Browsing category

ରାଜନୀତି

ଜୟ ‌ଢୋଲକିଆ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ବିଜେପିର ପ୍ରାର୍ଥୀ ହୋଇଛନ୍ତି।ବିଜେପି ଆଜି ଜୟ ‌ଢୋଲକିଆଙ୍କ ନାମଘୋଷଣା କରିଛି।ଜୟ ଗତ ୧୧ ତାରିଖରେ ବିଜେପିରେ ମିଶିଥିବାବେଲେ ୧୬ ତାରିଖରେ ନାମାଙ୍କନ ଭରିବେ। ନାମାଙ୍କନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।ନଭେମ୍ବର […]

ଚୂଡ଼ଙ୍ଗଗଡ଼ ବାରଙ୍ଗମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଟକ,୧୨।୧୦(ଏସଏସନିଉଜ)ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ଅଷ୍ଟମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତିବୈଠକ ରବିବାର ନାରଣପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବ କିଭଳି ଶାନ୍ତିଶୃଙ୍ଖଳା ତଥା ସରସସୁନ୍ଦର ହୋଇପାରିବ ଅନୁଷ୍ଠାନ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସମସ୍ତଂକର ସହଯୋଗ କାମନା କରି ଥିଲେ।ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କର୍ମକର୍ତ୍ତାମାନେ ନିଜନିଜ ବକ୍ତବ୍ୟରେ ସମସ୍ତଙ୍କୁ ନେଇ ମହୋତ୍ସବକୁ ଏଥର ଆକର୍ଷଣୀୟ କରିପାରିବା ସେଥିପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।ଏଥିରେ ତହସିଲଦାର ତୁଷାର ଜ୍ୟୋତିରଞ୍ଜନ, ବିଡିଓ ସ୍ୱାଗତ ଦାସ, […]

ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ପରିଧି

କଟକ,୦୮।୧୦(ଏସଏସନିଉଜ)କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ ଐତିହାସିକ ବାଲିଯାତ୍ରାମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରାପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ […]

ସମୃଦ୍ଧ ଓଡ଼ିଶା-୨୦୩୬ ଗଠନ ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

ବାଙ୍କୀ,୭।୧୦(ଏସଏସନିଉଜ)ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାଙ୍କୀସ୍ଥିତ ବରେନ୍ଦ୍ରକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉଦ୍‍ଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି।ସମୃଦ୍ଧ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଗଠନ ଆମର ଲକ୍ଷ୍ୟ। ଏଥିରେ ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀ ଉଭୟଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଛାତ୍ରଛାତ୍ରୀମାନେ କଠିନ ଅଧ୍ୟବସାୟ କରି ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସଫଳ ହୋଇ ନିଜ ତଥା ପରିବାରର ଉନ୍ନତି ସହ ସମୃଦ୍ଧ ରାଜ୍ୟ ଏବଂ ଦେଶ ଗଠନରେ ବହୁମୂଲ୍ୟ ଯୋଗଦାନ ରଖିବାକୁ […]

କଟକରେ ବର୍ଷାରେ ଭାଙ୍ଗିଲା ଲାଇଟଗେଟ୍

କଟକ,୧।୧୦(ଏସଏସନିଉଜ)ବୁଧବାର ଦିହିପହରରେ ବର୍ଷା ଓ ପବନ ଯୋଗୁ କଟକରେ କେତେକମଣ୍ଡପ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଆଜି ଥିଲା କଟକ ଗ୍ରସ୍ତ।ସେ ବିଭିନ୍ନ ପୂଜାମଣ୍ଡପକୁ ଯିବାର କାର୍ଯ୍ୟକ୍ରମ ରହିଥିଲା।ମୁଖ୍ୟମନ୍ତ୍ରୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିବା ପୂର୍ବରୁ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଆଗକୁ ଯଦି ଏହିଭଳି ବର୍ଷା ହେବ ତେବେ କଟକରେ ଦଶହରା ଫିକା […]

