୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ୱର,୮/୮(ଏସଏସନିଉଜ) ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, କରି ସେଠାରେ ୨ଟି ବୃହତ ଜଳସେଚନପ୍ରକଳ୍ପ ଲୋକାର୍ପିତ କରିବେ ।ରାସଗୋବିନ୍ଦପୁରଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କାର୍ଯ୍ୟକ୍ରମ ରହିଥିବା ବେଳେ କରିଆଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକର୍ପିତ କରିବେ ।ପ୍ରଥମେ ରାସଗୋବିନ୍ଦପୁରର ଟିକପଡାଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପରେ କରିଆ ହାତିବାଡିଠାରେ ଦେଓ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରାୟ ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରୁଥିବାରୁ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଦଳୀୟ ନେତା ଓ କର୍ମୀ ମଧ୍ୟ ତତ୍ପର ।

Comments (0)
Add Comment