ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କଲେ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।ଆଗାମୀ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ ଥିବାରୁ
୧୦ ଜିଲ୍ଲାପାଳଙ୍କୁ ଆଲର୍ଟରହିବାକୁ ନିର୍ଦେଶ ଦେଇଛନ୍ତି ।ଏହାସହଓଡ୍ରାଫ, NDRF, ଅଗ୍ନିଶମ ଟିମ୍‌ ନିୟୋଜିତ କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି ।ଗୋଟିଏ ବି ଜୀବନ ଯେପରି ହାନି ନହୁଏ, ସେଥିପ୍ରତି ଦୃଷ୍ଟିଦେବାକୁ ପ୍ରଶାସନକୁ ସତର୍କ କରିଛନ୍ତି ନବୀନ ।ବିପଦସଂକୁଳ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ କରିବା ସହ ଯୋଗାଯୋଗ ବ୍ୟବସ୍ଥା ତୁରନ୍ତ ଠିକ୍‌ କରିବାକୁ ଗୁରୁତ୍ବ ଦେଇଛନ୍ତି ।ପ୍ରଭାବିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।ଏହାସହ ହସ୍ପିଟାଲ, ବିଦ୍ୟୁତ, ପାନୀୟ ଜଳ ସୁବିଧାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments (0)
Add Comment