ବୃକ୍ଷରୋପଣ କଲେ କର୍ପୋରେଟର

ଚନ୍ଦ୍ରଶେଖରପୁର,୩୦।୯(ଏସଏସ ନିଉଜ)ମଙ୍ଗଳବାରଦିନ ବିଏମ୍ସିର ୩ନମ୍ୱର ୱାର୍ଡ କର୍ପୋରେଟରଲକ୍ଷ୍ମୀପ୍ରିୟା ପରିଡ଼ା ବୃକ୍ଷରୋପଣ କରିଛନ୍ତି।ଏହି ଉପଲକ୍ଷେ ବରଦେବି କଲୋନୀ ବାସିନ୍ଦାମାନଙ୍କ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଶସ୍ମାନରେ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଯୋଗାଉଥିବା ବୃକ୍ଷସବୁ ଉପସ୍ଥିତ ଥିବା ଅନ୍ୟତମ ଅତିଥି ବିଜେପି ଭୁବନେଶ୍ୱର ସାଂଗଠାନିକ ଜିଲ୍ଲା ସମ୍ପାଦକ ତଥା ପଟିଆ ଗ୍ରାମମଙ୍ଗଳ ସମିତି ସମ୍ପାଦକ ସନ୍ତୋଷ କୁମାର ପରିଡ଼ା ଓ ବରିଷ୍ଟ ନାଗରିକ, […]

ଛାତତଳୁ ବିଡିଓ କାଢିଲେନି କାର

କଟକ,୨୫ା୯(ଏସଏସନିଉଜ)ବର୍ଷା ଯୋଗୁ ଗୁରୁବାର ଦିନ ମିଶନଶକ୍ତି ମହିଳାମାନେ ବ୍ଲକ୍ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସ୍ଥାନ ପରିବର୍ତ୍ତନକୁ ନେଇ ଉତେଜନା ଦେଖାଦେଇଥିଲା।ବର୍ଷା ଯୋଗୁଁ ଛାତ ତଳେ ରହୁଥିବା ବିଡ଼ିଓ ଙ୍କ କାର କାଢ଼ିବାକୁ ମହିଳାମାନେ କହିଥିଲେ।କିନ୍ତୁ କାର କଢ଼ା ନଯିବାରୁ ମହିଳାମାନେ ଉତ୍ୟକ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ।ଯାହାଫଳରେ କୌଣସି ବାଇକ୍ ଓ କାର ଭିତରକୁ ଯାଇପାରିନଥିଲା କି ଭିତରେ ଥିବା ଗାଡି ବାହାରକୁ ଆସିପାରିନଥିଲା। ପ୍ରକାଶଯେ,୬ଦଫା ଦାବି ନେଇଗତ ୪ଦିନ […]

ବିଜେଡିରୁ ନିଲମ୍ବନ ହେଲେ ଶ୍ରୀମୟୀ

ଭୁବନେଶ୍ୱର,୨୩।୯(ଏଏସନିଉଜ)ବିଜେଡିର ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଆଜି ନିଲମ୍ବନ କରିଛି। ବିଜେଡି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀମୟୀ ମିଶ୍ରଙ୍କ ସମେତ ଆଜି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି।ଦଳ ବିରୋଧୀ ବୟାନ ଶ୍ରୀମୟୀ ମିଶ୍ରଙ୍କ ପାଇଁ ମହାଙ୍ଗା ପଡିଛି।କିଛିଦିନ ହେବ ଶ୍ରୀମୟୀ ମିଶ୍ରଙ୍କ […]

କୃଷ୍ଣଚନ୍ଦ୍ରପୁରରେ ବୃକ୍ଷରୋପଣ କଲେ ବିଜେପି ରାଜ୍ୟ ସଭାପତି

କଟକ,୨୧।୯(ଏସଏସନିଉଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଜନ୍ମଦିନ ଅବସରରେ ମାପାଇଁ ଗଛଟିଏ ଆହ୍ବାନରେ, ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ସେବା ପକ୍ଷରୁ ବାରଙ୍ଗ ବ୍ଲକ ଅଧୀନ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୋମବାର ସକାଳେ ବାରଙ୍ଗର ବିଜେପି କର୍ମୀମାନେ ନନ୍ଦନକାନନ ଛକରୁ ଏକ ବିଶାଳ ଶୋଭଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,କଟକ ସାଂସଦ ଭତୃହରି ମହତାବଙ୍କୁ ବୃକ୍ଷରୋପଣ ସ୍ଥଳକୁ ଆଣିଥିଲେ। ସେଠାରେ ସେ ବୃକ୍ଷରୋପଣ କରିଥିଲେ। ସାମଲ କହିଥିଲେ ବିଭିନ୍ନ […]