ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଦାବି କଲେ ନବୀନ

ଭୁବନେଶ୍ୱର,୭/୮(ଏସଏସନିଉଜ)ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିତି ଆୟୋଗ ବୈଠକରେ ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ଦାବି କରିଛନ୍ତି ।.ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଲାଗି ଦେବା.ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ,ଅଧିକାଂଶ ଆଦିବାସୀ ଓ KBK ଜିଲ୍ଲା PMAY ରୁ ବଞ୍ଚିତ ହେଉଥିବାରୁ PMAY ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବା , ASI ଓ AMSAR ର ଟେକ୍ନ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ କରିବାଦ୍ୱାରା କୋଣାର୍କ ଆଦି ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ ବୋଲି ଦାବୀ କରିଛନ୍ତି ।

 

Comments (0)
Add Comment