁନିଷ୍ଟପାର୍ଟିି ୨ଦିନିଆ ସମ୍ମିଳନୀ ଉଦ୍‌ଯାପିତ

ବାରଙ୍ଗ,୭/୮(ଏସଏସନିଉଜ) ଭାରତୀୟ କମ୍ୟୁନିଷ୍ଟପାର୍ଟିର ନବମ ଖୋର୍ଦ୍ଧାଜିଲ୍ଲାର ଦୁଇଦିିନିଆ ସମ୍ମୀଳନୀ ରବିବାରଦିନ ଉଦଯାପିତ ହୋଇଯାଇଛି ।ଶନିବାରଦିନ ଏହାକୁ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ଆନୁଷ୍ଠାନିକଭାବେ ଉଦଯାଟନ କରିଥିଲେ । ନୁଆବନ୍ତସ୍ଥିତ ରାମକୃଷ୍ନପତିଙ୍କ ସ୍ମୃତିପୀଠ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରିୟସଦସ୍ୟ ରାମକୃଷ୍ନପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ କମ୍ରେଡ ବନମାଳିଜେନାଙ୍କ ପ୍ରତିିମୁର୍ତୀକୁ ଉନ୍ମୋଚନ କରିଥିଲେ ।ପ୍ରାରମ୍ଭରେ ସବୁଠାରୁ ବୟସ୍କ ସଭ୍ୟ ଚିତରଞନସ୍ୱାଇଁ ପତାକା ଉତୋଳନ କରିଥିଲେ । ରାଜ୍ୟ ସରକାର ନିଜ ଦଳର ସ୍ୱାର୍ଥପାଇଁ ଲୋକମାନଙ୍କୁ ଅନ୍ଧାରରେରଖି ମିଛ ଆଲୋକ ଦେଉଥିବାର ଡିଣ୍ଡିମ ପିଟୁଥିବାର ବକ୍ତାମାନେ ଅଭିଯୋଗ କରିଥିଲେ ।ରାଜ୍ୟସରକାର କୃଷକମାନଙ୍କୁ ରୁଣଛାଡ,ମାଗଣାରେ କୃଷିଉପକରଣ ଯୋଗଇବା, ପେଟ୍ରୋଲଡିଜେଲଉପରୁଟ୍ୟାକ୍ସ ଛାଡ, କୃଷକମାନଙ୍କର ସ୍ୱାସ୍ଥ୍ୟସେବା ନିମନ୍ତେ ପରିଚୟପତ୍ର ପ୍ରଦାନ କରିବାକୁ ଦାବୀ କରିଥିଲେ ।ଦ୍ୱିତୀୟଦିନରେ ଜିଲ୍ଲାସମ୍ପାଦକ ନୃଂଶିହବେହେରା,ଅରକ୍ଷିତବେହେରା ଅତିଥିଭାବେ ଯୋଗଦେଇ ଥିବାବେଳେ ଫକିରଚରଣ ବେହେରା, ହୃଷିକେଶ ମହାନ୍ତି,ପ୍ରମୋଦଶ୍ରୀଚନ୍ଦନ,ଯୁଧିଷ୍ଠିରନାୟକ ପ୍ରମୁଖ ସମ୍ମିଳନୀକୁ ପରିଚାଳନା କରିଥିଲେ ।(ଶଶିକାନ୍ତନାୟକଙ୍କ ରିପୋର୍ଟ)

Comments (0)
Add Comment