ଶସ୍ତା ହେଲା ରେଳ ନୀର
ଭୁବନେଶ୍ୱର,୨୧।୯(ଏସଏସନିଉଜ)ଶସ୍ତା ହେବ ଟ୍ରେନ୍ରେ ମିଳୁଥିବା ପାଣି ବୋତଲ ରେଳ ନୀର।୧୫ଟଙ୍କା ବଦଳରେ ୧୪ଟଙ୍କାରେ କିଣିବେ ଯାତ୍ରୀ।ଅଧାଲିଟର ରେଳ ନୀରର ଦାମ୍ ୧୦ଟଙ୍କା ବଦଳରେ ହେବ ୯ଟଙ୍କା।ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର।
Browsing category
ଭୁବନେଶ୍ୱର,୨୧।୯(ଏସଏସନିଉଜ)ଶସ୍ତା ହେବ ଟ୍ରେନ୍ରେ ମିଳୁଥିବା ପାଣି ବୋତଲ ରେଳ ନୀର।୧୫ଟଙ୍କା ବଦଳରେ ୧୪ଟଙ୍କାରେ କିଣିବେ ଯାତ୍ରୀ।ଅଧାଲିଟର ରେଳ ନୀରର ଦାମ୍ ୧୦ଟଙ୍କା ବଦଳରେ ହେବ ୯ଟଙ୍କା।ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର।
ଭୁବନେଶ୍ୱର,୧୫ ସେପ୍ଟେମ୍ବର(ଏସଏସନିଉଜ)ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଏକାଦଶତମ ନିଯୁକ୍ତିମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ […]
ଭୁବନେଶ୍ୱର, ୧୫।୯(ଏସଏସନିଉଜ) ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। […]
କଟକ,୧୪।୯(ଏସଏସନିଉଜ)ଚଳିତବର୍ଷ ବାଙ୍କୀମହୋତ୍ସବ କମିଟିର ରୌପ୍ୟଜୟନ୍ତୀ ପାଳନ ଅବସରରେ ଜୋନ ସ୍ତରୀୟ ଆଲୋଚନାଚକ୍ରର ଅନ୍ତିମ ପର୍ୟ୍ୟାୟରେ ବାରଙ୍ଗ ବେଲଗଛିଆ ପଞ୍ଚାୟତ ଅଧୀନସ୍ଥ ଏକ କଲ୍ୟାଣ ମଣ୍ଡପରେ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଆଞ୍ଚଳିକ ଶାନ୍ତିକମିଟି ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଆୟୋଜିତ ଆଲୋଚନାଚକ୍ରରେ ଶାନ୍ତିକମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି ସଭାପତିତ୍ଵ କରିଥିଲେ। ।ଆଧୁନିକ ବାରଙ୍ଗର ଏତିହ୍ୟ ଓ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ବାଙ୍କୀମହୋତ୍ସବ କମିଟି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ […]
ଭୁବନେଶ୍ୱର,୧୪।୯(ଏସଏସନିଉଜ)ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ସମୟରେ କହିଛନ୍ତିଯେ,ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ହୁଣ୍ଡି ପରିବର୍ତ୍ତନ ହେବ।ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ଏହାସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ କହିଛନ୍ତି ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ […]
ଭୁବନେଶ୍ୱର,୧୩।୯(ଏସଏସନିଉଜ)ଏହି ମାସରେ ବହୁତ କିଛି ହେବ।ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି।ବୋର୍ଡନିଗମ,ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର।ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତି।ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଫୋକସ୍ରେ ସବୁବେଳେ ଯୁବବର୍ଗ ଓ ଏହା ତାଙ୍କର ପ୍ରାଥମିକତା ବୋଲି ତୋମାର କହିଛନ୍ତି।
ଭୁବନେଶ୍ୱର,୧୩।୯(ଏସଏସନିଉଜ)ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ସେବାପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।ଅନ୍ୟପଟେ ମିଜୋରାମରେ ଗଡ଼ିଲା ଟ୍ରେନ୍। ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦି ବଡ଼ଭେଟି ଦେଇଛନ୍ତି।ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ।୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ବୈରାବୀ- ସୈରାଙ୍ଗ ରେଲୱେ ଲାଇନ ଉଦ୍ଘାଟନ କଲେ।୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନ୍ର ବି ଶୁଭାରମ୍ଭ କଲେ।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।ମିଜୋରାମ ବାସୀଙ୍କପାଇଁ […]
ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀା ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀାରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଟ୍ରାଫିକ୍ ପୋଷ୍ଟ ଭାଙ୍ଗିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀା ଏହି ଘଟଣାରେ ୨୦୦ଜଣ ଗିରଫ ମଧ୍ୟ ହୋଇଥିବାର ଜଣାପଡିଛି ।
କଟକ,୧୦ା୯(ଏସଏସନିଉଜ)ଏନଓସି ନନେଲେ ଏଥର ପୂଜା ମଣ୍ଡପକୁ ମିଳିବନି ଆୟୋଜନର ଅନୁମତିାପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହିଭଳି ସୂଚନା ଦେଇଛନ୍ତି ।କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛିାକେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତିା୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତିାଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।
ଭୁବନେଶ୍ୱର,୯ା୯(ଏସଏସନିଉଜ)ଏନଡିଏପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ ।